ଆଜିର ରାଶିଫଳ

ଭାଗ୍ୟ ଖୋଲିଦିଏ ମୟୁରପୂଛ

ନଭେମ୍ବରମାସ ୨୮ତାରିଖ ୨୦୨୪ମସିହା(ଗୁରୁବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ,ନକ୍ଷତ୍ର- ଚିତ୍ରା ଘ ୦୮/୦୪ଗତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୭/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦ ,ଯୋଗିନୀ ନୈରୁତେ ,ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୧୭ ଗତେ ଘ୦୫/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୪୫ ମଧ୍ୟେ ଓ ରାତ୍ରି ଘ୦୫/୫୦ଗତେ ଘ୦୯/୦୨ ମଧ୍ୟେ ଓ ଘ୧୧/୨୫ ଗତେ ଘ୦୨/୩୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
ମେଷ:-ଆଜି କୋର୍ଟକଚେରୀ ବିଷୟରେ ନପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନରଖିବେ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।
ବୃଷ:-ସନ୍ତାନ ସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ।ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭହେବ।ମଧ୍ୟାହ୍ନପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
ମିଥୁନ:-ଆଜିରଦିନ ଲାଭଦାୟୀ ଅଟେ।ବ୍ୟବସାୟକ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନାଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭହେବ।ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
କର୍କଟ:-ଆଜି ଅଧିକାରୀଗଣ ଆପଣଙ୍କକାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କାଅଛି। ମଧ୍ୟାହ୍ନପରେ ବ୍ୟବସାୟିକକ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହରପ୍ରସଂଗ ବନିପାରେ। ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା:-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା:-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ବିଚ୍ଛା:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ଧନୁ:-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
ମକର:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ। ନକାରାତ୍ମକବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବେ। ରଚନାତ୍ମକକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ମୀନ:-ଦିନ ଶୁଭଫଳଦାୟୀ ଅଟେ।ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମରହିବ, ଉତ୍ସାହିତରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକକାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

ଭାଗ୍ୟ ଖୋଲେ ମୟୁରପୂଛ
ଘରେ ମୟୁରପୂଛ ରଖିଲେ ଖୋଲିଯାଏ ଭାଗ୍ୟ ଓ ସ୍ୱାମୀ-ସ୍ତ୍ରୀସମ୍ପର୍କ ହୁଏ ମଧୁରାଏହାସହ ରହିଛି ଅନେକ ଲାଭ…
ହିନ୍ଦୁଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି।ବାସ୍ତୁଶାସ୍ତ୍ର ଅନୁସାରେ ମୟୁରପୂଛକୁ ବହୁତ ଶୁଭ ହୋଇଥାଏ। ମହୁର ପୂଛ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ। ସେଥିପାଇଁ ତାକୁ ବହୁତ ଶୁଭବୋଲି କୁହାଯାଏ।ଘରେ ମୟୁରପୂଛ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।ସେଥିପାଇଁ ଲୋକେ ଘରେ ମୟୁର ପୂଛ ରଖନ୍ତି। ଅନେକଳକ ଠାକୁର ଘରେରଖି ଏହାକୁ ପୂଜାବି କରନ୍ତି। ଘରେ ମୟୁରପୂଛ ରଖିବାର ଅନେକ ଲାଭରହିଛି। କିନ୍ତୁ ଏହାକୁ ସଠିକଦିଗରେ ଓ ସଠିକ ସ୍ଥାନରେ ରଖିବା ଉଚିତ।
ବାସ୍ତୁଶାସ୍ତ୍ରଅନୁସାରେ, ଘରେ ମୟୁରପୂଛରଖିଲେ ଅମଙ୍ଗଳ ଟଳିଯାଇଥାଏ ଓ ନକାରାତ୍ମକଶକ୍ତି ଦୂର ହୋଇଥାଏ।ଘରେ ସୁଖଶାନ୍ତି ବଜାୟରହେ।ମୟୁରପୂଛ ଆପଣ ଠାକୁରଘରେ ବା ପୂଜାଘରେ ରଖିପାରିବେ।
ବୈବାହିକଜୀବନରେ ଅଶାନ୍ତି ଲାଗିରହିଥିଲେ ଶୟନକକ୍ଷରେ ମୟୁରପୂଛ ରଖିବା ଉଚିତ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ଏବଂ ପ୍ରେମ ବଢିଥାଏ।ବାସ୍ତୁଅନୁସାରେ ପିଲାଙ୍କ ପଢାଘରେ ମୟୁରପୂଛ ରଖିବାଉଚିତ।ଏହାଦ୍ୱାରା ପାଠପଢାରେ ପିଲାଙ୍କମନ ଲାଗିଥାଏ।ଏହାସହ ବୁଦ୍ଧିବିକାଶ ମଧ୍ୟ ହୋଇଥାଏ।
ଭଗବାନଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁରପୂଛ ସୌଭାଗ୍ୟରପ୍ରତୀକ ବୋଲି କୁହାଯାଏ।ଯଦି ଆପଣଙ୍କୁ କୌଣସିକାମରେ ସଫଳତା ମିଳୁନି ତାହେଲେ ଆପଣ ପାଖରେ ମୟୁରପୂଛ ରଖିବାଉଚିତ।ଏହାଦ୍ୱାରା ଆପଣଙ୍କ ହେଉନଥିବାକାମ ବି ହେବ।ଆର୍ଥିକସ୍ଥିତି ମଜବୁତ କରିବାକୁ ଅଫିସ କିମ୍ବା ଟ୍ରେଜେରିରେ ମୟୁରପୂଛ ରଖନ୍ତୁ। ଦକ୍ଷିଣ-ପୂର୍ବଦିଗରେ ରଖିଲେ ଧନାଭାବ ଦୂର ହେବାସହ ଆର୍ଥିକସ୍ଥିତି ମଧ୍ୟ ମଜବୁତ ହେବ।
ମୟୁରପୂଛରୁ ସକାରାତ୍ମକଶକ୍ତି ପ୍ରାପ୍ତ ହୋଇଥାଏ।ସେଥିପାଇଁ ପାଖରେ ମୟୁରପୂଛ ରଖିବାଉଚିତ। ଏହାଦ୍ୱାରା ଶତ୍ରୁଙ୍କ ସହଥିବା କଟୁସମ୍ବନ୍ଧ ସୁଧୁରି ଯାଇଥାଏ।ଘରର ମୁଖ୍ୟଦ୍ୱାରରେ ମୟୁରପୂଛ ଲଗାଇବାଉଚିତ। ଏହାଦ୍ୱାରା ବାସ୍ତୁଦୋଷ କଟିଯାଇଥାଏ।ଭଗବାନଗଣେଶଙ୍କ ପ୍ରତିମା ସହ ବି ମୟୁରପୂଛ ରଖିପାରିବେ।
ଯଦି ଆପଣଙ୍କଘରେ ମୟୁରପୂଛ ଅଛି ତାହେଲେ ଆପଣଙ୍କଘରକୁ କୌଣସି ଖରାପଶକ୍ତି ପ୍ରବେଶକରିପାରିବନି।ଏହା ଘରକୁ ନକାରାତ୍ମକଶକ୍ତିକୁ ଆସିବାକୁ ଦେଇନଥାଏ ଏବଂ ସକାରାତ୍ମକଶକ୍ତି ବଜାୟ ରଖିଥାଏ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment