ଆଜିର ରାଶିଫଳ

ଆ କା ମା ବୈ...

ନଭେମ୍ବରମାସ ୧୫ତାରିଖ ୨୦୨୪ ମସିହା(ଶୁକ୍ରବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ପ୍ରା ଘ ୦୬/୦୬ ଗତେପୂର୍ଣ୍ଣିମା,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ ୧୦/୧୮ ଗତେ କୁର୍ତ୍ତିକା, ଅଦ୍ୟ ରାସପୂର୍ଣ୍ଣିମା, ସୁର୍ୟୋଦୟ-ପ୍ରାତଃ ଘ୦୬/୦/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୦୦,ଯୋଗିନୀ ପଶ୍ଚିମେ ପ୍ରା ଘ ୦୬/୦୬ଗତେ ବାୟବ୍ୟେ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୪୫ ଗତେ ଘ୧୧/୩୩ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୯ମଧ୍ୟେ ଓ ଘ୦୭/୩୬ ଗତେ ଘ ୦୮/୪୪ମଧ୍ୟେ ଓ ଘ୧୨/୨୬ଗତେ ଘ୦୩/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ଆମିଷ ଭକ୍ଷଣ ନିଷେଧ।
ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନ ମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।ବିଛା-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

ଆ କା ମା ବୈ…
କାର୍ତ୍ତିକପୂର୍ଣ୍ଣମୀ ପ୍ରତ୍ୟୁଷରେ ଡଙ୍ଗା ଭସାଇବା ବେଳେ ସାଧାରଣତଃ ବୋଲା ଯାଇଥାଏ-
ଆ-କା-ମା-ବୈ, ପାନ ଗୁଆ ଖାଇ।
ପାନ ଗୁଆ ତୋର, ମାସିକ ଧରମ ମୋର।
ଏହାକୁ ପ୍ରାଚୀନଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ଆ-କାର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ମା ବୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ଥିଲା ନିରାପଦ ମାସା କାରଣ ଏହିସମୟରେ ସାମୁଦ୍ରିକ ଝଡ଼ର ଭୟନଥାଏ। ସେଥିପାଇଁ କାର୍ତ୍ତିକପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ବୈ’ ବୋଲାଯାଏ।
କିନ୍ତୁ ଆ-କା-ମା-ବୈ ପ୍ରକୃତରେ ଚାରି ଧର୍ମମାସର ସୂଚନା। ଆ ହେଉଛି ଆଷାଢ଼, କା ହେଉଛି କାର୍ତ୍ତିକ, ମା ହେଉଛି ମାଘ ଓ ବୈ ହେଉଛି ବୈଶାଖ। ଏହିଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ।ଏହି ଚାରିମାସରେ ବ୍ରତକରି, ମାସଶେଷର ପୂର୍ଣ୍ଣମୀରେ ଦାନଆଦି କଲେ ପରମପୁଣ୍ୟ ମିଳେ।
ଧାର୍ମିକପରମ୍ପରାରେ କା-ମା-ବ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟପାଳନର ବ୍ୟବସ୍ଥା ଅଛି।

କାର୍ତ୍ତିକ ପୁର୍ଣିମା….
ତ୍ରିପୁରାସୁରକୁ ବଧ କରିଥିଲେ ଭଗବାନ ଶିବ, ବିଷ୍ଣୁ ହୋଇଥିଲେ ମତ୍ସ୍ୟ ଅବତାର, ଏହି ଦିନ ଉପବାସ କଲେ ମିଳେ ଅଶ୍ୱମେଧ ଯଜ୍ଞର ଫଳ।
କାର୍ତ୍ତିକ ପୁର୍ଣିମା ହିନ୍ଦୁମାନଙ୍କପାଇଁ ଏହି ପୁର୍ଣିମାର ମହତ୍ୱ ସର୍ବାଧିକ । କାର୍ତ୍ତିକ ପୁର୍ଣିମା ମଧ୍ୟ ଶିଖ ଧର୍ମଗୁରୁ ନାନକଙ୍କ ଜନ୍ମଦିନ ।
କାର୍ତ୍ତିକପୂର୍ଣମୀର ମହତ୍ୱ :-ହିନ୍ଦୁପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକମାସ ଶୁକ୍ଲପକ୍ଷ ପୁର୍ଣିମାତିଥିକୁ କାର୍ତ୍ତିକ ପୁର୍ଣିମା କୁହାଯାଏ ।ପୌରାଣିକ କଥାବସ୍ତୁ ଅନୁସାରେ ଏହିଦିନ ଦେବଦେବ ମହାଦେବଶିବ ତ୍ରିପୁରାସୁରନାମକ ଏକ ଅସୁରକୁ ବଧକରିଥିଲେ । ଏହି କାରଣରୁ କାର୍ତ୍ତିକପୂର୍ଣମୀକୁ ତ୍ରିପୁରା ପୂର୍ଣମୀବୋଲି ମଧ୍ୟ କୁହାଯାଇଥାଏ । ଏହାବ୍ୟତୀତ କାର୍ତ୍ତିକପୂର୍ଣମୀରେ ହିଁ ଭଗବାନବିଷ୍ଣୁ ମତ୍ସ୍ୟଅବତାର ଧାରଣକରିଥିଲେ ବୋଲି ପୁରାଣରେ ବର୍ଣିତ ହୋଇଛି ।
କିଭଳି ପାଳନ କରିବେ କାର୍ତ୍ତିକ ପୂର୍ଣମୀ-
୧. ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ବ୍ରତ ନିମନ୍ତେ ସଂକଳ୍ପ କରିବେ ।
୨. ଏହିଦିନ ବିଭିନ୍ନ ପବିତ୍ର ଜଳାଶ୍ରୟ, ତୀର୍ଥ ସ୍ଥାନରେ ଥିବା ଜଳାଶ୍ରୟରେ ସ୍ନାନ କରିବାର ପରମ୍ପରା ରହିଛି ।
୩. ସ୍ନାନ କରିବା ସମୟରେ ଆର୍ଯ୍ୟ ଭୂମିରେ ଥିବା ସମସ୍ତ ତୀର୍ଥ ସ୍ଥାନକୁ ଧ୍ୟାନ କରିବାକୁ ହେବ ।
୪. ସ୍ନାନ ସରିବାପରେ ସୂର୍ଯ୍ୟଙ୍କୁ ଜଳଅର୍ପଣ କରିବେ ।
୫. ଭଗବାନବିଷ୍ଣୁଙ୍କ ପାଇଁ ସତ୍ୟନାରାୟଣ କଥା ଆୟୋଜନ କରିବେ ।
୬. ଏହିଦିନ ଗରିବଙ୍କମଧ୍ୟରେ ଫଳ,ଧାନ,ଚାଉଳ,ଶୀତବସ୍ତ୍ର ଆଦି ଦ୍ରବ୍ୟ ବିତରଣ କରିବେ ।
୭. ଶିବଲିଙ୍ଗରେ ଜଳଅର୍ପଣ କରି ଶିବପଞ୍ଚାକ୍ଷରମନ୍ତ୍ର ଓଁ ନମଃ ଶିବାୟ ଜପ କରିବେ ।
ମାଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ :-କାର୍ତ୍ତିକପୁର୍ଣିମା ମାଲକ୍ଷ୍ମୀଙ୍କ ପ୍ରିୟଦିନ ଅଟେ ।ଏହିଦିନ ମାଲକ୍ଷ୍ମୀଙ୍କୁ ଆରାଧନାକଲେ ଜୀବନରେ ସୁଖ,ସମୃଦ୍ଧି କମ ହୁଏନାହିଁ ।ଅଶ୍ୱସ୍ଥବୃକ୍ଷ ମାଲକ୍ଷ୍ମୀଙ୍କର ବାସସ୍ଥାନବୋଲି ବିବେଚନା କରାଯାଏ । ତେଣୁ ଏହିଦିନ ଅଶ୍ୱସ୍ଥବୃକ୍ଷକୁ ଆରାଧନାକରିବା ସହ ଏଠି ଦୀପଦାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏା!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment