ନଭେମ୍ବରମାସ ୧୪ତାରିଖ ୨୦୨୪ ମସିହା(ଗୁରୁବାର)
କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ ୦୯/୪୩ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ ୧୨/୫୬ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୧୦,
ଯୋଗିନୀ ଦକ୍ଷିଣେ ଦିବା ଘ୦୯/୪୨ ଗତେ ପଶ୍ଚିମେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୧୫ ଗତେ ଘ୦୫/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୭ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ ୦୯/୦୪ ମଧ୍ୟେ ଓ ରାତ୍ରି ଘ୧୧/୨୬ଗତେ ଘ୦୨/୩୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନା,ଅଦ୍ୟ ବାଇଗଣ ଦିବା ଘ୦୯/୪୪ ଗତେ ବିରି ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନର ସୁଯୋଗ ମିଳିବ ,ଦାମ୍ପତ୍ୟଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ।ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ।ବ୍ୟବସାୟଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳିକାମ ହେବ ଯାହାଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:-ଅଚାନକ କୌଣସିକଥାକୁ ନେଇ ମନୋଭାବ ଖରାପ ହୋଇପାରେ।ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁମିଳିବ।ମିତ୍ରଙ୍କ ଠାରୁ ଭଲ ଖବରପାଇବେ।ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବାପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ।ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବରମିଳିବ। ଯୌଥ ବ୍ୟବସାୟ ରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବରହିବ କିନ୍ତୁ ବ୍ୟବହାର ମଧୁର ରହିବ।କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ।ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:-ଆଜି ଆପଣଙ୍କମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ।ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନାକରିବେ।କୌଣସି କାମ ତରବରିଆ ଭାବେ କରନ୍ତୁନାହିଁ; ଅସୁବିଧାର ସମ୍ମୁଖୀନ ହେବେ।ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନରଖି ଖର୍ଚ୍ଚକରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କଲାଗି ଅନୁକୂଳ ରହିବ।ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ।ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମ କରନ୍ତୁ, ଲାଭପାଇବେ। ବ୍ୟସ୍ତତାରେ ରହିବାସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ।କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ।ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ।କାମକୁ ପୂରା କରିବା ଲାଗି ନୂଆ ଯୋଜନାକରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ।ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ।ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ପ୍ରେମସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।
କାର୍ତ୍ତିକମାସର ଶେଷପାଞ୍ଚଦିନରେ କଣପାଇଁ ମୁରୁଜ ପଡିଥାଏ….
ଭାରତୀୟ ପୁରାଣରେ ଉଲ୍ଲେଖ ରହିଛିଯେ କାର୍ତ୍ତିକମାସ ଅତି ପବିତ୍ରମାସ।କୁମାରପୂର୍ଣିମା ପରଦିନ ପ୍ରତିପଦାତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସପୂର୍ଣ୍ଣିମା ବା କାର୍ତ୍ତିକପୂର୍ଣ୍ଣିମାରେ ଶେଷହୋଇଥାଏ।କାର୍ତ୍ତିକମାସସାରା ଦେବମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ।ଏହାଦ୍ବାରା ଅକାଳମୃତ୍ୟୁ ହୋଇନଥାଏ।ଶୁକ୍ଳଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସଯାତ୍ରା ଆରମ୍ଭହୋଇଥାଏ।ପୂର୍ଣ୍ଣିମାଦିନ ରାସଉତ୍ସବ ଉଦଯାପନ ହୋଇଥାଏ।
ବଡଏକାଦଶୀଠାରୁ ପୂର୍ଣ୍ଣିମାପର୍ଯ୍ୟନ୍ତ ପାଞ୍ଚଦିନ ପଡେ ଭିଷ୍ମପଞ୍ଚକ।ଏହାର ଅନ୍ୟନାମ ବକପଞ୍ଚକ କୁହାଯାଏ ।ଚତୁର୍ଦ୍ଦଶୀଦିନ ଶିବ ଉତଥାନଯାତ୍ରା ଓ ବଡଓଷା ଅନୁଷ୍ଠିତ ହୋଇଥାଏ।ପୂର୍ଣ୍ଣିମାଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀପୋଖରୀରେ ଡଙ୍ଗାଭସା ଉତ୍ସବ ପାଳନ କରାଯାଏ।
ଶେଷପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ-ବୃନ୍ଦାବତୀ ଦାନବରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମରବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ୟ ନଷ୍ଟହେଲେ ଯାଇ ତାଙ୍କର ମୃତ୍ୟୁ ହେବବୋଲି ବର ମିଳିଥିଲା। ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର। ଶେଷରେ ତାଙ୍କୁ ମାରିବାପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧରବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୟ ହରଣ କରିଥିଲେ।ଏହିଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵଉପରେ ପ୍ରଶ୍ନହେବାରୁ ତାଙ୍କୁ ପଞ୍ଚବନୀରସ ବା ଅମୃତରସରେ ପବିତ୍ରକରାଯାଇଥିଲା।ଏହି ପଞ୍ଚବନୀଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକମାସର ଶେଷ ପାଞ୍ଚଦିନକୁ ପଞ୍ଚୁକଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ।।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!