ଆଜିର ରାଶିଫଳ

ଆଜି ପବିତ୍ର ଅଁଳାନବମୀ

ନଭେମ୍ବରମାସ ୧୦ତାରିଖ ୨୦୨୪ ମସିହା(ରବିବାର) କାର୍ତ୍ତିକମାସ-ଶୁକ୍ଳପକ୍ଷ,ତିଥି-ନବମୀ ରାତ୍ରି ଘ ୦୯/୦୯ ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୧୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୬/୦୬,ଯୋଗିନୀପୂର୍ବେ ରାତ୍ରି ଘ୦୯/୧୦ଗତେ ଉତ୍ତରେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ଗତେ ଘ୧୨/୦୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୬/୪୬ ଗତେ ଘ୦୯/୧୧ ମଧ୍ୟେ ଓ ଘ୧୨/୨୨ଗତେ ଘ୦୩/୩୫ ମଧ୍ୟେ ଓ ରାତ୍ରି ଘ୦୭/୨୮ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୨୭ଗତେ ଘ୦୫/୦୬ ମଧ୍ୟେ, ଲାଉ ଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ।ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକହୋଇଯିବ।ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ :-ଆଜି ନିଜର ଉତ୍ସାହଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟପ୍ରତି ଏକାଗ୍ର ହେବା ସରଳ ରହିବ।ଧନଲାଭର ସମ୍ଭାବନାଅଛି।ଶାରୀରିକ ଏବଂ ମାନସିକରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ:-ଆଜି ଆୟଅପେକ୍ଷା ଖର୍ଚ୍ଚ ଅଧିକ ହୋଇ ପାରେ।ଆପଣଙ୍କଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତକଟିବ।ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ।ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:-ଆଜି ବ୍ୟାପାରରେ ଲାଭହେବ ଏବଂ ଆୟରସ୍ରୋତରେ ବୃଦ୍ଧି ହୋଇପାରେ।ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କସହିତ ସାକ୍ଷାତ କରି ଆନନ୍ଦ ଲାଭ କରିବେ।ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲଅଛି।ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ :- ଆଜି ବ୍ୟବସାୟକ୍ଷେତ୍ରରେ ଆପଣଙ୍କ ପ୍ରତିଭାବଢ଼ିପାରେ।ଚାକିରିରେ ପ୍ରମୋଶନ ହୋଇପାରେ।ପିତାଙ୍କର ସଂପତ୍ତିରେ ଲାଭହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମ ବିଶ୍ଵାସରେ ପ୍ରତ୍ୟେକକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :-ଆଜିରଦିନ ବହୁତ ଶୁଭଅଟେ।ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା : -ଆଜି ଧାର୍ମିକକାର୍ଯ୍ୟ ଏବଂ ଯାତ୍ରାପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ।ସରକାରବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂରରୁହନ୍ତୁ।ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ।ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା:-ଆଜି ଆପଣମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନସ୍ଥଳ କିମ୍ବା ପର୍ଯ୍ୟଟନସ୍ଥଳକୁ ଯାତ୍ରାକରି ମନ ପ୍ରସନ୍ନହେବ।ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକକାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ : -ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କମନ ପ୍ରଫୁଲ୍ଲିତ ରହିବ।ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲରହିବ।ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ।ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକଲାଭ ହେବ।ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ,ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ :-ଆଜି ଆପଣଙ୍କମନ ବହୁତ ସମ୍ବେଦନଶୀଳ ରହିବ।ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ।ଆଜିର ଆୟୋଜିତ ପ୍ରତ୍ୟେକକାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ।ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ :- ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିରଦିନ ଅତି ଉତ୍ତମ ଅଟେ।ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ।ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତାକାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।

ଆଜି ପବିତ୍ର ଅଁଳାନବମୀ:-ରାଧା ପାଦ ଦର୍ଶନ କରିବେ ଭକ୍ତ…..

ଆଜି ପବିତ୍ର ଅଁଳାନବମୀ । ଏଥିପାଇଁ ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶେଷ ପର‌୍ୟ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି।ସାକ୍ଷୀଗୋପୀନାଥ ମନ୍ଦିରର ରଙ୍ଗକାମ ଶେଷ ହୋଇଥିବାବେଳେ ମନ୍ଦିର ଆଖ ପାଖକୁ ସାଜସଜା କରାଯାଇଛି। ଅଁଳାନବମୀରେ ରାଧାପାଦ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।
ଓଡ଼ିଆଣୀବେଶରେ ଦର୍ଶନ ଦେବେ ମାଆରାଧାରାଣୀ।ଏଥିସହ ନଟବରବେଶରେ ଦର୍ଶନଦେବେ ପ୍ରଭୁ ସାକ୍ଷୀଗୋପିନାଥ । ଆସନ୍ତାକାଲି ରାତି୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳଆଳତି ଓ ଅବକାଶନୀତି ଆଦି କରାଯାଇ ସୁସଜ୍ଜିତବେଶ କରାଯିବ।ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତହେବେ ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ।ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment