ଆଜିର ରାଶିଫଳ

ନିୟମିତ ଦହି ଖାଉଥିଲେ....

ନଭେମ୍ବରମାସ ୦୯ତାରିଖ୨୦୨୪ ମସିହା(ଶନିବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରିଘ ୧୦/୨୭ ଗତେ ନବମୀ,ନକ୍ଷତ୍ର- ଶ୍ରବଣା ଦିବା ଘ ୧୨/୨୪ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୨୬,ଯୋଗିନୀ ଐଶାନ୍ୟେରାତ୍ରି ଘ୧୦/୨୭ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କାଳବେଳା -ଦିବା ଘ୦୭/୨୩ମଧ୍ୟେ ଓ ଦିବା ଘ୦୩ /୪୪ ଗତେ ଘ୦୫/୦୫ମଧ୍ୟେ,ବାରବେଳା – ଦିବା ଘ୧୨/୫୨ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ୦୭/୩୫ ଗତେ ଘ୦୯/୫୭ ମଧ୍ୟେ ଓ ଘ୦୧/୧୮ଗତେ ଘ୦୩/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୧/୫୩ଗତେ ଘ୦୨/୪୩ ମଧ୍ୟେ,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ।
ମେଷ :-ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ।ଆର୍ଥିକଲାଭ ମିଳିବ।ଲମ୍ବାସମୟ ର ଆର୍ଥିକଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନକଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତାମିଳିବ।ବିଦ୍ୟାର୍ଥିମାନଙ୍କ ପାଇଁ ଭଲସମୟ ଅଟେ।ପରିଶ୍ରମଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପହେବାର ଆଶଂକା ଅଛି।
ମିଥୁନ:-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ।ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରାକାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:- କାର୍ଯ୍ୟସଫଳପାଇଁ ଆଜିରଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସିରହିବେ।ଲଘୁଯାତ୍ରାର ଯୋଗ ଅଛି।ଭାଇ-ବନ୍ଧୁମାନଙ୍କସହ ମିଳାମିଶାରହିବ।ଆର୍ଥିକଲାଭ ତଥା ସମାଜରେ ଆଦର ସମ୍ମାନମିଳିବ।ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ :-ଦୂରରେ ବାସକରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା :-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ିପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତହେବ।ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତିହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନ ମାନଙ୍କସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟାମନର ଶାନ୍ତିଭଙ୍ଗ କରିବ।ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତିଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗବନିବ।ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାରଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିରଦିନ ମିଶ୍ର ଫଳଦାୟକ ପ୍ରମାଣିତହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟ ରେ ନୂଆ ବିଚାରଧାରା ଉଦ୍ରେକହେବ। ତଥାପି ମଧ୍ୟ ମନର କୌଣସିକୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ।ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀ ଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ାହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :-ଆଜିରଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରି ମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବହେବ। ମିତ୍ର ମାନଙ୍କ ତଥା ସ୍ଵଜନମାନଙ୍କସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧିମିଳିବ।ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ନିୟମିତ ଦହି ଖାଉଥିଲେ….
ଦହି ପ୍ରାକୃତିକଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟପାଇଁ ଉପଯୋଗୀ।ଏଥିରେ ଅନେକପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରିରହିଛି।ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ।ପ୍ରାୟ ୭୦ପ୍ରତିଶତଶକ୍ତି ଆମେ ଦହିରୁ ହିଁ ପାଇଥାଉ।ଦହିରେ କ୍ୟାଲ୍‌ସିୟମ୍ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତକରିବାରେ ସାହାଯ୍ୟକରେ।ଅଷ୍ଟିଓପୋରେସିସ୍ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂରକରିଥାଏ। ଏଥିରେ ଏଭଳିତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ରଖେ। ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟକରେ। ଏଥିରେ ଏଭଳିତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆଚର୍ମ ମଧ୍ୟ ଆପେ ସୃଷ୍ଟି ହୋଇଯାଏ।
ଏହା ମଧ୍ୟ ପାଚନକ୍ରିୟାକୁ ଆହୁରି ଦୃଢ଼କରିଥାଏ। କେବଳ ସେତିକିନୁହେଁ, କୋଲେଷ୍ଟରଲ ଏବଂ ମେଦ ବହୁଳତାକୁ ଏହା କେତେକାଂଶ ନିୟନ୍ତ୍ରଣରେ ରଖିଥାଏ।ଉଚ୍ଚରକ୍ତଚାପ ସମସ୍ୟାପାଇଁ ଏହା ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତହୋଇଥାଏ। ନିୟମିତ ଦହିଖାଇଲେ ତାହା ହୃତ୍‌ପିଣ୍ଡ ବା ହାର୍ଟକୁ ସୁସ୍ଥରଖିଥାଏ।ଜଣେ ଡାଇବେଟିସରୋଗୀ ଏହାକୁ ନିଜର ଖାଦ୍ୟତାଲିକାରେ ସାମିଲ କରିପାରିବେ।କାରଣ ଏହା ରକ୍ତରେ ଶର୍କରାର ପରିମାଣକୁ ସନ୍ତୁଳିତ ରଖେ।!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

 

Comments (0)
Add Comment