ଆଜିର ରାଶିଫଳ

ମୃତ୍ୟୁ ଛଡା ସବୁ ରୋଗର ଚିକିତ୍ସା ଅଟେ ଏହି ଗଛ

ନଭେମ୍ବରମାସ ୦୫ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ ୧୨/୧୧ ଗତେ ପଞ୍ଚମୀ ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୧୦/୨୦ ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୪୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୦୬ ,ଯୋଗିନୀ ନୈରୁତେ ରାତ୍ରି ଘ୧୨/୧୧ଗତେ ଦକ୍ଷିଣେ ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୧୨/୫୩ ଗତେ ଘ୦୧/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୧୭ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୪ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୨/୫୨ମଧ୍ୟେ ଓରାତ୍ରି ଘ୦୭/୩୦ ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ସନ୍ଧ୍ୟା ଘ୦୦୫/୦୮ ଗତେ ଘ୦୭/୨୯ ମଧ୍ୟେ ,ଅଦ୍ୟ ମୂଳା ଭକ୍ଷଣ ନିଷେଧ
ମେଷ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସମସ୍ତକର୍ମରେ ଆଶାତୀତ ସଫଳତା ପାଇବେ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନାରହିଛି ।ସହକର୍ମୀ ଓ ପରିବାରର ସମସ୍ତସଦସ୍ୟ ସାହାଯ୍ୟ ଓ ସହାନୁଭୂତିରହାତ ବଢ଼ାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରିରଖିବେ ।ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ:-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ:-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ:-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା:-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା:-କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ:-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର:-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ:-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ:-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

ଫାଇଦା ଜାଣିଲେ ବିଶ୍ଵାସ ହେବନାହିଁ……
ଆଜି ଆମେ ଏମିତି ଗଛ ବିଷୟରେ ଜାଣିବା ଯେଉଁଥିରେ ଥିବା କ୍ୟାଲସିୟମ ପୋଟାସିୟମ ଆଇରନ ଏବଂ କିଛି ଅନ୍ୟ ପୋଷକତତ୍ଵ ସବୁ ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଏହି ଗଛରନାମ ହେଉଛି ‘ବଥୁଆ’ । ଏହାଦ୍ଵାରା କେଉଁ ସବୁ ରୋଗ ଠିକ ହେବ ଓ ଏହା ଆମପାଇଁ କେତେ ଉପକାରୀ ଜାଣିବା
ଆଣ୍ଠୁ ଯନ୍ତ୍ରଣା-ଆଣ୍ଠୁଜନିତ କଷ୍ଟ ଭୋଗୁଥିବା ବ୍ୟକ୍ତିମାନେ ଏକମାସ ପାଇଁ ଯଦି ୧୦ଗ୍ରାମ ବଥୁଆମଞ୍ଜିକୁ ୨୦୦ମିଲି ପାଣିରେ ଫୁଟାଇ ଗରମ ଥିବା ସମୟରେ ପିଇବାସହିତ ଏହାରପତ୍ରକୁ ଗୁଣ୍ଡକରି ଟିକେ ଉଷୁମଥିବା ସମୟରେ ଆଣ୍ଠୁରେ ବାନ୍ଧିବାଦ୍ଵାରା ଉପସମ ମିଳିଥାଏ ।
ପେଟରୋଗ ପାଇଁ-ପ୍ରତିଦିନ ବଥୁଆଶାଗ ଖାଇବାସହିତ ଏହାର ଫୁଟା ଯାଇଥିବାପାଣିକୁ ପିଇବାଦ୍ଵାରା ଗ୍ୟାସ ସହିତ ପେଟରେ ପଥର ଭଳି ଅନ୍ୟ ରୋଗରୁ ମୁକ୍ତି ମିଳିଥାଏ ।
କୋଷ୍ଠକାଠିନ୍ୟ-କିଛି ସପ୍ତାହପର୍ଯ୍ୟନ୍ତ ବଥୁଆଶାଗ ଖାଇବାଦ୍ଵାରା କୋଷ୍ଠକାଠିନ୍ୟତା ଦୂରହେବା ସହିତ ପେଟସଫା ହୋଇଥାଏ ।ଏହାକୁ ଖାଇବା ଦ୍ଵାରା ଆମ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ ।
ଷ୍ଟୋନ-ପ୍ରତିଦିନ ସକାଳୁ ଗୋଟିଏଗ୍ଳାସ କଞ୍ଚା ବଥୁଆରସ ସହିତ ଚିନୀ ମିଶାଇ ପିଇଲେ ଆପଣଙ୍କର ଷ୍ଟୋନ ବାହାରକୁ ବାହାରି ଆସିଥାଏ ।
କିଡନୀରୋଗ-ଯଦି କୌଣସିବ୍ୟକ୍ତିଙ୍କର ପରିସ୍ରା ରହିରହି ଆସିବା ସହିତ କଷ୍ଟ ଅନୁଭବ ହୋଇଥାଏ ତେବେ ତାଙ୍କୁ ବଥୁଆ ରସ ପିଇବା ଆବଶ୍ୟକ ଅଟେ ।
ହୃଦୟଜନିତ ରୋଗ-ବଥୁଆର ନାଲି ପତ୍ରକୁ ବାଟି ସେଥିରେ ସନ୍ଧବଲୁଣ ମିଶାଇ ପିଇବାଦ୍ଵାରା ହୃଦୟଜନିତ ରୋଗରୁ ମୁକ୍ତି ମିଳିଥାଏ ଏବଂ ଏହାରରାଇତା ଖାଇବା ବି ବହୁତ ଉପକାରୀ ହୋଇଥାଏ ।
ଓଜନକମାଇବା-ବଥୁଆଶାଗରେ ଭରିରହିଥିବା ପୋଷକତତ୍ଵ ପେଟଭିତରର ଚର୍ବିକୁ କମାଇ ଓଜନ କମକରିଥାଏ ।ବଥୁଆଶାଗ ଖାଇବାଦ୍ଵାରା ମୋଟାପଣରୁ ମୁକ୍ତି ମିଳିଥାଏ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment