ଆଜିର ରାଶିଫଳ

ଏଥର ଦୀପାବଳିରେ ଘରେ ପ୍ରସ୍ତୁତକରନ୍ତୁ ମୁଗଡାଲି ବରଫି......

ଅକ୍ଟୋବରମାସ ୩୦ତାରିଖ ୨୦୨୪ ମସିହା (ବୁଧବାର)କାର୍ତ୍ତିକମାସ-କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ ୧୨/୫୮ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ହସ୍ତା ଦିବା ଘ୧୦/୧୧ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୬,
ଯୋଗିନୀ ଦକ୍ଷିଣେ ଦିବା ଘ୧୨/୫୮ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୨ ଗତେ ଘ୧୦/୦୮ ମଧ୍ୟେ,ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୮ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୪ ମଧ୍ୟେ ଓ ଘ୦୭/୨୮ ଗତେ ଘ ୦୮/୧୫ ମଧ୍ୟେ ଓ ଘ୧୦/୪୦ ଗତେ ଘ୧୧/୦୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୪୫ ଗତେ ଘ୦୭/୨୭ ମଧ୍ୟେ,ଅଦ୍ୟ ବାଇଗଣ ଦିବା ଘ୧୨/୫୮ ଗତେ ବିରି ଭକ୍ଷଣ ନିଷେଧ।
ମେଷ:- ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନା କୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟ ବିତିବ।ବିଭିନ୍ନକ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳାସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ଏଥର ଦୀପାବଳିରେ ଘରେ ପ୍ରସ୍ତୁତକରନ୍ତୁ ମୁଗଡାଲି ବରଫି……
ଆବଶ୍ୟକସାମଗ୍ରୀ:-ମୁଗ ଡାଲି, ଗୁଆ ଘିଅ, ଚିନି, ଡ୍ରାଏଫ୍ରୁଟ୍ସ
ପ୍ରସ୍ତୁତପ୍ରଣାଳୀ:-ପ୍ରଥମେ ମୁଗଡାଲି ୧କପ୍କୁ ଗ୍ରାଇଣ୍ଡିଂ କରି ଭଲଭାବେ ପାଉଡ଼ର କରିଦିଅନ୍ତୁ । କରେଇରେ ଏକ କପ ଅଧାରୁ କମ୍ ଗୁଆଘିଅ ପକାଇ ତାହାକୁ ଗରମକରନ୍ତୁ।ଏବେ ସେଥିରେ ମୁଗଡାଲି ପାଉଡ଼ରପକାଇ ସିମ୍ ଆଞ୍ଚରେଭାଜନ୍ତୁ। ଏହା ଭଲଭାବେ ଭାଜି ହୋଇଯିବାପରେ ଗ୍ୟାସରୁ ବାହାରକରିଦିଅନ୍ତୁ ।ଅନ୍ୟ ଏକପାତ୍ରରେ ୧କପ୍ ଚିନିରେ ଅଧକପ୍ ପାଣିଦେଇ ସିରା ପ୍ରସ୍ତୁତକରନ୍ତୁ।ସିରା ପ୍ରସ୍ତୁତ ହେବାପରେ ସେଥିରେ ମୁଗଡାଲି ପାଉଡ଼ରକୁପକାଇ ଭଲଭାବେ ଘାଣ୍ଟନ୍ତୁ। କିଛିସମୟ ପରେ ପ୍ରସ୍ତୁତହୋଇଯିବ ଜନ୍ତଣି।ଏବେ ତାହାକୁ ଏକପାତ୍ରରେ ବାହାର କରି ନିଜପସନ୍ଦର ଆକାରଦିଅନ୍ତୁ। ତାହାଉପରେ ନିଜପସନ୍ଦର ଡ୍ରାଏଫ୍ରୁଟ୍ସ ପକାଇ ସଜାଇଦିଅନ୍ତୁ।ପ୍ରାୟ ଘଣ୍ଟାଏପରେ ତାହାକୁ ପିସ୍ ପିସ୍ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗଡାଲି ବରଫି ।
କମ୍ ସାମଗ୍ରୀରେ ସ୍ୱାଦିଷ୍ଟ ମିଠା…..
ଆବଶ୍ୟକସାମଗ୍ରୀ:-କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ
ପ୍ରସ୍ତୁତିପ୍ରଣାଳୀ:-ପ୍ରଥମେ ଏକପ୍ୟାନ୍‌ରେ ଏକକପ୍ କ୍ଷୀର ଗରମକରନ୍ତୁ।କ୍ଷୀର ଫୁଟିଆସିଲେ ସେଥିରେ କ୍ଷୀରର ଅଧାପରିମାଣର ଚିନିପକାନ୍ତୁ ।ଏହାକୁ ଭଲଭାବେ ଗୋଳାନ୍ତୁ ।ଏହାପରେ ସେଥିରେ ଏକକପ୍ ମିଲ୍କପାଉଡର ପକାଇ ଭଲଭାବରେ ଗୋଳାନ୍ତୁ।ଏହା ଗାଢ଼ ହୋଇଆସିଲେ ସେଥିରେ କିଛି ଗୁଆଘିଅ ପକାଇଦିଅନ୍ତୁ।ପରେ ଏହାକୁ ଏକପାତ୍ରକୁ ବାହାରକରି ଥଣ୍ଡାକରନ୍ତୁ।ଏହାପରେ ହାତରେ ଭଲଭାବେ ଚକଟି ଛୋଟ ଛୋଟ ଗୋଲସାଇଜର ମିଠା ଆକୃତିର କରିଦିଅନ୍ତୁ। ସେଥିରେ କେଶର ଓ ବାଦାମପକାଇ ମିଠା ଉପରେ ସଜାଇଦିଅନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ଘରତିଆରି ମିଠା। ଏହାପରେ ନିଜେ ଖାଇବାସହ ଓ ଅତିଥି ଆସିଲେ ପରସନ୍ତୁ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା,ଜୟମାଦୁର୍ଗେ!!

 

Comments (0)
Add Comment