ଆଜିର ରାଶିଫଳ

କାର୍ତ୍ତିକ ମାହାତ୍ମ୍ୟ

୧୯-୧୦-୨୦୨୪(ଶନିବାର)ଯୋଗିନୀ ଅଗ୍ନିକୋଣେ । ଦିବା ଘ୯।୪୨ ଗତେ ନୈଋତେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୧।୧୬ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସନ୍ଧ୍ୟା ଘ୫।୨୮ ଗତେ ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କ ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର ।ବୃଷ ସିଂହ କନ୍ୟା ରାଶିର ଘାତବାର ।ଦିବା ଘ୭ ।୧୪ ମଧ୍ୟେ ଘ୩।୪୯ ଗତେ ଘ୫ ।୧୫ ମଧ୍ୟେ କାଳବେଳା । ଘ୧୨।୫୭ ଗତେ ଘ୨।୨୩ ମଧ୍ୟେ ବାରବେଳା । ରାତ୍ରି ଘ୬।୪୯ ମଧ୍ୟେ ଘ ୪ । ୧୩ ଗତେ ଘ୫ ।୪୮ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁହାନି । ଭୂମି ଓ ଅନ୍ନଦାନ । ଦିବା ଘ୯।୪୨ ଗତେ ପାଦଦୋଷ ଫଳଂ କୃଷିହାନି ।ଭୂମିଦାନ । ଦିବା ଘ୧୧।୧୬ ଗତେ ଦ୍ବିପାଦଦୋଷ । ଫଳଂ କୃଷି,ସନ୍ତାନହାନି । ଫଳଂ ଭୂମି, ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦଶମାସ । ଦିବା ଘ୧୧ ।୧୬ ଗତେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ।ଗୋ କାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୋଇତି କଖାରୁ ଦିବା ଘ ୯।୪୨ ଗତେ ପଟୋଳଭକ୍ଷଣ ନିଷେଧ ।
ମାହେନ୍ଦ୍ର–ରାତ୍ରି ଘ୨।୩ ଗତେ ଘ୨।୫୧ ମଧ୍ୟେ ।
ମେଷ:-ନିଜକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବୃଷ:-କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖ-ଶାନ୍ତିମୟ ହେବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ:-ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
କର୍କଟ:-କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ କ୍ଷତି କରିବା ପାଇଁ ବିଫଳ ପ୍ରୟ‌ାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତିଲାଗି ଦିନଟି ଉତ୍ତମ। କଳାକ୍ଷେତ୍ରରେ ଥିବା ଲୋକମାନେ ଭଲପ୍ରଦର୍ଶନ କରିବେ।ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।
କନ୍ୟା:-ନୂଆ କାମ କରିବା ପାଇଁ ଦିନଟି ଉପଯୁକ୍ତ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।
ତୁଳା:-ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।
ବିଛା:-ମସ୍ତିଷ୍କରେ ଲାଗିରହିଥିବା ଚିନ୍ତା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।
ଧନୁ:-ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମକର:-ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକେ ଆପଣଙ୍କଠାରୁ ଅନେକ କିଛି ଆଶା କରିବେ।
କୁମ୍ଭ:-ଧୈର୍ଯ୍ୟଧରି କାମ କଲେ ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
ମୀନ:-ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ, ସଫଳ ହେବେ।ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ବାସ୍ଥ୍ୟ ଭଲରହିବ।ଦାମ୍ପତ୍ୟଜୀବନ ପୂର୍ବ ଅପେକ୍ଷା ଅଧିକ ଭଲହେବ।

କାର୍ତ୍ତିକ ମାହାତ୍ମ୍ୟ:-
କୃତ୍ତିକାନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକମାସ କହନ୍ତି ।ଏହାର ପୂର୍ବବର୍ତ୍ତୀମାସ ଆଶ୍ୱିନ ଓ ପରବର୍ତ୍ତୀମାସ ମାର୍ଗଶୀର ।ନାରଦୀୟପୁରାଣ ମତେ ମାସମଧ୍ୟରେ କାର୍ତ୍ତିକମାସ ହେଉଛି ଶ୍ରେଷ୍ଠମାସ, ଯେପରି ଯୁଗମଧ୍ୟରେ ଶ୍ରେଷ୍ଠସତ୍ୟଯୁଗ ।ଏହା ଧର୍ମମାସ ହୋଇଥିବାରୁ ଗାଁରୁସହର ପର‌୍ୟ୍ୟନ୍ତ ଜନଗଣ ଏମାସଟିକୁ ନିଷ୍ଠାସହକାରେ ପାଳନକରନ୍ତି ।ମାସସାରା ପାଳି ନପାରିଲେ ପଞ୍ଚୁକ ପାଞ୍ଚଦିନପାଳନ୍ତି ।ଏହିସମୟରେ ଦୀପାବଳି ଦୀପଦାନ, ବୋଇତବନ୍ଦାଣ, ରାଧାଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।ପୌରାଣିକ ମତେ ପରମପିତାବ୍ରହ୍ମା ଦେବର୍ଷିନାରଦଙ୍କୁ କାର୍ତ୍ତିକମାସ ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ ଓ ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ 
ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ 
ଅର୍ଥାତ କାର୍ତ୍ତିକପରି ମାସନାହିଁ, ସତ୍ୟଯୁଗପରି ଯୁଗନାହିଁ, ବେଦସଦୃଶ ଶାସ୍ତ୍ରନାହିଁ ଏବଂ ଗଙ୍ଗାପରି ତୀର୍ଥନାହିଁ ଓକାର୍ତ୍ତିକମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟମାସ ।ତନ୍ମଧ୍ୟରୁ ଶେଷପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀପର‌୍ୟ୍ୟନ୍ତ ପବିତ୍ରଦିବସ ।ଏହି ପାଞ୍ଚଦିନକୁ ଭୀଷ୍ମପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment