ଆଜିର ରାଶିଫଳ

ଅକ୍ଟୋବରମାସ ୦୮ତାରିଖ ୨୦୨୪ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୧୧/୦୨ ଗତେ ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୪୩/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୨୬/୩୬,ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମକରରାଶିର ଘାତବାର,କାଳବେଳା-ଦିବା ଘ୧୨/୫୮ ଗତେ ଘ୦୨/୨୭ ମଧ୍ୟେ,ବାରବେଳା -ଦିବା ଘ୦୭/୧୨ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୦/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୦୮/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୫/୨୭ ଗତେ ଘ୦୭/୪୪ ମଧ୍ୟେ,ବେଲ ଦିବାଘ୧୧/୦୨ ଗତେ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତହେବ।କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗପାଇବେ। ଓକିଲଙ୍କୁ ପୁରୁଣାମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ।ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:- ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ।ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ।ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ।ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:- ଆପଣଙ୍କ ମନ ପ୍ରସନ୍ନ ରହିବ।ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ।ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆଚୁକ୍ତିପତ୍ର ହେବ। ଦାମ୍ପତ୍ୟଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ଶାରଦୀୟ ନବରାତ୍ରି ୯ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା ଆରାଧନା କରାଯାଏ। ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ।ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ନବରାତ୍ରର ତୃତିୟ ଦିବସରେ ମାତା ଚନ୍ଦ୍ରଘଣ୍ଟାର ଉଗ୍ରରୂ ଦେଖିବାକୁ ମିଳିଥାଏ ।କୁଷ୍ମାଣ୍ଡା ରୁପରେ ମା ନବରାତ୍ରର ଚତୁର୍ଥସ୍ୱରୁପ ହୋଇଥାଏ ।ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ସ୍କନ୍ଧମାତାସ୍ୱରୂପରେ ଉପାସନା କରାଯାଏ।
କାତ୍ୟାୟନୀ:-ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା ଯୁବତୀମାନଙ୍କର ଶିଘ୍ର ବିବାହ ହୋଇପାରିଥାଏ ।!!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

ପବିତ୍ର ନବରାତ୍ରିର ଆଜି ହେଉଛି ଷଷ୍ଠଦିନ।ଏହିଦିନ ମାଆ କାତ୍ୟାୟନୀ ରୂପରେ ପୂଜା ପଆନ୍ତି ।
ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାପାଇଁ ବ୍ରଜର ଗୋପୀ ମାନେ ତାଙ୍କପୂଜା କାଳିନ୍ଦୀ ଯମୁନା ତଟରେ କରିଥିଲେ।ଏହା ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀଦେବୀଙ୍କ ସ୍ୱରୁପରେ ପ୍ରତିଷ୍ଠିତରହିଛନ୍ତି। ମାଆ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଅଟେ। ତାଙ୍କର ଚାରିଟି ଭୂଜା ରହିଛି।ମାତାଙ୍କ ଡାହାଣପାର୍ଶ୍ଵ ଉପରହାତ ଅଭୟମୁଦ୍ରାରେ ତଥା ଅଭୟ ମୁଦ୍ରାରେ ତଥା ତଳପାର୍ଶ୍ଵ ବରମୁଦ୍ରାରେ ରହିଛି।ବାମପାର୍ଶ୍ୱରେ ଥିବା ଉପର ହାତରେଖଣ୍ଡା ଏବଂ ତଳପାର୍ଶ୍ୱରେ ଥିବା ହାତରେ କମଳପୁଷ୍ପ ସୁଶୋଭିତଅଟେ।ତାଙ୍କରବାହନ ସିଂହ ଅଟେ।
ପୂଜାପଦ୍ଧତି-
ପୂଜାଆରମ୍ଭ କରିବାସମୟରେ, ହାତରେ ସୁଗନ୍ଧିତ ପୁଷ୍ପ ଦେଇ ଦେବୀଙ୍କୁ ଆବାହନ କରାଯାଏ। ଏହାପରେ ଷୋଡ଼ଶଉପଚାର ବିଧିରେ ପୂଜା ସମ୍ପର୍ଣ୍ଣ ପରେ ମାଙ୍କୁ ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରାଯାଏ। ଆଜିର ଦିନରେ ମାଙ୍କୁ ମଧୁ ବା ମହୁ ବିଶେଷ କରି ଅର୍ପଣ କରାଯାଏ। କାରଣ ମା ହେଉଛନ୍ତି ମଧୁ ପ୍ରିୟ।
ମା କାତ୍ୟାୟନୀଙ୍କ ମନ୍ତ୍ର-
ଚନ୍ଦ୍ର ହସୋଜ୍ଜୱାଲକରା ଶାର୍ଦୁଲବର୍ ବାହନା ।
କାତ୍ୟୟନି ଶୁଭଂଦଦ୍ୟା ଦେବୀ ଦାନବଘାତିନୀ ।।
ବିବାହ ହୋଇପାରୁନଥିବା ଯୁବତୀମାନେ ମାଆଙ୍କ ଆରାଧନାକଲେ ତାଙ୍କୁ ମନଲାଖି ସ୍ୱାମୀ ମିଳିବା ସହିତ ତାଙ୍କର ଜାତକରେଥିବା ମଙ୍ଗଳ ଦୋଷ ମଧ୍ୟ ନାଶ ହୋଇଥାଏ।ଏହାସହିତ ଆଜି ମାଙ୍କୁ ବିଲ୍ଵବୃକ୍ଷ ମୂଳରେ ପୂଜା କରିବାର ବିଧାନରହିଛି।ତେଣୁ ଆଜି ବିଶେଷ ନୀତି ବିଲ୍ଵ ବରଣ କରାଯାଇଥାଏ ।

 

Comments (0)
Add Comment