ଆଜିର ରାଶିଫଳ

ଅକ୍ଟୋବରମାସ ୦୩ତାରିଖ ୨୦୨୪ମସିହା(ଗୁରୁବାର)
ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୨/୪୦ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/ ୦୬,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୧ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୩୦ ଗତେ ଘ୦୫/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୦୭/୧୯ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୪ଗତେ ଘ୦୯/୩୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି, ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ-ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ-ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।
କର୍କଟ-ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।
ବିଛା-ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର-ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ-ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନ-ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।

ଜାଣନ୍ତୁ ନବରାତ୍ରୀ ପୁଜା କିପରିକରିବେ?
ହିନ୍ଦୁଧର୍ମରେ ଖୁବ ଧୁମଧାମରେ ପାଳନ କରାଯାଏ ଶାରଦୀୟଦୁର୍ଗାପୂଜା ।ଆଶ୍ୱୀନମାସର ଶୁକ୍ଳପକ୍ଷ ପ୍ରତିପଦାତିଥିରୁ ଆରମ୍ଭହୁଏ ମାଦୁର୍ଗାଙ୍କ ପୂଜାରସମ୍ଭାର ।ଏହିଦିନରୁ ନବରାତ୍ରୀ ଆରମ୍ଭ ହେଉଥିବାବେଳେ ଦଶମୀତିଥିରେ ଦଶହରା ପାଳନକରାଯାଏ ।ଚଳିତବର୍ଷ ଅକ୍ଟୋବର୩ତାରିଖ, ଗୁରୁବାରରୁ ଆରମ୍ଭ ହେବାକୁଯାଉଛି ଶାରଦୀୟନବରାତ୍ରୀ ।ଧାର୍ମିକମାନ୍ୟତା ଅନୁସାରେ, ନବରାତ୍ରୀରେ ମାଦୁର୍ଗାଙ୍କ ୯ଟିରୂପକୁ ଆରାଧନା କରାଯାଏ । ଅକ୍ଟୋବର ୩ ତାରିଖ ଗୁରୁବାରରୁ ଆରମ୍ଭ ହୋଇ ଅକ୍ଚୋବର ୧୨ ତାରିଖରେ ଶେଷ ହେବ । ପଞ୍ଚଙ୍ଗ ଅନୁଯାୟୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପ୍ରତିପଦା ତିଥି ଅକ୍ଟୋବର ୩ ତାରିଖ ୧୨ ଟା ୧୮ ରୁ ଆରମ୍ଭ ହୋଇ ୪ଅକ୍ଟୋବର ୦୨ଟା ୫୮ରେ ଶେଷ ହେବ। ପୂଜା ପାଇଁ ଘଟ ସ୍ଥାପାନା ମୁହୁର୍ତ୍ତ ସକାଳ ୬ ଟା୧୫ ରୁ ୭ ଟା ୨୨ ମିନିଟ ପର୍ୟ୍ୟନ୍ତ ରହିଛି । ଏହି ଦିନ ଘଟସ୍ଥାପନା କରାଯାଇ ମା’ ଦୁର୍ଗାଙ୍କର ପ୍ରଥମ ରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ସେହିପରି ନବରାତ୍ରୀର ଦ୍ବିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା’ କୁଷ୍ମାଣ୍ଡା, ପଞ୍ଚମ ଦିନରେ ମା’ ସ୍କନ୍ଦମାତା, ଷଷ୍ଠ ଦିନରେ ମା’ କାତ୍ୟାୟନୀ ସପ୍ତମ ଦିନରେ ମା’ କାଳରାତ୍ରୀ, ଅଷ୍ଟମୀରେ ମା’ ସିଦ୍ଧିଦାତ୍ରୀ, ନବମୀରେ ମା’ ମହାଗୌରୀଙ୍କୁ ପୂଜା କରାଯାଇଥାଏ ଓ ଦଶମୀରେ ବିଜୟା ଦଶମୀ ପାଳନ କରାଯାଇଥାଏ ।ଶାରଦୀୟ ନବରାତ୍ରୀର ମହାଷ୍ଟମୀ ଏବଂ ନବମୀ ଦିନ ସବୁଠୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଚଳିତବର୍ଷ ନବରାତ୍ରିରେ ଅଷ୍ଟମୀ୧୧ ଅକ୍ଟୋବରରେ ଏବଂ ମହାନବମୀ ୧୨ ଅକ୍ଟୋବରରେ ପଡୁଛି । ନବରାତ୍ରୀର ଶେଷ ଦିବସ ତଥା ବିଜୟା ଦଶମୀ ୧୩ ଅକ୍ଟୋବରରେ ପୁଡୁଛି । ୧୪ଅକ୍ଟୋବରରେ ମାଜଗତଜନନୀଙ୍କୁ ଦିଆଯିବ ମେଲାଣି ।୯ଦିନରେ ୯ଟିରୂପରେ ମାମହୀଷା ମର୍ଦ୍ଦିନୀ ଭକ୍ତଙ୍କୁଦର୍ଶନ ଦେଇଥାନ୍ତି ।ଏହି ଦିନମାନଙ୍କରେ ମାଦଶଭୂଜାଙ୍କର ପ୍ରତ୍ୟେକରୂପକୁ ବିଧିଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ ନବମୀକୁ ପୂଜାକରି ବ୍ରତ ଶେଷକରାଯାଏ ।ଘରେଘରେ ଦେବୀଙ୍କ ସ୍ୱରୂପାଙ୍କୁ ଭୋଗ ଲଗାଯାଇଥାଏ ।
ହିନ୍ଦୁଧର୍ମର ମାନ୍ୟତାଅନୁସାରେ, ମହିଷାସୁର ନିଜଶକ୍ତି ଏବଂ କ୍ଷମତାରେ ସବୁଆଡେ ହାହାକାର ସୃଷ୍ଟିକରିଥିଲା । ରାକ୍ଷସର ପ୍ରଭାବରେ ଦେବା-ଦେବୀମଧ୍ୟ ବିଚଳିତ ହୋଇଉଠିଥିଲେ ।ତେଣୁ ମହିଷାସୁରକୁ ବଦ୍ଧକରିବା ପାଇଁ ଦୁର୍ଗାଙ୍କରୂପରେ ମର୍ତ୍ତ୍ୟକୁଆସିଥିଲେ ଦେବୀଆଦିଶକ୍ତି ।୮ଦିନର ଘମାଘୋଟ ଯୁଦ୍ଧପରେ ନବମୀଦିନ ମହିଷାସୁରକୁ ବଦ୍ଧକରି ମହିଷାମର୍ଦ୍ଦିନୀରୂପ ଧାରଣ କରିଥିଲେ ଜଗତଜନନୀଦେବୀ ।ତେଣୁ ଏହିଦିନକୁ ମହାନବମୀତିଥି ଭାବେ ପାଳନକରାଯାଏ
ନବଦିନାତ୍ମକ ପୂଜାର ରହିଛି ବିଶେଷତ୍ତ୍ୱ ଓ ଏହି ସମୟରେ କଣ ସବୁ କରିବା ବା ନକରିବା ଉଚିତ୍…..
ଶାରଦୀୟ ମାତୃ ଉପାସନାର ପବିତ୍ର ଅବସରରେ ନବଦିନାତ୍ମକ ପୂଜାର ବିଶେଷତ୍ୱ ସର୍ବାଧିକ । ଯେଉଁମାନେ ଏହି ନବରାତ୍ରି ବ୍ରତ ରଖିଥାନ୍ତି, ସେମାନେ କେତୋଟିଦିଗ ପ୍ରତି ବିଶେଷଧ୍ୟାନଦେବା ଉଚିତ । ନବଦିନବ୍ୟାପି ଅଖଣ୍ଡଦୀପ ଜାଳୁଥିଲେ,ଅଖଣ୍ଡଦୀପ ଜଳିବାସ୍ଥାନକୁ ଖାଲିକରି ଯିବା ଅନୁଚିତ ।କୌଣସି କାରଣରୁ ନିଜେ ରହିପାରୁନଥିଲେ ଅନ୍ୟକାହାକୁ ରଖିଯାଇପାରିବେ ।ସେହିପରି ପୂଜାପର୍ବରେ ସ୍ୱଚ୍ଛତା ରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ।ମାଙ୍କରଘଟ ଯେଉଁଘରେ ସ୍ଥାପନକରିଥିବେ ସେହିଘରଟି ସମ୍ପୂର୍ଣ୍ଣନିର୍ମଳ ରଖିବାଆବଶ୍ୟକ ।ନିଜେ ପ୍ରତିଦିନ ସ୍ନାନପରେ ଧୂଆସଫା ବସ୍ତ୍ରପିନ୍ଧି ପୂଜାକରିବା ଉଚିତ ।ନବରାତ୍ରିବ୍ରତ କରୁଥିବାବ୍ୟକ୍ତି ଦିନରେ ଶୋଇବାଅନୁଚିତ ।ଦିନବେଳେ ଦେବୀମନ୍ତ୍ର ପାଠ ବା ଜପ କରିପାରିବେ । ଭଜନ,ଜଣାଣ ଶୁଣିପାରିବେ ।ବ୍ରତଧାରୀ ଚମଡ଼ାଯୁକ୍ତ ଜିନିଷ ଏହି ନବରାତ୍ର ସମୟରେ ବ୍ୟବହାର କରନ୍ତୁନାହିଁ ।ତାମସିକଖାଦ୍ୟ ମଧ୍ୟ ଖାଇବା ଅନୁଚିତ ।ତାମସିକଖାଦ୍ୟ କହିଲେ କେବଳ ଆମିଷନୁହେଁ, ପିଆଜ ରସୁଣଯୁକ୍ତ ଖାଦ୍ୟ,ଛତୁ,ପୋଇ ଇତ୍ୟାଦି ତାମସିକ ଭୋଜନରେଯାଏ । ନବରାତ୍ରିସମୟରେ ବ୍ରତଧାରୀ ନଖ,କେଶ,ଦାଢ଼ି ଇତ୍ୟାଦି କାଟିବାରୁ ବିରତରହିବା ଉଚିତ ।ଦେବୀମାତାଙ୍କୁ ପୂଜାକରିବା ସମୟରେ ଅଧାରୁ ସେହିସ୍ଥାନ ଛାଡ଼ିଯିବାଅନୁଚିତ ।ନିୟମମଧ୍ୟରେ ରହି ନିଷ୍ଠା ତଥା ଭକ୍ତିରେରହି କରୁଣାମୟୀ ମାଙ୍କୁ ପୂଜାକଲେ ମାତୃକୃପାଅବଶ୍ୟ ପ୍ରାପ୍ତ ହୋଇଥାଏ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା,ଜୟମାଦୁର୍ଗେ!!

Comments (0)
Add Comment