ଆଜିର ରାଶିଫଳ

ଶାସ୍ତ୍ରଅନୁସାରେ ଏହି ଜିନିଷଗୁଡିକର ଦାନ ବର୍ଜନୀୟ ଅଟେ.... 

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୪ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୫ ଗତେ ଦଶମୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୨୭ ଗତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୬ ,ଯୋଗିନୀ ପୂର୍ବେ ଦିବା ଘ୧୨/୩୫ ଗତେ ଉତ୍ତରେ ,ନବମୀର ଏକୋଡ଼ିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୭ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୩/୩୩ ମଧ୍ୟେ ଓ ଘ୦୬/୨୦ ଗତେ ଘ୦୯/୩୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ଲାଉ ଦିବାଘ୧୨/୩୫ ଗତେ କଳମଶାଗ ଭକ୍ଷଣ ନିଷେଧ
ମେଷ:-ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବାଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା:-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ୟକରିବା ବୁଦ୍ଧିମାନ ର କାର୍ୟହେବ।
କୁମ୍ଭ:-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

 ଏହି ଜିନିଷଗୁଡିକର ଦାନକଲେ ହେବେ କଙ୍ଗାଳ 
ନିଜଭାଗ୍ୟ ଅନୁସାରେ କିଛି ବିଜିନିଷ ଦାନକରିବା ପୁଣ୍ୟଅଟେ ।ଶାସ୍ତ୍ରଅନୁସାରେ ବସ୍ତୁଗୁଡିକର ଦାନକରିବା ଦ୍ୱାରା ମନୁଷ୍ୟକୁ ପ୍ରତିଟି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଜୀବନରୁ ପ୍ରତିଟିକଷ୍ଟ ଦୂରହୋଇଥାଏ ।କିନ୍ତୁ ଶାସ୍ତ୍ରୀରେ ଏହିଭଳିକିଛି ଜିନିଷରଦାନ ବର୍ଜନ କରାଯାଇଛି ସେହିପରି କିଛି ଜିନିଷକୁ କଦାପି ଦାନ କରିବା ଉଚିତ୍ ନୁହେଁ । ଏହି ଜିନିଷ ଗୁଡିକର ଦାନ କରିବା ଫଳରେ ଜୀବନରେ ଦୁଃଖକଷ୍ଟ ଲାଗି ରହିଥାଏ ଏବଂ ମନୁଷ୍ୟର ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ । ଏହି କାରଣ ସକାଶେ ଆପଣ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକର ଦାନ କରନ୍ତୁ ନାହିଁ ।
ଝାଡୁଦାନ-ଝାଡୁ ମହଲକ୍ଷ୍ମୀଙ୍କ ସହ ଜଡିତ ଅଟେ ଏବଂ ଝାଡୁଦାନ ବର୍ଜନୀୟ ଅଟେ ।ମାନ୍ୟତା ରହିଛି; ଯଦି କୌଣସି ବ୍ୟକ୍ତି ଝାଡୁ ଦାନ କରିଥାଏ, ତେବେ ସେହି ବ୍ୟକ୍ତିକୁ ଧନ ହାନିର ଶିକାର ହେବାକୁ ପଡିଥାଏ । ଏହି କାରଣରୁ କଦାପି କୌଣସି ବ୍ୟକ୍ତିଙ୍କୁ ଝାଡୁଦାନ କରନ୍ତୁନାହିଁ ।
ପିନ୍ଧିଥିବାପୋଷାକ-ହିନ୍ଦୁଧର୍ମ ଅନୁସାରେ ପୋଷାକଦାନ କରିବା ପୁଣ୍ୟ ହୋଇଥାଏ କିନ୍ତୁ କଦାପି ଆପଣ ଆପଣଙ୍କ ପୁରୁଣାବସ୍ତ୍ର ଦାନ କୌଣସି ପଣ୍ଡିତଙ୍କୁ କରନ୍ତୁ ନାହିଁ ।ଶାସ୍ତ୍ରଅନୁସାରେ ପଣ୍ଡିତଙ୍କ ସର୍ବଦା ନୂତନପୋଷାକ ଦାନକରିବା ଉଚିତ୍ ।ଯଦି ଆପଣ ପଣ୍ଡିତଙ୍କୁ ପୁରୁଣାପୋଷାକ ଦାନକରନ୍ତି; ତେବେ ଆପଣଙ୍କୁ ପାପ ଲାଗିଥାଏ ।ଏହି କାରଣରୁ କଦାପି ବ୍ୟବହୃତ ପୋଷାକଦାନ କରନ୍ତୁନାହିଁ ।
ବାସନକୁସନର ଦାନ-ନିଜଘରର ବାସନ-କୁସନ କଦାପି ଦାନ କରନ୍ତୁନାହିଁ ।ଶାସ୍ତ୍ରଅନୁସାରେ ବାସନକୁସନର ଦାନକରିବା ଦ୍ଵାରା ମଣିଷରଜୀବନରେ ଅନ୍ନର ଅଭାବ ଦେଖାଯାଏ ଏବଂ ଏହାସହ ଜୀବନରେ ସର୍ବଦା ଦୁଃଖ ଲାଗିରହିଥାଏ ।
ଅଇଁଠା କିମ୍ବା ବାସୀଖାଦ୍ୟ-ଖାଦ୍ୟରଦାନ ସବୁଠୁ ଭଲ ଓ ପୂଣ୍ୟଦାନ ହୋଇଥାଏ ।ମାନ୍ୟତାରହିଛି; ଭୋଜନ କିମ୍ବା ଖାଦ୍ୟଶସ୍ୟର ଦାନ କରିବାଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।କିନ୍ତୁ ଭୁଲରେ ମଧ୍ୟ ଆପଣ କାହାରିକୁ ଅଇଁଠା କିମ୍ବା ବାସୀଖାଦ୍ୟ ଦାନ କରନ୍ତୁନାହିଁ ।ଅଇଁଠା ଖାଦ୍ୟ ବ୍ୟତୀତ ଅଇଁଠା କିମ୍ବା ଦୂଷିତପାଣିର ଦାନ କରନ୍ତୁନାହିଁ ।
ବ୍ୟବହୃତ ତୈଳର ଦାନ କରନ୍ତୁନାହିଁ-ତେଲଦାନ କରିବାଦ୍ୱାରା ଗ୍ରହଶାନ୍ତି ହୋଇଥାଏ ।ଏହି କାରଣରୁ କୁହାଯାଇଛି; ଯେତେବେଳେ ଆପଣଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ପଡିଥାଏ, ତେବେ ଆପଣ ସୋରିଷତେଲର ଦାନକରିନ୍ତୁ । କିନ୍ତୁ ସର୍ବଦା ଧ୍ୟାନରଖନ୍ତୁ, ବ୍ୟବହୃତ ହୋଇଥିବାତେଲର ଦାନ କଦାପି କରନ୍ତୁନାହିଁ ।ଏହାପଛରେ ମାନ୍ୟତାରହିଛି, ଶନିଙ୍କ ପ୍ରକୋପ କମିବା ପ୍ରତିବଦଳରେ ଶନିଙ୍କପ୍ରକୋପ ବଢିଯାଇଥାଏ ଏବଂ ଜୀବନରେ ଅନେକସମସ୍ୟା ବୃଦ୍ଧି ପାଇଥାଏ ।
ଧାରୁଆଅସ୍ତ୍ରର ଦାନ ବର୍ଜନୀୟ-ଧାରୁଆ ଅସ୍ତ୍ରର ଦାନ ବର୍ଜନୀୟ ଅଟେ ।ମାନ୍ୟତା ରହିଛି; ଧାରୁଆଅସ୍ତ୍ରର ଦାନ କରିବାଦ୍ୱାରା ଘରେ ଅଶାନ୍ତି ବଢି ଯାଇଥାଏ ଏବଂ ଘରର ବାତାବରଣ ଖରାପହୋଇଥାଏ ।ଏହି କାରଣରୁ କଦାପି ଧାରୁଆଅସ୍ତ୍ରର ଦାନ କରନ୍ତୁନାହିଁ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment