ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୬ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୩/୪୦ ଗତେ ଚତୁର୍ଦ୍ଦଶୀ,ଅଦ୍ୟ ବିଶ୍ଵକର୍ମା ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୦୯,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୦,ଯୋଗିନୀ ଦକ୍ଷିଣେ ଦିବା ଘ୦୩/୩୧ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୪୧ ଗତେ ଘ୦୪/୧୩ ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୮/୫୨ ଗତେ ଘ୦୧/୧୬ ମଧ୍ୟେ ରାତ୍ରି ଘ୦୮/୦୬ ଗତେ ଘ୧୧/୧୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ।
ମେଷ:- ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳ ହେବେ।ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କରରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ମହାଭାରତରେ ଶ୍ରୀକୃଷ୍ଣ କୌରବଙ୍କୁ ମାଗିଥିବା ସେହି ୫ଟି ଗାଁ ଏବେ କେଉଁଠି ?
ସିଂହାସନଲୋଭ, ଜିଦ୍ ଓ ନାରୀର ଅପମାନ ଭଳି କେତେକକାରଣରୁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ହୋଇଥିଲା । ଜମି ଓ ରାଜ୍ୟ ବିଭାଜନ ମଧ୍ୟ ଏହି ଭୟଙ୍କର ଯୁଦ୍ଧର ମୁଖ୍ୟ କାରଣଥିଲା ।ରାଜ୍ୟଲୋଭରେ କୌରବମାନେ ପାଣ୍ଡବଙ୍କପାଇଁ ଅନେକ ଷଡଯନ୍ତ୍ର ରଚିଥିଲେ । ସେମାନଙ୍କୁ ମାରିଦେବା ପାଇଁ ମଧ୍ୟ ଚେଷ୍ଟାକଲେ ।ବିନାଯୁଦ୍ଧରେ ଚୁଞ୍ଚି ମୁନର ମେଦିନୀ ନଦେବାକୁ ଜିଦ୍ ଧରିଥିଲେ ଦୁର୍ଯ୍ୟୋଧନ ।ତଥାପି ଯୁଦ୍ଧ ଚାହୁ ନଥିଲେ ପାଣ୍ଡବଙ୍କ ଜ୍ଯେଷ୍ଠ ଭ୍ରାତା ଯୁଧିଷ୍ଠିର ।ସେଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ଶାନ୍ତିଦୂତଭାବେ ପଠାଇ ଦୁର୍ଯ୍ୟୋଧନଙ୍କୁ ୫ଟି ଗାଁ ମାଗିଥିଲେ ।ଦୁର୍ଯ୍ୟୋଧନ ଯଦି ଏହି ପାଞ୍ଚଟି ଗାଁ ଦେବାକୁ ରାଜି ହୋଇ ଯାଇଥାନ୍ତେ, ତେଵେ ଇତିହାସର ସବୁଠାରୁ ବଡ଼ ଯୁଦ୍ଧ ଟଳି ଯାଇଥାନ୍ତା ।ଶେଷରେ ଦୁର୍ଯ୍ୟୋଧନଙ୍କ ଜିଦ୍ ଯୋଗୁଁ ମହାଭାରତ ଯୁଦ୍ଧ ହେଲା ।ଏଥିରେ ଅନେକ ବୀର ନିହତ ହେଲେ ଓ କୌରବ ବଂଶନାଶ ହେଲା ।ଆଜି ବି ଲୋକମାନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧକୁନେଇ ଅନେକ ଜିଜ୍ଞାସା ଭରିରହିଛି ।ଯୁଦ୍ଧ କେଉଁଠି ହୋଇଥିଲ ଓ ଦୁର୍ଯ୍ୟୋଧନ କେଉଁଠି ଲୁଚିଥିଲେ ଇତ୍ୟାଦି ।ମହାଭାରତରେ ଉଲ୍ଲେଖ ଥିବା ସମସ୍ତ ଅଞ୍ଚଳ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ ରହିଛି । ଶ୍ରୀକୃଷ୍ଣମାଗିଥିବା ସେହି ୫ଟିଗାଁ ଆଜି ବି ରହିଛି ।କିନ୍ତୁ ସମୟ ପରିବର୍ତ୍ତନସହିତ ସେହି ସ୍ଥାନଗୁଡିକର ନାଁ ବିବଦଳିଛି । ଆସନ୍ତୁ ଜାଣିବା କେଉଁଠି ଅଛି ସେହି ୫ଟି ଗାଁ ବିଷୟରେ ଜାଣିବା ।
୧)ଇନ୍ଦ୍ରପ୍ରସ୍ଥ:-ଦିଲ୍ଲୀର ଦକ୍ଷିଣାଞ୍ଚଳକୁ ଇନ୍ଦ୍ରପ୍ରସ୍ଥ ବୋଲି କୁହାଯାଏ ।ମହାଭାରତର କଥାବସ୍ତୁଅନୁସାରେ ଜମି ବିବାଦକୁ ନେଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହେଲା ।ଏହାଦେଖି ଧୃତରାଷ୍ଟ୍ର ଯମୁନା ନଦୀ କୂଳରେ ଥିବା ଖାଣ୍ଡବପ୍ରସ୍ଥଅଞ୍ଚଳକୁ ପାଣ୍ଡବଙ୍କୁ ଦେଇ ତାଙ୍କୁ ରାଜ୍ୟରୁ ଅଲଗା କରିଦେଇଥିଲେ । ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣଥିଲା ।ପାଣ୍ଡବମାନେ ରାବଣଙ୍କ ଶ୍ବଶୁର ତଥା ମହାନ୍ ଶିଳ୍ପୀ ମାୟାସୁରଙ୍କ ସହାୟତାରେ ଏଠାରେ ଏକ ଭବ୍ଯ ନଗରୀ ନିର୍ମାଣ କରିଥିଲେ ଓ ଏହାର ନାମ ଇନ୍ଦ୍ରପ୍ରସ୍ଥ ରଖିଥିଲେ ।
୨)ବ୍ୟାଘ୍ରପ୍ରସ୍ଥ:-ବ୍ୟାଘ୍ରପ୍ରସ୍ଥର ଅର୍ଥ ହେଉଛି ବାଘଙ୍କ ରହିବାସ୍ଥାନ ।ଏବେ ଏହି ସ୍ଥାନଟି ଉତ୍ତରପ୍ରଦେଶରେ ବାଗପଥ ନାମରେ ପରିଚିତ ।ମୋଗଲଶାସନ ସମୟରେ ଏହିସ୍ଥାନର ନାମ ବାଗପଥହୋଇଛି ।ବାଗପଥ ହେଉଛି ସେହିଜାଗା ଯେଉଁଠାରେ କୌରବମାନେ ଯଉଘର ପ୍ରସାଦକରି ପାଣ୍ଡବମାନଙ୍କୁ ଜିଳିବାକୁ ଚେଷ୍ଟା କରିଥିଲେ ।
୩)ପାଣ୍ଡୁପ୍ରସ୍ଥ:-ହରିୟାଣାରେ ଥିବା ” ପାନିପଥକୁ ” ମହାଭାରତ ସମୟରେ ପାଣ୍ଡୁପ୍ରସ୍ଥ କୁହାଯାଉଥିଲା ।ଏହି ସହରକୁ ବୁଣାକାରଙ୍କ ସହର ବୋଲି ମଧ୍ୟ କୁହାଯାଏ ।ଭାରତୀୟ ଇତିହାସରେ ଏହିସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସ୍ଥାନରେ ୩ଟି ବଡ଼ବଡ଼ ଯୁଦ୍ଧହୋଇଥିଲା । ପାଣ୍ଡୁପ୍ରସ୍ଥ ରାଜଧାନୀ ଦିଲ୍ଲୀ ଠାରୁ ୯୦ କିଲୋମିଟର ଉତ୍ତରରେ ଅବସ୍ଥିତ ।
୪)ସ୍ବର୍ଣ୍ଣପ୍ରସ୍ଥ:-ଏହାରଅର୍ଥ ହେଉଛି ସୁନାରସହର ।ମହାଭାରତ ସମୟରେ ସ୍ବର୍ଣ୍ଣପଥ କୁହାଯାଉଥିବାଅଞ୍ଚଳ ଆଜି ହରିୟାଣା ରାଜ୍ୟର ସୋନେପତ୍ ସହର ନାମରେ ଖ୍ୟାତ  ।
୫)ତିଳପ୍ରସ୍ଥ:-ମହାଭାରତ ସମୟର ଏହି ଅଞ୍ଚଳଟି ମଧ୍ୟ ହରିୟାଣାରେ ରହିଛି ।ଏବେ ଏହାରାଜ୍ୟର ଫରିଦାବାଦ ଜିଲ୍ଲାରେ ତିଲପତିନାମରେ ନାମିତ ଯାହା ଯମୁନାନଦୀ କୂଳରେ ରହିଛି ।ଏହି ସହରର ଜନସଂଖ୍ୟା ୪୦ହଜାରରୁ ଅଧିକ ରହିଛି । !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯେଗାମାୟା!!

Comments (0)
Add Comment