ଆଜିର ରାଶିଫଳ

ସନ୍ଧ୍ୟା ଆଳତୀ ସମୟରେ ଶଙ୍ଖଧ୍ଵନି କରାଯାଏ କାହିଁକି ?

ସେପ୍ଟେମ୍ବରମାସ ୧୪ତାରିଖ ୨୦୨୪ମସିହା(ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୦୮/୫୯ ଗତେ ଦ୍ୱାଦଶୀ ,ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୦୯/୨୭ଗତେ ଶ୍ରବଣ। ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୨୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୨୦ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୫୯ ଗତେ ନୈରୁତେ ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ ,କନ୍ୟା ରାଶି ର ଘାତବାର ,ଅଦ୍ୟ ମୃତେ ଦ୍ଵିପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୭/୧୧ମଧ୍ୟେ ଓ ଦିବା ଘ୦୪/୧୪ ଗତେ ଘ୦୫/୪୬ ମଧ୍ୟେ ,ବାରବେଳା – ଦିବା ଘ୦୧/୧୨ ଗତେ ଘ୦୨/୪୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୪ ଗତେ ଘ୦୯/୪୦ ମଧ୍ୟେ ଓ ଘ୦୨/୪୪ଗତେ ଘ୦୩/୧୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୩୪ ଗତେ ଘ୦୩/୨୨ମଧ୍ୟେ ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
ମେଷ:-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ:-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ୟ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ:-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ସନ୍ଧ୍ୟା ଆଳତୀ ସମୟରେ ଶଙ୍ଖଧ୍ଵନି କରାଯାଏ କାହିଁକି ?
ନିର୍ଦ୍ଦିଷ୍ଟ ପ୍ରକାର ଶବ୍ଦର ନିର୍ଦ୍ଧିଷ୍ଟ ପ୍ରକାର କାର୍ଯ୍ୟକାରୀ ଗୁଣ ରହିଛି। ଶଙ୍ଖ ବଜାଇବା ଦ୍ୱାରା ଯେଉଁ ଧ୍ଵନି ସୃଷ୍ଟି ହୁଏ ସେହି ଧ୍ଵନି ବହୁ ହିତ ସାଧନ କରେ। ଏହି ଶବ୍ଦରେ କେତେକ ଏକକୋଶି ଜୀବାଣୁ ଧ୍ୱଂସ ହୁଅନ୍ତି। ହିଂସ୍ରଜନ୍ତୁ ଓ ସରୀସୃପ ପଳାଇଯାନ୍ତି। ମଣିଷର ମସ୍ତିଷ୍କ ଚଳଚଂଳ ହୁଏ। ଏହି ଭଳି ଶଙ୍ଖ ଧ୍ଵନି ଦ୍ୱାରା ବହୁ ହିତ ସାଧିତ ହୁଏ। ତେଣୁ ଶଙ୍ଖ ଧ୍ୱନିକୁ ମଙ୍ଗଳଧ୍ୱନି କୁହାଯାଏ ।
ହିନ୍ଦୁଧର୍ମରେ ମୃତଦେହ ଦାହ କରନ୍ତି କାହିଁକି ?
ହିନ୍ଦୁମାନେ ବିଶ୍ବାସ କରନ୍ତି ଯେ, ମୃତାତ୍ମା ଥରେ ଦେହ ତ୍ୟାଗ କଲେ ଆଉ ସେ ଦେହ ମଧ୍ୟକୁ ଫେରିଆସେ ନାହିଁ। ମୃତଦେହର ଅବଶେଷ ଥିବାପର୍ଯ୍ୟନ୍ତ ତାର ଆତ୍ମା ମୋକ୍ଷ ହୁଏ ନାହିଁ। ତେଣୁ ମୃତ ଦେହକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଦାହ କରାଯାଏ। ଅଧିକନ୍ତୁ ମୃତଦେହ ଦାହ କଲେ ସେହି ଶବ ମଧ୍ୟରେ ଥିବା ରୋଗଯିବାଣୁ ମାନେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାନ୍ତି। ଏହା ଦ୍ୱାରା ପରିବେଶ ଦୂଷିତ ହେବାରୁ ରକ୍ଷାପାଏ।
ସମୁଦ୍ରରେ ସ୍ନାନ କରିବାକୁ ପଵିତ୍ର ସ୍ନାନ କୁହାଯାଏ କାହିଁକି ?
ସମୁଦ୍ର ଜଳରେ ଗନ୍ଧକ, ଫସଫରସ, ପୋତାସୀୟମ ଓ ସୋଡିୟମ ଜାତୀୟ ଲବଣ ମିଶି ରହିଥାଏ। ଏହି ଲବଣାକ୍ତ ଜଳ ଏକ ଉତ୍ତମ ବିଶୋଧକ ରୂପେ କାମକରେ। ସମୁଦ୍ର ଜଳରେ ସ୍ନାନ କଲେ ଚର୍ମରେ ଥିବା ରୋଗ ଜୀବାଣୁ ମରି ଯାଆନ୍ତି।ଅନେକ ପ୍ରକାର ଚର୍ମ ରୋଗ ଭଲ ହୁଏ। ଧର୍ମ ଅନୁସାରେ ପୃଥିବୀକୁ ଗଙ୍ଗାଙ୍କର ଆଗମନ ଦ୍ୱାରା ସମୂଦ୍ର ସୃଷ୍ଟି ହୋଇଛି। ଗଙ୍ଗାଜଳ ଦ୍ୱାରା ସାଗର ରାଜାଙ୍କ ବଂଶ ଶାପମୁକ୍ତ ହୋଇଥିଲେ। ତେଣୁ ସମୁଦ୍ରର ଅନ୍ୟ ନାମ ସାଗର। ସମୁଦ୍ର ଜଳରେ ସ୍ନାନକଲେ ବ୍ୟକ୍ତି ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯେଗାମାୟା!!

Comments (0)
Add Comment