ଆଜିର ରାଶିଫଳ

ମଙ୍ଗଳବାରଦିନ କରନ୍ତୁନାହିଁ ଏହିସବୁ ଭୁଲ

ସେପ୍ଟେମ୍ବରମାସ ୧୧ତାରିଖ ୨୦୨୪ମସିହା(ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ସନ୍ଧ୍ୟାଘ୧୧/୪୩ଗତେ ନବମୀ ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୯/୫୬ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃଘ୦୫/୩୭/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୪୦ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୪୨ ଗତେ ପୂର୍ବେ ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୧୪ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୪ ମଧ୍ୟେ ଓ ରାତ୍ରି ଘ୦୬/୩୫ ଗତେ ଘ୦୮/୫୮ ମଧ୍ୟେ ଓ ଘ୦୧/୪୬ ଗତେ ଘ୦୪/୨୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଡିବା ଘ୦୪/୦୨ ଗତେ ଘ୦୫/୩୯ ମଧ୍ୟେ ,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ ।
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ ।

ହନୁମାନଙ୍କ ନିକଟରେ ଯଦି କରୁଛନ୍ତି ମଙ୍ଗଳବାରରେ ବ୍ରତ ତେବେ ଏହିସବୁ ଭୁଲ କଦାପି କରନ୍ତୁନାହିଁ……
ଶାସ୍ତ୍ରଅନୁସାରେ ଭଗବାନହନୁମାନ ହେଉଛନ୍ତି ମହାଦେବଙ୍କର ୧୧ତମ ଅବତାର ଏବଂ ସବୁଠୁ ଶକ୍ତିଶାଳୀ ଅଟନ୍ତି ।ମଙ୍ଗଳବାରଦିନ ହନୁମାନ ଙ୍କର ବିଶେଷବ୍ରତ ରଖାଯାଇଥାଏ । କୁହାଯାଏଯେ ବିଧିବଧ ଭାବରେ ହନୁମାନଙ୍କ ବ୍ରତ ରଖିବାଦ୍ୱାରା ଜୀବନରେ ସୁଖସମୃଦ୍ଧିର ଆଗମନ ହୋଇଥାଏ । ଯେଉଁମାନେ ମଙ୍ଗଳବାରଦିନ ବ୍ରତରଖୁଛନ୍ତି ସେମାନେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ ।
.ମଙ୍ଗଳବାରଦିନ ବ୍ରତରେ କରନ୍ତୁନାହିଁ ଏହିସବୁ ଭୁଲ -:
୧) ମଙ୍ଗଳବାରଦିନ ବ୍ରତ ରଖୁଥିଲେ କଦାପି ନଖ କାଟନ୍ତୁନାହିଁ ,ଦାଢ଼ି କାଟନ୍ତୁନାହିଁ, କେଶ କାଟନ୍ତୁନାହିଁ । ଏଭଳି କରିବାଦ୍ୱାରା ଧନ ଓ ବୁଦ୍ଧିରେ କମି ଆସିଥାଏ ।
୨) ମଙ୍ଗଳବାରଦିନ ମାଂସମଦିରା ସେବନକରିବା ଉଚିତନୁହେଁ । ଏଭଳି କରିବାଦ୍ୱାରା ଜୀବନରେ ଅନେକସମସ୍ୟାର ଉତ୍ପତି ହୋଇଥାଏ ।
୩) ମଙ୍ଗଳବାରଦିନ ଲୁହାଜିନିଷ କିଣିବା ଅଶୁଭହୋଇଥାଏ । ଏହିଦିନ ଲୁହାନିର୍ମିତ ବସ୍ତୁ କିଣିବାଦ୍ୱାରା ଜୀବନରେ ଅନେକ ଝଡ଼ଝଞ୍ଜା ଦେଖା ଯାଇଥାଏ ।
୪) ମଙ୍ଗଳବାରଦିନ କଦାପି କଳାରଙ୍ଗର ପୋଷାକପିନ୍ଧିବା ଉଚ୍ଚିତ୍ ନୁହେଁ । ଏହାଦ୍ୱାରା ଶନି ପ୍ରଭାବିତ ହୋଇଥାଆନ୍ତି ।
୫) ମଙ୍ଗଳବାରଦିନ କଦାପି କାହାକୁ ଧାରଦେବା ଉଚିତନୁହେଁ ।ଏହାଦ୍ୱାରା ଧନହାନି ହୋଇଥାଏ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment