ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୦ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ସନ୍ଧ୍ୟା ଘ୧୧/୦୧ଗତେ ଅଷ୍ଟମୀ ,ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୮/୩୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୫/୫୧/୪୦ ,ଯୋଗିନୀବାୟବ୍ୟେ ରାତ୍ରି ଘ୧୧/୦୧ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,ମୃତେ ଦ୍ଵିପାଦଦୋଷ ରାତ୍ରି ଘ୧୧/୦୧ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୧୪ଗତେ ଘ୦୨/୪୫ ମଧ୍ୟେ ,ବାରବେଳା – ଦିବା ଘ୦୭/୦୮ଗତେ ଘ୦୮/୪୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୪୨ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ଗତେ ଘ୦୧/୧୩ ମଧ୍ୟେ ଓ ଘ୦୩/୧୩ ଗତେ ଘ୦୪/୫୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି .ଅଦ୍ୟ ତାଳଭକ୍ଷଣ ନିଷେଧା
ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ୟ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ବୃଷ-ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମିଥୁନ-ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କର୍କଟ-ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ୟ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
ସିଂହ-ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କନ୍ୟା-ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା-ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ୟ୍ୟଶୈଳୀରୁ ଅନୁଭବ କରିପାରନ୍ତି।
ବିଛା-ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର-ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।
କୁମ୍ଭ-ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନ-ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଜାଣନ୍ତି କି କାହିଁକି ହିନ୍ଦୁ ଧର୍ମରେ ମୂର୍ତ୍ତୀ ପୂଜା କରାଯାଏ ?
ବୈଦିକ ଯୁଗରେ ବେଦରେ ମୂଳସୂତ୍ର ଅନୁସାରେ ବୋଧହୁଏ ମୂର୍ତ୍ତିପୂଜା ନଥିଲା। କାରଣ ରୁକବେଦ ଅନୁସାରେ ଦେବତା କହିଲେ ସୂଯ୍ୟ, ଚନ୍ଦ୍ର, ବାୟୁ, ଅଗ୍ନି ଓ ଜଳକୁ ହିଁ ବୁଝାଏ। ସମୟକ୍ରମେ ସମାଜକୁ ନୂତନ ଦିଗଦର୍ଶନ ଦେଇଥିବା ମହାପୁରୁଷ ମାନଙ୍କ ପୂଜା ଆରମ୍ଭ ହୋଇଛି। ଯେଉଁଥିପାଇଁ ଆମେ ଶ୍ରୀରାମ, ଶ୍ରୀକୃଷ୍ଣ, ସୀତା, ସାବିତ୍ରୀ ଆଦିଙ୍କ ପୂଜା କରୁଛନ୍ତି। ଦ୍ରାବିଡ଼ ମାନଙ୍କଠାରୁ ହିନ୍ଦୁମାନେ ଶୈବ ଓ ଶକ୍ତି ପୂଜା ଶିଖିଥିଲେ। ଏହିଠାରୁ ହୁଏତ ମୂର୍ତ୍ତୀ ପୂଜା ଆରମ୍ଭ ହୋଇଛି ଓ ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ କଳ୍ପନା କରାଯାଇଛି। ତେବେ ମୂର୍ତ୍ତୀ ପୂଜାକଲେ ଆଧ୍ୟାତ୍ମିକ ସାଧନା ସହଜ ହୁଏ। ଏକାଗ୍ରତା ବଢେ। ଅସୀମ ନିରାକାରକୁ ପୂଜା କରିବା ଅପେକ୍ଷା ସସୀମ, ସାକାର ମୂର୍ତ୍ତୀ ପୂଜା କରିବା ଆବଶ୍ୟାକ। ତେଣୁ ଶୀଘ୍ର ମନୋସ୍କାମନା ପୂରଣ କରିବା ପାଇଁ ମୂର୍ତ୍ତୀ ନିର୍ମାଣ କରି ପୂଜା କରାଯାଇଥାଏ।

Comments (0)
Add Comment