ଅଗଷ୍ଟମାସ ୨୨ତାରିଖ ୨୦୨୪ ମସିହା(ଗୁରୁବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଡିବା ଘ୦୨/୦୨ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୫ /୩୩/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୭/୦୨,ଯୋଗିନୀ ଅଗ୍ନିକୋଣ ଦିବା ଘ୦୨/୦୨ ଗତେ ନୈରୁତେ, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର, ଧନୁରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ ଗତେ ଘ୦୬/୦୪ ମଧ୍ୟେ,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୧୧/୧୨ଗତେ ଘ୦୨/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୭/୦୮ମଧ୍ୟେ ଓ ଘ୧୦/୨୧ ଗତେ ଘ୧୨/୪୫ ମଧ୍ୟେ,ଅଦ୍ୟ ପୋଟଳ ଦିବା ଘ୦୨/୦୨ ଗତେ ମୂଳାଭକ୍ଷଣ ନିଷେଧ।
ମେଷ👉ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ👉ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ ।ଆପଣଘରେ ରହିକରି ଘରଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବମଜା କରନ୍ତୁ ।ଏହି ଛୋଟ ଦୁଇଟିକଥା ଆପଣଙ୍କସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ👉 ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ ,କିନ୍ତୁ କାର୍ଯ୍ୟଭାର ଆପଣଙ୍କରରାସ୍ତାରେ ବାଧାହୋଇପାରେ । ଆପଣ ଏଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ👉ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ👉ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା👉 ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା👉ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି ।ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା👉ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ👉ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର👉ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ👉 ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ👉ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି ।ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇରୁହନ୍ତୁ ।ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତିସୁଯୋଗ ବାରମ୍ବାର ଆସେନାହିଁ ।
ଅଁଳା ଗଛ ଘରେ ରହିଲେ କ’ଣ ହୁଏ…..
ଅଁଳାଗଛ ଘରେ ରହିଲେ କ’ଣ ହୁଏ ? ବନ୍ଧୁଗଣ ଅଁଳାଗଛ ସମ୍ପର୍କରେ ଆମେ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପାଇଥାଉ । ତେଣୁ ଏହି ଅଁଳା ଗଛ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବାକୁ ମଧ୍ୟ ମନରେ ଇଛା ଆସିଥାଏ । ତେବେ ଅଁଳା ଗଛ ଘରେ ରହିଲେ କ’ଣ ଲାଭ ମିଳିଥାଏ ? ଏହି ସମ୍ପର୍କରେ ଆଜି ଆମେ ଏଠାରେ ଜାଣିବା ।ଅଁଳା ବୃକ୍ଷକୁ ଦାମୋଦର ବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ । ଏହି ବୃକ୍ଷଟି ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟବୃକ୍ଷ ଅଟେ ।
ଏହି ଅଁଳାବୃକ୍ଷଟି ବ୍ରହ୍ମାଙ୍କର ଆଶୁରୁ ଉତ୍ପତ୍ତି ହୋଇଥିଲା । ତେବେ ଯଦି ଅଁଳାବୃକ୍ଷକୁ ଘରେ ରଖିବା ବିଷୟରେ ଏଠାରେ କହିବାକୁ ଯିବା । ତେବେ ଘରେ ଅଁଳା ବୃକ୍ଷକୁ ରଖିବାକୁ ବହୁତ ଅଧିକ ଶୁଭ ମାନା ଯାଇଥାଏ । ଅଁଳାବୃକ୍ଷର ପତ୍ର ଏବଂ ଫଳ ଉଭୟ କାର୍ଯ୍ୟରେ ଲାଗିଥାଏ । ଏହି ଅଁଳାଗଛର ଅନେକ ଔଷଧୀୟ ଗୁଣ ରହିଅଛି । ଘରର ପୂର୍ବ ଏବଂ ଉତ୍ତରପଟେ ଅଁଳାବୃକ୍ଷକୁ ରଖିପାରିବେ । ଘରେ ଯଦି ଅଁଳା ବୃକ୍ଷକୁ ରଖୁଛନ୍ତି ।
ତେବେ ତାହାକୁ ପ୍ରତିଦିନ ପୂଜାକରିବାର ମଧ୍ୟ ଆବଶ୍ୟକତା ରହିଥାଏ । ତେଣୁ ପ୍ରତ୍ଯେକ ଦିନ ଧଳା ଫୁଲ, ଅରୁଆ ଚାଉଳ ଓ କ୍ଷୀର ଦ୍ଵାରା ଅଁଳାବୃକ୍ଷକୁ ନିଷ୍ଠା ସହକାରେ ପୂଜା କରିବାଦ୍ଵାରା ଅନେକପୂଣ୍ୟ ଫଳପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏହାଦ୍ବାରା ସେହି ଘର ଉପରେ ସର୍ବଦା ପ୍ରଭୁ ନାରାୟଣ ଓ ମାତାଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ବ୍ୟବସାୟରେ ଲାଭ ଆଣିବାକୁ ଚାହୁଁଥିଲେ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!