ଆଜିର ରାଶିଫଳ

ରୁଦ୍ରାଭିଷେକ କଲେ କେଉଁଫଳ ମିଳେ...

ଅଗଷ୍ଟ ମାସ ୦୧ ତାରିଖ ୨୦୨୪ ମସିହା(ଗୁରୁବାର)
ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୩/୪୫ ଗତେ ତ୍ରୟୋଦଶି,ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୪ ,ଯୋଗିନୀ ନୈରୁତେ ଦିବା ଘ ୦୩/୪୫ ଗତେ ଦକ୍ଷିଣେ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,
କାଳବେଳା ଓ ବାରବେଳା – ଦିବା ଘ୦୩/୦୫ ଗତେ ଘ୦୬/୧୭ ମଧ୍ୟେ,ମୃତେ ଦିବା ଘ୦୩/୪୫ ମଧେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୯ ଗତେ ଘ୦୩/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୭/୦୪ ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୪୦ମଧ୍ୟେ,ପୋଇ ଦିବା ଘ ୦୩/୪୫ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ🌹👉:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
ବୃଷ🌹👉:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ।ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତହେବେ।ଦୀର୍ଘଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ମିଥୁନ🌹👉:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀହେବେ।ପରିବାରର ଅନୁରୋଧକ୍ରମେ କୌଣସିକାମ ସକାଶେ ଭ୍ରମଣରେ ବାହାରି ପାରନ୍ତି।ଉଦ୍ୟୋଗ, ନୂତନପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟବ୍ୟତିକ୍ରମ ଦେଖାଦେଇ ପାରେ।ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ🌹👉:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତବଢାଇବେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ସିଂହ🌹👉:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇ ପାରନ୍ତି।ପ୍ରଶାସନିକସ୍ତରରେ ବିଭିନ୍ନଯୋଜନା, ସମ୍ପର୍କୀୟଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ।ଘରୋଇକ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
କନ୍ୟା🌹👉:-ଆଜି ଦିନଟିରେ ନୂତନକାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ,ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟାକଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
ତୁଳା🌹👉:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା🌹👉:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମାକ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନକ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ🌹👉:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ମକର🌹👉:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ🌹👉:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନ🌹👉:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ,ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ।ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟଜୀବନରେଝଡ ସୃଷ୍ଟି ହୋଇପାରେ।ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ପାରନ୍ତି।

ରୁଦ୍ରାଭିଷେକ କଲେ କେଉଁଫଳ ମିଳେ…

👉ଲୋକମାନେ ଦେବତାଙ୍କୁ ଫଳ,ଫୁଲ ନୈବେଦ୍ୟ ଅର୍ପଣକରି ପୂଜାଅର୍ଚ୍ଚନା କରିଥାନ୍ତି ।ଯାହାର ସୁଫଳ ମିଳିଥାଏବୋଲି ଅନେକ ମତବ୍ୟକ୍ତ କରିଥାନ୍ତି ।ଯଦି ଶିବଲିଙ୍ଗକୁ ରୁଦ୍ରାଭିଷେକକରାଯାଏ ଓ ତାରଫଳ ସୁନିଶ୍ଚିତ ମିଳିଥାଏବୋଲି ଅନେକ ଜ୍ୟୋତିଷବିଦ୍ ପ୍ରକାଶକରିଛନ୍ତି ।ଆସନ୍ତୁ ଜାଣିବା ଭଗବାନମହାଦେବଙ୍କୁ କଣ ଅଭିଷେକକଲେ କଣ ମିଳିଥାଏ ।
👉-ଯଦି କେହିବ୍ୟକ୍ତି ସୁନାରେତିଆରି ଶିବଲିଙ୍ଗକୁ ଅଭିଷେକକରେ ସେ ସର୍ବସିଦ୍ଧିପ୍ରାପ୍ତ କରିଥାଏ ।ସେହିଭଳି ରୂପାରେନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
👉-ପିତଳରେନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ସୁଖଶାନ୍ତି ମିଳିଥାଏ ।ପାରଦରେତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ସମସ୍ତ ସୌଭାଗ୍ୟଅର୍ଜନ ପ୍ରାପ୍ତ ହୋଇଥାଏ ।
👉-କର୍ପୂରରେତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ସବୁପ୍ରକାର ମଙ୍ଗଳ ହୋଇଥାଏ ।
👉-ଲୁହାରେନିର୍ମିତ ଶିବଲିଙ୍ଗକୁ ଜଳାଭିଷେକକଲେ ବ୍ୟକ୍ତି ଶତ୍ରୁକୁ ପରାସ୍ତକରିବା ସହ ନିଜେ ବିଜୟୀହୋଇଥାଏ ।ଚନ୍ଦନରେ ନିର୍ମିତ ଶିବଲିଙ୍ଗକୁ ଜଳାଭିଷେକକଲେ ଧନଲାଭପ୍ରାପ୍ତ ହୁଏ ।ଫୁଲରେନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ଭୂ-ସମ୍ପତିର ଅଧିକାରୀ ହୋଇପାରିବେ ।
👉-ମିଶ୍ରି ବା ଚିନିରେନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ଅଭିଷ୍ଟ ପୂରଣହୁଏ ।ବାଉଁଶରେନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ସନ୍ତାନପ୍ରାପ୍ତ କରିପାରିବେ ।
👉-ଦୁବରେତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକକଲେ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।

Comments (0)
Add Comment