ଜୁନ୍ ମାସ ୨୭ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ରାତ୍ରି ଘ୦୬/୫୪ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଷା ଦିବାଘ୧୨/୨୬ ଗତେ ପୂର୍ବଭାଦ୍ର ,ସୁର୍ୟୋଦୟ-ପ୍ରାତଃଘ୦୫/୧୪/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୬/୫୪ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବାଘ୦୩/୦୭ ଗତେ ଘ୦୬/୨୫ ମଧ୍ୟେ ,ଅଦ୍ୟ ମୃତେଘ୦୬/୫୪ ଗତେ ଏକପାଦ ଓ ରାତ୍ରି ଘ୦୬/୫୪ଗତେ ଦ୍ଵିପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୭/୧୩ ଗତେ ଘ୦୯ /୩୮ମଧ୍ୟେ ଓ ଘ୧୨/୫୦ଗତେ ଘ୦୩/୧୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୨ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୦/୫୦ ମଧ୍ୟେ ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନାବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକସୁଖ ମିଳିବ। ଆୟ ବୃଦ୍ଧିହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ;-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳାକଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚପରିମାଣ ବୃଦ୍ଧିପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟପାଇ ଉତ୍ଫୁ ଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳନେଇ କାର୍ଯ୍ୟସମ୍ପାଦନ କରିବେ। ଦୀର୍ଘଦିନରଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କପାଇଁ ଶୁଭଙ୍କର ନୁହେଁ। ଭ୍ରମଣଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁଥିରେକି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତପାଇଁ ନୂତନଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
ଭଗବାନଙ୍କସମ୍ମୁଖରେ ଦୀପଲଗାଇଲେ ଜୀବନରେଥିବା ଦୁଃଖରୂପକ ଅନ୍ଧକାରଦୂରେଇ ସୁଖସମୃଦ୍ଧିପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦୀପ ଅର୍ପଣର କେତେକ ନିୟମ ରହିଛି,ଏହି ନିୟମକୁମାନି ଦୀପ ଅର୍ପଣକଲେ ବହୁ ଶୁଭଫଳ ମିଳିଥାଏ।
ଘିଅରଦୀପ-ଏହି ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।
ତେଲର ଦୀପ –ଏହି ଦୀପ ଅର୍ପଣବେଳେ ଏହା ଭଗବାନଙ୍କ ବାମପଟେ ଓ ନିଜର ଡ଼ାହାଣପଟେ ରହିବା ଆବଶ୍ୟକ। ଏହାଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁଦୋଷ ଦୂରେଇ ରହିବାସହ ଗୃହର ବାସ୍ତୁଦୋଷ ମଧ୍ୟ ଦୂରହୋଇଥାଏ।ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ସଳିତା ହିଁ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
ଯଦି ମାଟିଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନଦେବେ ଯେପରି ଏହା ସାମାନ୍ୟମାତ୍ର ଭାଙ୍ଗିନଥିବ ।ଭଙ୍ଗାଦୀପ ଅର୍ପଣକରିବା ଅଶୁଭ ଅଟେ।ଦୀପ ସମର୍ପଣ କରିବାବେଳେ କଥାବାର୍ତ୍ତା ନକରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ।ବେଳେବେଳେ ଏପରି ହୋଇଥାଏ, ଆମେ ତରବରିଆଭାବେ ଔଷଧ ଖାଇବାପାଇଁ ଜଳଆଣିବା ନିମନ୍ତେ ରୋଷେଇଘରକୁ ଯାଉ। ସେଠାରେ ଔଷଧଖାଇ ପାଣିପିଇବାପରେ ଅଜାଣତରେ ଔଷଧ ମଧ୍ୟ ସେଠାରେ ହିଁ ରଖିଦେଉ। ଏପରି କରିବାଦ୍ୱାରା ପରିବାରଲୋକେ ସର୍ବଦା ରୋଗଗ୍ରସ୍ତ ହୋଇଥାଆନ୍ତି। ଟଙ୍କାପଇସା ଅଯଥାରେ ଖର୍ଚ୍ଚ ହୋଇଥାଏ।
ଦକ୍ଷିଣଦିଗରେ ମୂର୍ତ୍ତି ରଖନ୍ତୁନାହିଁ –ଭଗବାନଙ୍କର ହେଉ ଅଥବା ସାଜସଜ୍ଜାପାଇଁ ହେଉ ଗୃହର ଦକ୍ଷିଣଦିଗରେ କୌଣସିମୂର୍ତ୍ତି ରଖନ୍ତୁନାହିଁ। ଏପରି କରିବାଦ୍ୱାରା ଆୟ କମ ହେବାସହ ଖର୍ଚ୍ଚ କମ ହୋଇଥାଏ।
ଘରେ କଣ୍ଟାଯୁକ୍ତଗଛ ଲଗାନ୍ତୁନାହିଁ –ଘରର କୌଣସିପ୍ରକାରର କଣ୍ଟାଯୁକ୍ତବୃକ୍ଷ ଲଗାନ୍ତୁନାହିଁ। ଏପରି କରିବାଦ୍ୱାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!