ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୬ତାରିଖ ବୁଧବାର।କାଞ୍ଜିଅଁଳାନବମୀ ଓଷା, ଅନ୍ବଷ୍ଟକାଶ୍ରାଦ୍ଧ, କାର୍ତ୍ତିକେଶ୍ବର ମିଳନ।ସୁର୍ଯ୍ୟୋଦୟ- ଘ୬/୧୧/୪୫,ସୂର୍ଯ୍ୟାସ୍ତ- ଘ୫/୩/୨୯,ମାର୍ଗଶିରମାସ,କୃଷ୍ଣପକ୍ଷ,ପଣ୍ଡିତବାସ,ତିଥି- ନବମୀ ରାତ୍ରି ଘ୩/୬ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ କୋଣରେ,ରାତ୍ରି ୩/୬ମିପରେ ଉତ୍ତରଦିଗରେ। ରିକ୍ତାତିଥି, ଶନିଶପ୍ତ, ମାସଦଗ୍ଧା ଦଶମୀଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ଦିବା ଘ୧୧/୭ମି ପରେ ବୃଷରାଶିର ଘାତଚନ୍ଦ୍ର।
ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ଅଦ୍ୟ ଅନ୍ବଷ୍ଟକାଶ୍ରାଦ୍ଧଂ ମାତୃ ଓ ପିତୃମୃତାହ ଏବଂ ଅନ୍ବଷ୍ଟକା ତନ୍ତ୍ରରେ କରଣୀୟ।ନିଷିଦ୍ଧଖାଦ୍ୟ- ଲାଉଭକ୍ଷଣ ନିଷେଧଅଶୁଭବେଳା-କାଳବେଳା ଦିବା ଘ୮/୫୬ମି ରୁ ଘ୧୦/୧୭ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୧୧/ ୩୮ମି ରୁ ଘ୧/୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୫୬ମି ରୁ ଘ୪/୩୫ମି ପର୍ଯ୍ୟନ୍ତ।ଶୁଭବେଳା–
(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୨ମି ମଧ୍ୟେ, ଘ୭/୫୦ମି ରୁ ଘ୮/୩୮ମି ମଧ୍ୟେ, ଘ୧୧/୨ମି ରୁ ଘ୧/୨୬ମି ମଧ୍ୟେ, ସନ୍ଧ୍ୟା ଘ୫/୫୩ମି ରୁ ରାତ୍ରି ଘ୬/୪୧ମି ମଧ୍ୟେ, ଘ୮/୧୭ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ଦିବା ଘ୭/୨ମି ରୁ ଘ୭/୫୦ମି ମଧ୍ୟେ, ଘ୨/୧୪ମି ରୁ ଘ୪/୪୮ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତବ୍ୟକ୍ତିର ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ରଜଶ୍ଚକ୍ରେ ସୁଭଗା, ଶୁଭ। ରାତ୍ରି ଘ୩/୬ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)।ଶୁଭକର୍ମ:- ଦିବା ଘ୧୧/୮ମି ପରେ ରାତ୍ରି ଘ୩/୩୬ମି ମଧ୍ୟେ ୧୨ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ଚନ୍ଦ୍ର ମିତ୍ର କ୍ଷେତ୍ରସ୍ଥ ହେତୁ ପାପସପ୍ତ ଦୋଷ ନୁହେଁ। ବାଣିଜ୍ୟ କରଣ, ନାମ କରଣ, ଅନ୍ନପ୍ରାଶନ, ନବାନ୍ନ, ବିଦ୍ୟାରମ୍ଭ, ଗୃହାରମ୍ଭ, ଗୃହପ୍ରବେଶ, କର୍ଣ୍ଣବେଧ, ଜଳାଶୟାରମ୍ଭ, ହଳପ୍ରବାହ, ବୀଜବପନ, ଔଷଧକରଣ, ନବବସ୍ତ୍ର ପରିଧାନ।
🐏ମେଷ👉ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିବ।
🐮ବୃଷ👉ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସ˚ମ୍ଭବ୍ୟ ସ˚କଟ ଦୂର ହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ।
👩‍❤️‍👨ମିଥୁନ👉ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
🦀କର୍କଟ👉 ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
🦁ସିଂହ👉ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
🙎‍♀️କନ୍ୟା👉ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ।
⚖️ତୁଳା👉 ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
🦂ବିଛା👉 ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
🏹ଧନୁ👉 ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବ।
🐊ମକର👉ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
🏺କୁମ୍ଭ👉ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ।
🐟ମୀନ👉ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment