ଆଜିର ରାଶିଫଳ

୪-୧୨-୨୦୨୩(ସୋମବାର)ବିଛା ଦି୧୮ନ, ମାର୍ଗଶୀର କୃଷ୍ଣ ସପ୍ତମୀ ଦ୩୯।୨୨ ରାଘ୯।୫୪,ମଘା ଦ୪୭।୫୧ ରାଘ୧।୧୭,ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ।
ଯୋଗିନୀ ବାୟବ୍ୟେ । ରାତ୍ରି ଘ୯।୫୪ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧।୧୭ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ର ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ଦିବା ଘ୭।୩୩ ଗତେ ଘ୮।୫୫ ମଧ୍ୟେ କାଳବେଳା । ଘ୨।୧୯ ଗତେ ଘ୩।୪୧ ମଧ୍ୟେ ବାରବେଳା । ରାତ୍ରି ଘ୯।୫୭ ଗତେ ଘ୧୧।୧୯ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୯।୫୪ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୧।୧୭ ଗତେ ସାତମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଭକ୍ଷଣ ନିଷେଧ ।(ଅମୃତ) – ଦିବା ଘ୭।୪୭ ମଧ୍ୟେ ଘ୯।୩ ଗତେ ଘ୧୧।୪୭ ମଧ୍ୟେ ରାତ୍ରି ଘ୭।୨୭ ଗତେ ଘ୧୦।୩୯ ମଧ୍ୟେ ଘ୧।୫୧ ଗତେ ଘ୨।୩୯ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
ମେଷ:-ଅତୀତ ସ୍ମୃତି ତାଜା ହେବ। ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ। ସାମାଜିକକ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଘରକୁ ବନ୍ଧୁଙ୍କ ଆଗମନ ହେବ।
ବୃଷ:-ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀ ସହିତ ଯୋଡ଼ିହେବା ପାଇଁ ବିଚାର କରିବେ।
ମିଥୁନ:-କାନ୍ଧକୁ ନୂଆ ଦାୟିତ୍ବ ଆସିପାରେ। ସାମାଜିକ ପରିସର ବୃଦ୍ଧି ପାଇବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।
କର୍କଟ:-କୌଣସି ମାମଲା ନେଇ ଆପଣ ଭାବପ୍ରବଣ ରହିବେ। ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।‌
ସିଂହ:-ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ।
କନ୍ୟା:-ଆପଣଙ୍କର ସବୁ ସମସ୍ୟା ଦୂର ହେବ। କିଛି ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କରୁଥିବା ଚେଷ୍ଟାରେ ସଫଳ ହେବେ। ବିବାହିତଙ୍କ ସ୍ଥିତି ଭଲ ରହିବ।
ତୁଳା:-ମନ ଭିତରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ। ଜୀବନରେ ଲାଭର ଅବସର ପାଇବେ। ପାରିବାରିକ ଜୀବନକୁ ଖୁସି ଆସିବ।
ବିଛା:-ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ପୂରା ଫଳ ଆପଣଙ୍କୁ ମିଳିନପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।
ଧନୁ:-ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। କ୍ୟାରିୟରର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ମକର:-ନିଜର ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ପଇସା ଦିଆ-ନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ସୁଖ ସମୃଦ୍ଧି ବଢ଼ିବ।
କୁମ୍ଭ:-ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମରେ ବ୍ୟସ୍ତ ରହିବା ଯୋଗୁଁ ଅଫିସ ଯିବାରେ ବିଳମ୍ବ ହେବ। ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଲୋକେ ଭଲ ପ୍ରଦର୍ଶନ କରିବେ।
ମୀନ:-ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ନିଜ ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ବେପାରରେ ଲାଭ ମିଳିବାର ସମ୍ଭାବନା ଅଛି। ଜୀବନସାଥୀଙ୍କୁ ଉପହାର ଦେବେ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment