ଆଜିର ରାଶିଫଳ

ନବରାତ୍ରୀର ଦ୍ୱତୀୟଦିବସ ମାଙ୍କ ବ୍ରହ୍ମଚାରିଣୀରୂପ

୨୦୨୩ମସିହା ଅକ୍ଟୋବରମାସ ୧୭ତାରିଖ ମଙ୍ଗଳବାର।ମାସାନ୍ତ।ସୁର୍ଯ୍ୟୋଦୟ-ଘ୫/୪୫/୧୯ ,ସୂର୍ଯ୍ୟାସ୍ତ-ଘ୫/୧୯/୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରିଘ୧/୧୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧/୧୬ମି ପରେ ନୈର୍ଋତକୋଣରେ।ମଙ୍ଗଳବାର,ରିକ୍ତାତିଥି,ମଙ୍ଗଳଯୁକ୍ତ,ମାସାନ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୩ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧୨/୫୬ମି ରୁ ଘ୨/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୮ମି ରୁ ଘ୮/୨୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୫ମି ମଧ୍ୟେ, ଘ୭/୨୩ମି ରୁ ଘ୧୧/୨୩ମି ମଧ୍ୟେ, ରାତ୍ରି ଘ୭/୪୦ମିରୁ ଘ୮/୨୮ମି ମଧ୍ୟେ, ଘ୯/୧୬ମି ରୁ ୧୧/୪୦ମି ମଧ୍ୟେ, ଘ୧/୧୬ମି ରୁ ଘ୨/୫୨ମି ମଧ୍ୟେ, ଘ୪/୨୯ମି ରୁ ନିଶାନ୍ତ ଘ୫/୧୬ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୪୦ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣଦାନ। ରାତ୍ରି ଘ୯/୧ମି ପରେ ୧ପାଦ ବାର ପୁଷ୍କରଦୋଷ। ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା), ରାତ୍ରି ଘ୯/୧ମି ପରେ ପୁତ୍ରିଣୀ।ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ), ରାତ୍ରି ଘ୧/୧୬ମି ଗତେ ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ।ଶୁଭକର୍ମ:- ନାହିଁ।
ମେଷ-ଆଜି ଏକ ଭଲଦିନ ହେବ ।ଆଜି ଆପଣ ବ୍ୟବସାୟରେ ଭଲଲାଭ ଆଶାକରିପାରନ୍ତି ।ବିବାହିତଲୋକମାନେ ଆଜି ନିଜଘରର ଜୀବନକୁ ସୁନ୍ଦର ଭାବରେ କହିବେ ।ଆଜି ଆପଣଙ୍କକାର୍ଯ୍ୟରେ ପତିପତ୍ନୀଙ୍କ ସମର୍ଥନମିଳିପାରିବ ।ପରିବାରପ୍ରତି ଥିବା ଦାୟିତ୍ ରେ ସେ ପଛକୁ ଫେରିବେ ନାହିଁ।
ବୃଷ-ଆଜି ଆଶା କରାଯାଉଥିବାଠାରୁ ସାମାନ୍ୟଦୁର୍ବଳ ହୋଇପାରେ ।ଆପଣଙ୍କଖାଦ୍ୟ ଉପରେ ବିଶେଷ ଧ୍ୟାନଦିଅନ୍ତୁ, ବିଶେଷତ ସ୍ୱାସ୍ଥ୍ୟବିଷୟରେ ଏବଂ ଯଦି ଆବଶ୍ୟକହୁଏ ତେବେ ଡାକ୍ତରଙ୍କଠାରୁ ଔଷଧଆଣନ୍ତୁ ।ବିବାହିତଜୀବନରେ ଚାପ ହେତୁ ବିବାହିତ ଲୋକମାନେ ଟିକେ ବିରକ୍ତ ଦେଖାଯିବେ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟସହିତ ଆପଣଙ୍କକାର୍ଯ୍ୟଉପରେ ମଧ୍ୟ ପ୍ରଭାବ ପକାଇପାରେ ।
ମିଥୁନ-ମାନସିକସ୍ଥିତି ଭଲରହିଲେ ମଧ୍ୟ ଶାରୀରିକ ସୁସ୍ଥତା ରହି ନପାରେ।କର୍ମକ୍ଷେତ୍ରରେ ପ୍ରତିକୂଳପରିସ୍ଥିତିର ଚାପ କ୍ରମଶଃ ବଢ଼ିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟପରିସ୍ଥିତି ସୃଷ୍ଟିର ସୂଚନା ପାଇପାରନ୍ତି।କେତେକକ୍ଷେତ୍ରରେ ମନକଥା ମନରେ ରଖି ନପାରି ବନ୍ଧୁଙ୍କନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ।
କର୍କଟ-ଆଜି ଏକ ଭଲଦିନ ହେବ । ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଧ୍ୟାନ ଦେବା ଆବଶ୍ୟକ ଏବଂ ବିଶୁଦ୍ଧଜଳ ପିଇବାଆବଶ୍ୟକ କାରଣ ସମାନସମସ୍ୟା ଆପଣଙ୍କୁ ସମସ୍ୟା ଦେଇପାରେ ।ଆଜି ଖର୍ଚ୍ଚ ବୃଦ୍ଧି ପାଇବ । କିଛି ଅନାବଶ୍ୟକ ଯାତ୍ରା ଆସିବ, ଯାହା ଉପରେ ଆପଣଙ୍କୁ ଭଲଖର୍ଚ୍ଚ କରିବାକୁ ପଡିପାରେ ।
ସିଂହ-ଆଜି ଏକ ଭଲ ଦିନ ହେବ । ଆଜି ସେ ତାଙ୍କର କିଛି କଳା କାରନାମା ଲୋକଙ୍କୁ ଉପସ୍ଥାପନ କରିବେ, ଯାହା ଦ୍ୱାରା ଲୋକମାନେ ଆପଣଙ୍କ ଉପରେ ବିଶ୍ୱାସ କରିବେ।ଆଜି ନିଗମର ଅଭିବୃଦ୍ଧି ମଧ୍ୟ ଦୃଶ୍ୟମାନ ହେବ ଏବଂ ଆପଣ ଅନ୍ୟ କିଛି ଉପାୟପାଇପାରିବେ ଯାହା ଆପଣଙ୍କ ଆୟ ବଢ଼ାଇପାରେ ।
କନ୍ୟା-ଆଜି ତୁମଠାରୁ ବହୁତକିଛି ପଚାରିବ ।ତୁମକାମ ଏବଂ ବୃତ୍ତିରେ ତୁମକୁ ସନ୍ତୁଳନବଜାୟ ରଖିବାକୁପଡିବ ।ଅନ୍ୟଥା ଗୋଟିଏନକାରାତ୍ମକ ପ୍ରଭାବ ଅନ୍ୟ ଉପରେପଡିପାରେ ।ତୁମରକାମ ପ୍ରତି ପୂର୍ଣ୍ଣଧ୍ୟାନ ଦିଅ ଏବଂ ତୁମରମାଲିକଙ୍କ ଆଖିରେ ଭଲ ପ୍ରଦର୍ଶନକର ।ପରିବାରର ପ୍ରାଚୀନମାନଙ୍କୁ ସମ୍ମାନଦିଅ ।
ତୁଳା-ଅଫିସର ଅସମ୍ପୂର୍ଣ୍ଣକାର୍ଯ୍ୟ ସମ୍ପୂର୍ଣ୍ଣକରି ଏକପ୍ରକାର ଆଶ୍ୱସ୍ତିଲାଭ କରିବେ।କୌଣସି ବିବାଦୀୟକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ। ଚଳଚ୍ଚିତ୍ର, କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତାରେ ଉନ୍ନତି କରିବେ।
ବିଛା-ସବୁଦିଗକୁ ନଜରଦେଇ ଆଗକୁ ପାଦ ନବଢ଼ାଇଲେ ଅନୁତାପକରିବାକୁ ପଡ଼ିପାରେ ।ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ସହିପାରିବେ ନାହିଁ। ଘରୋଇ ସମସ୍ୟାର ସରଳ ସମାଧାନ ହେବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନର ଆଶା ରହିଛି।
ଧନୁ-ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ତୁମର ଖର୍ଚ୍ଚ ନିଶ୍ଚିତ ଭାବରେ ବୃଦ୍ଧି ପାଇବ, କିନ୍ତୁ ତଥାପି ତୁମର ଆୟ ବୃଦ୍ଧି ପାଇବ, ଯାହା ତୁମକୁ ସନ୍ତୁଷ୍ଟ ରଖିବ । ଯାହା ଆପଣଙ୍କୁ ଆରାମ ଦେବ । ଭ୍ରମଣରେ ସୁଖ ମିଳିବ । ତୁମର ସ୍ୱାସ୍ଥ୍ୟ ଶକ୍ତିଶାଳୀ ହେବ । କ୍ରନିକ୍ ରୋଗରୁ ମୁକ୍ତି ମିଳିବ । ଘର ପରିବେଶ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ଉତ୍ସାହିତ କରିବ ।
ମକର-ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାରରେ ବିଷମତା ପରିିଲକ୍ଷିତ ହେବ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରିବେ।
କୁମ୍ଭ-ଆଜି ତୁମେ ତୁମର ଟଙ୍କା ନିୟନ୍ତ୍ରଣ କରିବାର ସୁଯୋଗ ପାଇବ । ଆଜି, ଆପଣ ଏକ ଭଲ ବିନିଯୋଗ ସୁଯୋଗ ପାଇପାରିବେ, ଏହାର ଫାଇଦା ଉଠାଇ ଆପଣ ଆର୍ଥିକ ସ୍ଥିତିକୁ ସୁଦୃ। କରିପାରିବେ । ତୁମେ କୌଣସି ଲାଭଜନକ ପ୍ରତିଶ୍ରୁତି ଦେବା ଠାରୁ ଦୂରେଇ ରହିବା ଉଚିତ ଏବଂ ତୁମର ଟଙ୍କାକୁ ସଠିକ୍ ଉପାୟରେ ବିନିଯୋଗ କରିବା ଉଚିତ କାରଣ ଅନାବଶ୍ୟକ ଭାବରେ ବିନିଯୋଗ କରିବା ଦ୍ୱାରା ତୁମର ଫେରିବାର ସମ୍ଭାବନା କମିଯିବ ।
ମୀନ-ଭ୍ରମଣପାଇଁ ଆଜି ଏକ ଭଲଦିନ ।କିଛି ନୂତନଲୋକଙ୍କୁ ଭେଟିବେ ।ଆପଣ ନୂତନଲୋକଙ୍କ ସହିତ ବନ୍ଧୁତାକରିପାରିବେ ଯେଉଁମାନେ ଭବିଷ୍ୟତରେ ଆପଣଙ୍କପାଇଁ କାମକରିବେ ।ପରିବାରର ଉପସ୍ଥାପନା ଅତ୍ୟନ୍ତସୁନ୍ଦର ହେବ ଏବଂ ପରିବାରରଆଚରଣରେ ଆପଣ ବହୁତଖୁସି ହେବେ।ତୁମେ ଶାନ୍ତି ପାଇବ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ନବରାତ୍ରୀର ଦ୍ୱତୀୟଦିବସ ମାଙ୍କ ବ୍ରହ୍ମଚାରିଣୀରୂପ
ॐଦେବୀ ବ୍ରହ୍ମଚାରିଣୀ ଦଧାନା କରପଦମାଭ୍ୟାଂ ଅକ୍ଷମାଲା କମଣ୍ଡଳୁ।ଦେବୀ ପ୍ରସିଦତୁ ମୟି ବ୍ରହ୍ମଚାରିଣ୍ୟନୁତ୍ତମା।।
ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା। ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟଦିନ।କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ ।ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ପୂଜା ପାଉଛନ୍ତି ମା’ ଦୂର୍ଗାଦୂର୍ଗତିନାଶିନୀ ।ମାଆ ଜଗଦମ୍ବାଙ୍କ ନଅଟି ରୂପରୁ ଦ୍ୱିତୀୟରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ଶାନ୍ତ, ସଂଜମ,ବୈରାଗ୍ୟ, ସଦାଚାର, ଶିଷ୍ଟାଚାର, ତ୍ୟାଗ, ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାବ୍ରହ୍ମଚାରିଣୀ।ମାଙ୍କ ଉପାସନାକଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମାଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ ।ଉକ୍ତଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀସ୍ୱରୁପ ମାଙ୍କକୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।
ମାତା ଦୁର୍ଗାଙ୍କର ନବ ଶକ୍ତିର ଦ୍ବିତୀୟ ସ୍ବରୂପଟି ହେଉଛି ବ୍ରହ୍ମଚାରିଣୀ।ଏଠାରେ ‘ବ୍ରହ୍ମ’ଶବ୍ଦର ଅର୍ଥ ତପସ୍ୟା।ବ୍ରହ୍ମଚାରିଣୀଅର୍ଥ ତପଃ-ଚାରିଣୀ ।ଯେ ତପ ଆଚରଣ କରନ୍ତି, ।କଥିତ ଅଛି-ବେଦସ୍ତତ୍ତ୍ବଂ ତପୋ ବ୍ରହ୍ମ”-ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ବେଦ,ତତ୍ତ୍ବ ଓ ତପ।ବ୍ରହ୍ମଚାରିଣୀ ଦେବୀଙ୍କର ସ୍ବରୂପ ପୂର୍ଣ୍ଣ ଜ୍ୟୋତିର୍ମୟ ଓ ଅତ୍ୟନ୍ତ ଭବ୍ୟ।ତାଙ୍କର ଡ଼ାହାଣହାତରେ ଜପମାଳା ଓ ବାମହାତରେ କମଣ୍ଡଳୁ ଶୋଭାପାଏ।
ପୂର୍ବଜନ୍ମରେ ସେ ଯେତେବେଳେ ହିମାଳୟଙ୍କରପୁତ୍ରୀହୋଇ ଜନ୍ମହୋଇଥିଲେ, ସେତେବେଳେ ନାରଦଙ୍କର ଉପଦେଶଅନୁସାରେ ଭଗବାନଶଙ୍କରଙ୍କୁ ପତିରୂପେ ପାଇବାକୁ ସେଘୋର ତପସ୍ୟାକରିଥିଲେ।ସେହି ଦୁଷ୍କରତପସ୍ୟା ହେତୁ ତାଙ୍କୁତପଶ୍ଚାରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ବୋଲାଗଲା।ତପକାଳରେ ପୂରା ହଜାରେବର୍ଷ ସେ କେବଳଫଳମୂଳ ଖାଇରହିଲେ।ତାପରେ ଶହେବର୍ଷ କେବଳଶାଗପତ୍ରଖାଇ ଜୀବନନିର୍ବାହ କଲେ।କିଛିକାଳ ସେ କଠିନଉପବାସ କରି ଖୋଲାଆକାଶ ତଳେ ଖରାବର୍ଷାଖାଇ ଭୀଷଣକଷ୍ଟ ସହନ କଲେ।ସେହି କଠିନତପସ୍ୟା ପରେ ତିନିହଜାର ବର୍ଷ ପର୍ଯ୍ୟନ୍ତ କେବଳ ଗଛରୁ ଝଡ଼ିପଡ଼ିଥିବା ଶୁଖିଲାପାଚିଲା ବେଲପତ୍ରଖାଇ ଦିବାନିଶି ଶଙ୍କରଙ୍କର ଆରାଧନାକରିଚାଲିଲେ।ତାପରେ ସେ ଶୁଖିଲାପାଚିଲା ବେଲପତ୍ର ଖାଇବା ବି ଛାଡ଼ିଦେଲେ।କେତେ ହଜାରବର୍ଷ ସେ ନିର୍ଜଳ ନିରାହାରତପସ୍ୟାରେ ରତ ହୋଇଗଲେ।ପତ୍ରର ଅନ୍ୟନାମ ପର୍ଣ୍ଣ,ସେ ପର୍ଣ୍ଣ ଖାଇବା ବି ଛାଡ଼ି ଦେଇଥିବାରୁ ତାଙ୍କର ଆଉ ଗୋଟିଏ ନାମ ହୋଇଗଲା “ଅପର୍ଣ୍ଣା”।ହଜାରହଜାର ବର୍ଷଧରି ଏପରି କଠିନତପସ୍ୟାକରିବାରୁ ବ୍ରହ୍ମଚାରିଣୀ ଦେବୀଙ୍କର ଶରୀର ଅତୀବ କ୍ଷୀଣ ହୋଇଗଲା।ସେ କୃଶକାୟ ହୋଇଗଲେ।ପୁତ୍ରୀର ଏହି ଦଶାଦେଖି ତାଙ୍କର ମାଆ ମେନା ଅତ୍ୟନ୍ତ ଦୁଃଖିତ ହୋଇଗଲେ।ତାଙ୍କୁ ସେହି କଠିନତପସ୍ୟାରୁ ବିରତ କରିବାକୁ ମେନା ଡାକ ପକାଇଲେ ‘ଉ…..ମା’!ତପ କରନାହିଁ।ସେହି ଡାକକୁ ଧରି ବ୍ରହ୍ମଚାରିଣୀ ଦେବୀଙ୍କର ପୂର୍ବଜନ୍ମର ଆହୁରି ଏକ ନାମ ହୋଇଗଲା “ଉମା”।ଉମାଙ୍କର ସେହି କଠିନ ତପସ୍ୟାରେ ତିନିଲୋକରେ ହାହାକାର ପଡ଼ିଗଲା।ବ୍ରହ୍ମଚାରିଣୀ ଦେବୀଙ୍କର ସେହି ତପସ୍ୟାକୁ ଅଭୂତପୂର୍ବ ପୁଣ୍ୟକୃତ ବୋଲି କହି ଦେବତା ,ଋଷି,ସିଦ୍ଧ,ମୁନି ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ।ଶେଷରେ ବ୍ରହ୍ମା ଆକାଶବାଣୀଦ୍ବାରା ତାଙ୍କୁ ସମ୍ବୋଧିତକରି ପ୍ରସନ୍ନସ୍ବରରେ କହିଲେ “ହେ ଦେବୀ!ଆଜି ପର‌୍ୟ୍ୟନ୍ତ କେହି ଏପରି କଠିନ ତପସ୍ୟା କରି ନ ଥିଲେ,ଏପରି ତପସ୍ୟା କେବଳ ତୁମପକ୍ଷରେ ସମ୍ଭବ ହେଲା।ତୁମର ଏହି ଅଲୌକିକକୃତ୍ୟ ଚତୁର୍ଦ୍ଦିଗରେ ପ୍ରଶଂସିତ ହେଉଛି।ତୁମରମନସ୍କାମନା ସର୍ବତୋଭାବେ ପରିପୂର୍ଣ୍ଣ ହେବ।ଭଗବାନଚନ୍ଦ୍ରମୌଲି ଶିବ ତୁମକୁ ପତିରୂପରେ ପ୍ରାପ୍ତହେବେ।ବର୍ତ୍ତମାନ ତୁମେ ତପସ୍ୟାରୁ ବିରତ ହୋଇ ଘରକୁ ଫେରିଚାଲ,ତୁମବାପା ତୁମକୁ ଡାକିନେବାପାଇଁ ଅତିଶୀଘ୍ର ଆସୁଛନ୍ତି।
ମାତାଦୁର୍ଗାଙ୍କର ଏହି ଦ୍ବିତୀୟସ୍ବରୂପ ଭକ୍ତ ଓ ସିଦ୍ଧମାନଙ୍କୁ ଅନନ୍ତ ଫଳ ଦାନ କରନ୍ତି।ତାଙ୍କୁ ଉପାସନାକଲେ ମନୁଷ୍ୟର ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ହୁଏ।ଜୀବନର କଠିନସଂଘର୍ଷରେ ବି ତାର ମନ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ନାହିଁ।ମାତା ବ୍ରହ୍ମଚାରିଣୀ ଦେବୀଙ୍କ କୃପାରୁ ସେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତ ହୁଏ।ଦୁର୍ଗାପୂଜାର ଦ୍ବିତୀୟ ଦିନ ମାଙ୍କର ଏହି ସ୍ବରୂପର ଉପାସନା କରାଯାଏ। ସେହିଦିନ ସାଧକର ମନ “ସ୍ବାଧିଷ୍ଠାନ” ଚକ୍ରରେ ସ୍ଥିତ ହୁଏ। ଯେଉଁ ଯୋଗୀଙ୍କର ମନ ଏହିଚକ୍ରରେ ଅବସ୍ଥିତଥାଏ,ସେ ମାତାଙ୍କର କୃପା ଓ ଭକ୍ତି ଲାଭ କରନ୍ତି। ବିଶେଷ କରି ଯେଉଁମାନେ ରାହୁଗ୍ରହଙ୍କର ପୀଡ଼ାରେ ପୀଡିତ ସେମାନେ ଲକ୍ଷ୍ୟଭ୍ରଷ୍ଟ କରାଉଥିବା ରାହୁଗ୍ରହ ନିମନ୍ତେ ଦୂର୍ଗାଙ୍କର ଏହି ବ୍ରହ୍ମଚାରିଣୀରୂପର ଆରାଧନାକରିବା ଉଚିତ, ଏହାଦ୍ୱାରା ଗ୍ରହପୀଡ଼ା ଦୂର ହୋଇଥାଏ। ବ୍ରହ୍ମଚାରିଣୀସ୍ୱରୂପ ଆରାଧନାର ମୁଖ୍ୟଉଦେଶ୍ୟ ହେଉଛି ଆଜି ସ୍ୱାଧିଷ୍ଠାନଚକ୍ରକୁ ଜାଗ୍ରତକରି ମାଙ୍କ ସେଇଦିବ୍ୟଜ୍ୟୋତିକୁ ଦର୍ଶନକରିବା।ନିଜ ଜୀବନକୁ ଶୃଙ୍ଖଳିତ ଧାରାରେ ପରିଚାଳିତ କରାଇବା !!ଜୟମାଦୁର୍ଗା!!

 

 

Comments (0)
Add Comment