ଆଜିର ରାଶିଫଳ

ତୁଳସୀ ପୁଜନ ବିଧି-

୨୦୨୩ ମସିହା ଅକ୍ଟୋବର ମାସ ୧୧ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୩ /୨୭,ସୂର୍ଯ୍ୟାସ୍ତ- ଘ୫/୨୩/୪୩ଆଶ୍ବିନମାସ,କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦ୍ବାଦଶୀ ସନ୍ଧ୍ୟା ଘ୫/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୫/୨୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ପୋଇଶାଗ ସନ୍ଧ୍ୟା ଘ୫/୨୭ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୯ମି ରୁ ଘ୧୦/୬ମି ମଧ୍ୟେ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୧୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୩ମି ମଧ୍ୟେ, ଘ୭/୨୧ରୁ ଘ୮/ ୧୯ମି ମଧ୍ୟେ, ଦିବା ଘ୧୦/୩୩ମି ରୁ ୧୨/୫୭ମି ମଧ୍ୟେ, ରାତ୍ରି ଘ୬/୯ମି ରୁ ଘ୬/୫୭ମି ମଧ୍ୟେ, ଘ୮/୩୩ମି ରୁ ଘ୧୨/୫୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୩୩ମି ରୁ ଘ୭/୨୧ମି ମଧ୍ୟେ, ଘ୧/ ୪୫ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଶୁଭକର୍ମ- ହଳପ୍ରବାହ, ବୀଜବପନ, ଦୂରଯାତ୍ରା, ବୃକ୍ଷରୋପଣ, ଔଷଧ କରଣ, ବାଣିଜ୍ୟ କରଣ, କ୍ରୟବିକ୍ରୟ, ରାଜଦର୍ଶନ, ନବପସ୍ତ୍ରପରିଧାନ।
🐏ମେଷ👉ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ|
🐮ବୃଷ👉ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
👩‍❤️‍👨ମିଥୁନ👉ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
🦀କର୍କଟ👉ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
🦁ସିଂହ👉ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
🙎‍♀️କନ୍ୟା👉ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
⚖️ତୁଳା👉ଆଜି ଆପଣଙ୍କୁ ନିଜସାଙ୍ଗମାନଙ୍କ ସୁସମ୍ମାନପାଇଁ ଖୁସିମିଳିବା ।କିନ୍ତୁ ସାବଧାନରହିବେ ,କାରଣ ଆପଣଙ୍କର ହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷାକରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେସାବଧାନ ରହିବାକୁ ହେବ ।
🦂ବିଛା👉ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।
🏹ଧନୁ👉ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।
🐊ମକର👉ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ👉ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।
🐟ମୀନ👉ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

ତୁଳସୀ ପୁଜନ ବିଧି- ଆପଣ ଏହାକୁ ସବୁଦିନ ସଫାକରନ୍ତୁ ଓ ସକାଳେ ସ୍ନାନଇତ୍ୟାଦି ସମାପ୍ତ କରିବାପରେ ମାତା ତୁଳସୀଙ୍କ ପାଖରେ ଭୋଗ,ଜଳ,ଦୀପ,ସିନ୍ଦୁର,ଚନ୍ଦନ ଓ ସବୁପ୍ରକାର ପୂଜାସାମଗ୍ରୀ ନେଇ ରଖିଦିଅନ୍ତୁ ।ଏହାପରେ ସର୍ବପ୍ରଥମେ ତୁଳସୀଙ୍କୁ ନମସ୍କାରକରି ତୁଳସୀରେ ଜଳଅର୍ପଣକରନ୍ତୁ ।ଧ୍ୟାନରଖିବେଯେ ଜଳ ଆପଣ କେବଳ ୩ଥର ତୁଳସୀଗଛମୂଳରେ ଦେବେ ।ଏହା କରିବାପରେ ଯାହାଜଳ ବଞ୍ଚିଯିବ ତାକୁଆପଣ ତୁଳସୀପତ୍ର ଉପରେ ପକାଇବେ ।
ଏହାପରେ ଆପଣ ଯେମିତି ସିନ୍ଦୁରଚନ୍ଦନ ଲଗାଇ ପୂଜାକରନ୍ତି ସେମିତି ପୂଜାକରନ୍ତୁ । ଦ୍ଵିତୀୟକଥା ଯାହା ଆପଣଙ୍କୁ ଧ୍ୟାନ ରଖିବା ଉଚିତଯେ, ଦୀପ ଆପଣ କେବଳ ଘିଅରେ ଲଗାନ୍ତୁ ଓ ଭୁଲରେ ବି ସୋରିଷତେଲରେ ତୁଳସୀମାତାଙ୍କୁ ଦୀପ ଦେଖାନ୍ତୁନାହିଁ । ତେବେ ବହୁତଲୋକଙ୍କୁ ଏହା ଜଣାନଥାଏଯେ ତୁଳସୀପତ୍ର କେଉଁ ସମୟରେ ତୋଳିବା ଉଚିତ ଓ କେଉଁ ସମୟରେ ତୋଳିବା ଉଚିତନୁହଁ ।
ତେବେ ଜାଣିରଖନ୍ତୁ ପୁର୍ଣିମା, ଅମାବାସ୍ୟା, ଏକାଦଶୀ, ସନ୍ଧ୍ୟା ବା ମଧ୍ୟାନକାଳରେ ଏହି ସବୁଦିନ ଓ ପର୍ବପର୍ବାଣି ବା ରବିବାରଦିନ ଭୁଲରେ ବି ତୁଳସୀପତ୍ର ତୋଳନ୍ତୁନାହିଁ ।ଏହା ଶୁଭହୋଇନଥାଏ । ତୁଳସୀପତ୍ର କେବେ ବାସୀହୋଇନଥାଏ ।ସେଥିପାଇଁ ଆପଣ ଆଗରୁ ତୁଳସୀପତ୍ର ତୋଳିକିରଖନ୍ତୁ ।ଦେଖିବେ ଆପଣଙ୍କ ପୂଜା ସଫଳ ଆବଶ୍ୟହବ । ଏହାଛଡା ତୁଳସୀପାଖରେ କେବେ ଲୁଣୀଭୋଗ କରନ୍ତୁନାହିଁ । କୌଣସି ଭୋଗ ଯାହା ମିଠାହୋଇଥାଏ ତାହା ଆପଣ ମାତା ତୁଳସୀଙ୍କ ପାଖରେ ଅର୍ପଣ କରିପାରିବେ ।
ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
ସର୍ବ ସାର୍ତ୍ତ ହରେ ଦେବୀ ନାରାୟଣୀ ନମସ୍ତୁତେ 
ନ ଜାନାମି ଦାନଂ ନ ଚ ଧ୍ୟାନୟୋଗଂ
ନ ଜାନାମି ତଂତ୍ରଂ ନ ଚ ସ୍ତୋତ୍ରମଂତ୍ରମ୍
ନ ଜାନାମି ପୂଜାଂ ନ ଚ ନ୍ୟାସୟୋଗଂ
ଗତିସ୍ତ୍ଵଂ ଗତିସ୍ତ୍ଵଂ ତ୍ଵମେକା ଭଵାନି ॥ 
ଅର୍ଥାତ୍ :-
ହେ ଦେବୀ ମୁଁ ଦାନ କଣ ଜାଣିନାହିଁ। ଧ୍ୟାନଯୋଗ ବି ଜାଣିନାହିଁ। ତନ୍ତ୍ର କଣ ଜାଣିନାହିଁ। ସ୍ତୋତ୍ରମନ୍ତ୍ର ବି ଜାଣିନାହିଁ। ମୁଁ ତୁମ୍ଭର ପୁଜା ଜାଣିନାହିଁ ଓ ନ୍ଯାସ କଣ ଜାଣିନାହିଁ। ମୋତେ କୃପାକରି ଶିଖାଇଦିଅନ୍ତୁ। ତୁମ୍ଭର ଶ୍ରୀଚରଣେ ଶରଣପଶୁଛି ଓ ମୋତେ ଉଦ୍ଧାର କରନ୍ତୁ।ଜୟ ମା ଦୁର୍ଗା

Comments (0)
Add Comment