ଆଜିର ରାଶିଫଳ

ଶ୍ରୀକ୍ଷେତ୍ର ରାଜରାଜେଶ୍ୱରୀ ଶ୍ରୀଶ୍ରୀ ବିମଳାଠାକୁରାଣି

ଅକ୍ଟୋବରମାସ ୦୭ତାରିଖ ୨୦୨୩ମସିହା (ଶନିବା ର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୭/ ୪୦ ପର୍ଯ୍ୟନ୍ତ ତଦନ୍ତେ ନବମୀସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୩୯,
ନବମୀର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, କାଳବେଳା -ଦିବା ଘ ୦୭/୧୨ ମଧ୍ୟେ ଓ ଘ୦୩/୧୬ ଗତେ ଘ ୦୫/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୮ ଗତେ ଘ୦୯/ ୪୪ ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୧୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।-ରାତ୍ରି ଘ୦୨/୧୪ ଗତେ ଘ୦୪/୧୯ ମଧ୍ୟେ,ଲାଉ ଭକ୍ଷଣ ନିଷେଧ।
ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
ମିଥୁନ👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
କର୍କଟ👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟାଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ। ମାଲି ମକଦ୍ଦମା ରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
ତୁଳା👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ଧନୁ👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ 👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ।କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟିହେବାର ସମ୍ଭାବନା ରହିଛି। ଯେତେ ଭଲକାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ଶରତର ଆଗମନସହ ଧରାପୃଷ୍ଠକୁ ମାଙ୍କ ଆଗମନର ବାର୍ତ୍ତା ନେଇଆସିଛି କାଶତଣ୍ଡି ।ଚଳଚଞ୍ଚଳ ହୋଇଉଠିଛି ସବୁଅଞ୍ଚଳ । ଆଜିଠାରୁ ଆରମ୍ଭହୋଇଛି ଶାରଦୀୟପାର୍ବଣର ଅଦ୍ୟଅଧ୍ୟାୟ ଷୋଳପୂଜା। ଆଜି ଜାଣିବା ଶ୍ରୀକ୍ଷେତ୍ର ରାଜରାଜେଶ୍ୱରୀ ଶ୍ରୀଶ୍ରୀ ବିମଳାଠାକୁରାଣିଙ୍କ ବିଷୟରେ…

ପବିତ୍ରମୂଳାଷ୍ଟମୀରେ ଉଡ୍ରଦେଶ ମାଲିକାଣୀ ତଥା ଶ୍ରୀକ୍ଷେତ୍ରରାଜରାଜେଶ୍ୱରୀ ଶ୍ରୀଶ୍ରୀ ବିମଳାଠାକୁରାଣୀଙ୍କ ମହାତନ୍ତ୍ର ପାଦପୀଠରେ ଶାରଦୀୟଦୁର୍ଗାପୂଜା ଅୟମାରମ୍ଭ ।ଶ୍ରୀବିମଳା ୪୪ଯୋଗିନୀ ନବକୋଟି କାତ୍ୟାୟନୀ ଙ୍କସହ ମନ୍ଦିରରେ ଅଧିବାସକରିବେ।ମୂଳାଷ୍ଟମୀରେ ଶ୍ରୀଜୟଦୁର୍ଗାଙ୍କ ସହସ୍ର କୁମ୍ଭାଭିଷେକପରେ ତାଙ୍କସହ ଶ୍ରୀ ଜଗନ୍ନାଥମହାପ୍ରଭୁଙ୍କ ଅନୁରୂପି ଶ୍ରୀମାଧବମହାପ୍ରଭୁଙ୍କଠୁ ଆଜ୍ଞାପାଇ ଶ୍ରୀଦୁର୍ଗାଙ୍କ ସହ ଏକତ୍ର ଭଦ୍ରାସନରେ ଷୋହଳଦିନପାଇଁ ଏକ ରଜ୍ଜୁରେ ଉଭୟ ରୁନ୍ଧାହେବେ।ପ୍ରଥମ୭ଦିନ ବିମଳାଙ୍କମନ୍ଦିରର ନାଟମଣ୍ଡପରେ ବିଜେ ହେବାସହ ବାକି୯ଦିନ ବିମଳାମନ୍ଦିର କହି ସେଠାରୁ ଲୁଚିପଳାଇ ନାରାୟଣୀମନ୍ଦିରକୁ ନନ୍ଦିଘୋଷ ରଥାକୃତି ବିମାନରେ ବିଜେହୋଇ ଯାଇଥାଆନ୍ତି।ତେଣୁ ଏହାକୁ ଗୁପ୍ତଗୁଣ୍ଡିଚା ବା ଶାକ୍ତଗୁଣ୍ଡିଚାବୋଲି କହିଥାନ୍ତି ।
ଗଜପତିମହାରାଜଙ୍କ ଶ୍ରୀନଅରରେ ମାଆବିମଳାଙ୍କ ଷୋହଳଦିନ ସେବାପୂଜାପାଇଁ ବ୍ରାହ୍ମଣବରଣ ହୋଇ ମାଆଙ୍କପାଖରେ ଷୋଳପୂଜା ସଂପୂର୍ଣ୍ଣକରାଇବା ପ୍ରତ୍ୟେହ ଷୋହଳଜଣ ବ୍ରାହ୍ମଣ ଦେବୀଙ୍କପୀଠରେ ଚଣ୍ଡୀପାଠ କରାଇବାସହ ତାଙ୍କମଧ୍ୟରୁ ଜଣେ ଛାମୁଚଣ୍ଡୀଥିବେ ଯାହାକି ସମଗ୍ରବିଶ୍ବରେ କେବଳ ବିମଳାଙ୍କମହାପୀଠରେ ବ୍ରାହ୍ମଣ ବିନାଆସନରେ ଚଣ୍ଡୀପାଠକରିବେ ଏହାମହାପୂଜାର ସୋତନ୍ତ୍ରତାବହନ କରିଥାଏ ବିମଳାମନ୍ଦିରରେ ।
ଶ୍ରୀଶ୍ରୀଜଗନ୍ନାଥମହାପ୍ରଭୁଙ୍କ ତିନିଧୂପ ଅର୍ଥାତ୍ ସକାଳଧୂପ, ମଧ୍ୟାହ୍ନଧୂପ ଓ ସନ୍ଧ୍ୟାଧୂପପରେ ଉକ୍ତ ମହାପ୍ରସାଦ ବାକିଦିନପରି ଖାଲି ସମର୍ପଣହେବନାହିଁ।ଏହିଷୋଳଦିନରେ ଷୋଡଶଉପଚାରରେ ଶ୍ରୀମହାପ୍ରସାଦ ମାଙ୍କୁ ସମର୍ପଣହୋଇଥାଏ ।ଏହିମଧ୍ୟରେ ମାଙ୍କ ବିଭିନ୍ନବେଶକରାଯାଏ।ପୀଠେମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ କୈଣସିବେଶ ହୁଏନାହିଁ।ଏହି ତିନିଦିନ ମହାପୂଜାପାଇଁ ପୂଜକ ମାଆଙ୍କପାଖରେ ତ୍ରିଦିବସାତ୍ମକ ସଂକଳ୍ପ କରିଥାନ୍ତି ଏବଂ ଏହିତିନିସନ୍ଧ୍ୟାରେ ଗଜପତିଙ୍କପାଖରୁ ଦେବୀଙ୍କପାଇଁ କାଣ୍ଡହେଙ୍ଗୁଳସାଢ଼ି ଆସିଥାଏ।ଏହିତିନଦିନ ମାଙ୍କପାଖରେ ଭୈରବୀପୂଜା ଅନୁଷ୍ଠିତହୁଏ ,ତେଣୁ ସନ୍ଧ୍ୟାପରେ ମାଙ୍କପାଖରେ ମହାପ୍ରଭୁଙ୍କ ମହାପ୍ରସାଦ ଓ ମାଳ,ମାହାର୍ଦ ତଥା ପଦକ ,ଅଳକାଦି ସମର୍ପଣ ହୁଏନାହିଁ ।ଏହି ତିନିଦିନରେ ମହାପ୍ରଭୁଙ୍କ ପହୁଡ଼ ଉତ୍ତାରୁ ମଧ୍ୟରାତ୍ରିପରେ ମାଙ୍କଚଣ୍ଡୀଯୋଗିନୀଗଣଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ରଶଙ୍ଖୁଡ଼ିଭୋଗ କରାଯାଇ ସମର୍ପଣ ହୁଏ।ପରେ ଦେଉଳରେ ଚୂନପାଣିପଡିଦେବୀଙ୍କ ମହାସ୍ନାନପରେ ପରଦିନସକାଳର ବଡ଼ଦେଉଳର ଦ୍ବାରଫିଟା ହୁଏ ।ମାବିମଳା ଶ୍ରୀପୁରୁଷୋତ୍ତମକ୍ଷେତ୍ରର ନୁହେଁ ସମଗ୍ର ଉଡ୍ରଦେଶର ଆଦ୍ୟଦେବୀଅଟନ୍ତି,ସେଥିପାଇଁ ତାଙ୍କରଅନ୍ୟନାମ ଆଦ୍ୟା ।ମାବିମଳା ମହାପ୍ରଭୁଙ୍କ କ୍ରିୟାଶକ୍ତିରୂପେ ପୁରୁଷୋତ୍ତମ କ୍ଷେତ୍ରରେ ବିଦ୍ୟମାନ।ମହାପ୍ରଭୁଙ୍କ କରୁଣାପାଇବାକୁ ହେଲେ ପ୍ରଥମେ ମାବିମଳାଙ୍କ ଶରଣାପନ୍ନ ହେବାକୁ ପଡ଼ିଥାଏ ।ମା ହିଁ ଭକ୍ତମନରେ ହରିଭକ୍ତିର ବିମଳଭକ୍ତି ସଞ୍ଚାରକରିଥାନ୍ତି .ସେଥିପାଇଁ ତାଙ୍କନାମ ବିମଳା ଜୟ ମାଆ ବିମଳା। 

 

Comments (0)
Add Comment