ଅପ୍ରେଲମାସ ୩୦ତାରିଖ ୨୦୨୫ମସିହା (ବୁଧବାର)ବୈଶାଖ ମାସ- ଶୁକ୍ଳପକ୍ଷତିଥି- ତୃତୀୟା ଦିବା ଘ ୦୨/୦୫ଗତେ ଚତୁର୍ଥୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୪/୪୭ ଗତେ ମୃର୍ଗଶିରା, ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/ ୧୯,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୦୫ ଗତେ ନୈରୁତେ,କନ୍ୟା ରାଶିର ଘାତବାର,କର୍କଟ ରାଶିର ଘାତଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୨/୨୬ଗତେ ଘ୦୩/୫୨ ମଧ୍ୟେ,ବାରବେଳା- ଦିବା ଘ୧୧/୩୭ଗତେ ଘ୦୧/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୮ମଧ୍ୟେ ଓ ରାତ୍ରି ଘ୦୬/୫୩ ଗତେ ଘ୦୯/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୩ ଗତେ ଘ୦୬/୦୦ ମଧ୍ୟେ,ଅଦ୍ୟ ପୋଟଳ ଓ ଦିବା ଘ ୦୨/୦୫ ଗତେ ମୂଳା ଭକ୍ଷଣ ନିଷେଧ।
ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।
କୁମ୍ଭ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ:-ଆଜିର ବାଣିଜ୍ୟ,ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତାପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା?
ବୈଶାଖମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ରପର୍ବ । ଚଳିତବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୩୦ତାରିଖ ବୁଧବାରରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ମାଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ।
ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଅକ୍ଷୟତୃତୀୟା ଦିନ ଶୁଭଭାଗ୍ୟ ଓ ଶୁଭ ଫଳ କେବେ ବି ଖରାପ ହୋଇନଥାଏ। ଏହାକୁ ଆଖା ତିଜ ମଧ୍ୟ କୁହାଯାଏ । ଏହିଦିନ କରାଯାଇଥିବା କାମ ଏପରି ଶୁଭ ଫଳ ଦେଇଥାଏ ଯେ ଏହା କେବେ ବି ଶେଷ ହୁଏନାହିଁ ।
ବିଶ୍ୱାସ ରହିଛି ଯେ ଏହିଦିନ ଜଣେ ବ୍ୟକ୍ତି ଯାହା ପୁଣ୍ୟକର୍ମ ଓ ଦାନ କରିଥାଏ, ତାହାର ଶୁଭ ଫଳ ଦୁଇଗୁଣ ମିଳିଥାଏ । ଏହି ଶୁଭ ଫଳର ପ୍ରଭାବ କେବେ ବି ଶେଷ ହୁଏନାହିଁ । ଅକ୍ଷୟତୃତୀୟା ହେଉଛି ଏକ ସ୍ୱୟଂକ୍ରିୟ ମୁହୂର୍ତ୍ତ ।ଏହି ଦିନ କୌଣସି ନୂଆ କିମ୍ବା ଶୁଭ କାର୍ଯ୍ୟକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।
ଅକ୍ଷୟତୃତୀୟା ଦିନ ଏତେ ଶୁଭ ହୋଇଥାଏ ଯେ ଏହି ଦିନ ଆପଣ ଯେଉଁ କାମ ଆରମ୍ଭ କରନ୍ତି ସେଥିରେ ସଫଳତା ମିଳିଥାଏ । ଏହି ଦିନ ଜପ, ତପସ୍ୟା ଓ ଦାନ କଲେ ଶ୍ରେଷ୍ଠ ଫଳ ମିଳିଥାଏ। ପୁରାଣ ଅନୁଯାୟୀ, ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଅକ୍ଷୟ ତୃତୀୟାର ମହତ୍ତ୍ୱ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଦିନ ସ୍ନାନ, ଜପ, ତପସ୍ୟା, ଯଜ୍ଞ, ଆତ୍ମଅଧ୍ୟୟନ, ପୈତୃକ ଅବହେଳା ଓ ଦାନ କରୁଥିବା ବ୍ୟକ୍ତି ଅତୁଳନୀୟ ଗୁଣର ଏକ ଅଂଶ ଅଟେ ।
ପ୍ରାଚୀନ କାଳରେ ସେଠାରେ ଗରିବ ଓ ବୈଶ୍ୟ ରହୁଥିଲେ। ଦେବତାମାନଙ୍କ ଉପରେ ତାଙ୍କର ବହୁତ ବିଶ୍ୱାସ ଥିଲା । ନିଜର ଦାରିଦ୍ର୍ୟକୁ ନେଇ ସେ ଖୁବ୍ ବ୍ୟଥିତ ଥିଲେ। ଦିନେ କେହି ତାଙ୍କୁ ଅକ୍ଷୟ ତୃତୀୟାରେ ଉପବାସ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଦିନ ସେ ଗଙ୍ଗାରେ ସ୍ନାନ କରି ଦେବଦେବୀଙ୍କୁ ବିଧିବଦ୍ଧ ଭାବେ ପୂଜା ର୍ଚ୍ଚନା କରିବା ସହ ଦାନ କରିଥିଲେ। ବିଶ୍ୱାସ କରାଯାଏ ଯେ ଏହି ବୈଶ୍ୟ ପରବର୍ତ୍ତୀ ଜନ୍ମରେ କୁଶାବତୀର ରାଜା ହୋଇଥିଲେ ।ଅକ୍ଷୟ ତୃତୀୟା ଦିନ ପୂଜା ଓ ଦାନର ପ୍ରଭାବ ଯୋଗୁଁ ସେ ବହୁତ ଧନୀ ଓ ମହିମାଶାଳୀ ହୋଇଥିଲେ । ଏହି ଦିନ ପୂଜା କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହ ସୁଖ, ସମୃଦ୍ଧି ଓ ମହିମା ଆଜୀବନ ରହିଥାଏ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!