୨୦୨୨ ମସିହା ଅକ୍ଟୋବର ମାସ ୩୦ ତାରିଖ (ରବିବାର)କାର୍ତିକମାସ–ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ ୦୫/ ୧୦/୩୦ ,ମେଷ ରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବଭକ୍ଷଣ ନିଷେଧ ।
ମେଷ-ଆଜିରଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟରଖିବ । ଏକ ଆନନ୍ଦପୂର୍ଣ୍ଣ ମନୋଦଶାସହିତ ଆପଣ ଘରରପରିବେଶକୁ ପ୍ରଫୁଲ୍ଲିତ ରଖିବାକୁ ଉଦ୍ୟମକରିବେ । ଆପଣ ଆପଣଙ୍କଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜାକୁ ବୃଦ୍ଧିକରି ଏକ ନୂତନରୂପ ଦେବାକୁ ଇଛା କରୁଛନ୍ତି । ସହରରେ ଏକ ସାମାଜିକଅନୁଷ୍ଠାନରେ ଯୋଗଦେବାର ଯୋଜନା କରିପାରନ୍ତି । ଦୂରସ୍ଥାନକୁ ଯାତ୍ରା ଯୋଗରହିଛି ।
ବୃଷ-ଆପଣ ଆଜି ଆପଣଙ୍କବ୍ୟବସାୟକୁ ବିସ୍ତାରିତ କରିବାପାଇଁ ଯୋଜନା ପ୍ରସ୍ତୁତକରିବାରେ ବ୍ୟସ୍ତହିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କବ୍ୟବସାୟକୁ ଉଚିତ ଦିଗରେ ଆଗେଇନେବାକୁ ପ୍ରୋତ୍ସାହନଦେବାର ସମ୍ଭାବନାଅଛି । ତଥାପି ଏହା ଟ୍ରାକ୍ ଆସିବାପୂର୍ବରୁ ହୁଏତ କିଛିସମୟ ନେଇପାରେ । ଆପଣ ହୁଏତ ବ୍ୟବସାୟପାଇଁ ଭ୍ରମଣ ମଧ୍ୟ କରିପାରନ୍ତି । ଆପଣଙ୍କ ଉଚ୍ଚପଦସ୍ଥ କର୍ମଚାରୀ ଆପଣଙ୍କକାର୍ଯ୍ୟରେ ଖୁସିହେବେ ।
ମିଥୁନ-ଆଜି ଆପଣ କୌଣସିନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନପୁରାଇ ଶାନ୍ତରୁହନ୍ତୁ । ଆଜି ଆପଣ କୌଣସିକାର୍ଯ୍ୟନକରି ବିଶ୍ରାମନିଅନ୍ତୁ । ନିଜଶରୀରକୁ କଷ୍ଟ ନଦେବାକୁ ଯାତ୍ରା କରନ୍ତୁନାହିଁ । ନିଜଶରୀରର ଯତ୍ନନେବା ଆପଣଙ୍କର ମୂଖ୍ୟଦାୟିତ୍ୱ । ରୁଚିପୂର୍ଣ୍ଣ ଖାଦ୍ୟ ନଖାଇଲେ ଶରୀର ପରିପୁଷ୍ତହେବା ପରିବର୍ତ୍ତେ ବିଭିନ୍ନ ଶାରୀରିକଅସୁସ୍ଥତା ଭୋଗିପାରନ୍ତି । ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ ।
କର୍କଟ-ଆଜିଦିନଟି ଆପଣ ମୌଜମଜଲିସରେ କାଟିବେ । ନିଜପସନ୍ଦ ମୁତାବକ ସୌଖିନ ପୋଷାକପିନ୍ଧି ଭୋଜିଖାଇବା, ସୁସ୍ୱାଦୁ ଭୋଜନ ସହିତ ମଦ୍ୟପାନକରିବା ପ୍ରଭୃତି ଆମୋଦପ୍ରମୋଦରେ ସମୟକାଟିବେ । ବିଭିନ୍ନ ସାଂସ୍କୃତିକକାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗକରିବା ବ୍ୟତୀତ ଏକ ନୂତନବ୍ୟବସାୟ ଆରମ୍ଭକରିବାକୁ ସ୍ଥିରକରିବେ ।
ସିଂହ-ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛାକରିପାରନ୍ତି । ଅର୍ଥପ୍ରାପ୍ତିହେବାର ଯଥେଷ୍ଟ ସମ୍ଭାବନା ଅଛି । ଆଜି ଆପଣ ଖର୍ଚ୍ଚକରିଥିବା ଟଙ୍କା ଠିକ୍ କାମରେ ବ୍ୟୟିତହୋଇଛି ବୋଲି ଆତ୍ମସନ୍ତୋଷ ଲାଭକରିବେ । ଆଜି କୌଣସି ନୂତନ ଯୋଜନା କରନ୍ତୁନାହିଁ । ଆଜି ଯୁକ୍ତିତର୍କ ନକରିବା ଭଲ । ଆଇନ ସମ୍ପର୍କୀୟ ଝଗଡାଠାରୁ ଦୂରେଇରୁହନ୍ତୁ ।
କନ୍ୟା-ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତିରେ ଦିନକାଟିବେ । ଆଜି ଆପଣଙ୍କର ବାହାଘର କିମ୍ଵା କୌଣସିସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟକାଟିବେ । ଆଜିଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜକାର୍ଯ୍ୟସ୍ଥଳରେ ସହକର୍ମୀମାନଙ୍କ ସହଯୋଗପାଇ ନିଜକୁ ସୌଭାଗ୍ୟଶାଳୀ ମନେକରିବେ । ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କସହ ସମ୍ପର୍କ ମଧୁମୟହେବ । ଶାରୀରିକ ସୁସ୍ଥତା ବଜାୟରହିବ ।
ତୁଳା-ଏହା ଆପଣଙ୍କପାଇଁ ଏକ ସାଧାରଣଦିନ ଅଟେ । ପରିପକ୍ଵ ହୁଅନ୍ତୁ ଏବଂ ପରିବାରରେ ଛୋଟଛୋଟ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟାକରନ୍ତୁ । ଆହୁରିମଧ୍ୟ, ଆପଣଙ୍କ ମାତାଙ୍କର ମୁଣ୍ଡ ବୁଲାଇପାରେ ଏବଂ ସେ ଅସୁସ୍ଥ ହୋଇପାରନ୍ତି, ତାଙ୍କ ସ୍ଵାସ୍ଥ୍ୟପ୍ରତି ସତର୍କ ରହନ୍ତୁ । ଭୂମି କିମ୍ବା ସଂପତ୍ତି ସମ୍ପର୍କିତ ଆଇନ୍ ଘଟଣା ବିଷୟରେ କଥାବାର୍ତ୍ତା କଲାବେଳେ ସାବଧାନତାର ସହ କାର୍ୟ୍ୟକରନ୍ତୁ ।
ବିଛା-ସମସ୍ତ ଉତ୍ତର ହିଁ ପ୍ରଶ୍ନର ସମାଧାନ, ଆଜି ହେବାର ସମ୍ଭାବନାଅଛି । ହୁଏତ ଏହା ଆପଣଙ୍କ ବ୍ୟକ୍ତିଗତବିଷୟ କିମ୍ବା ଆପଣଙ୍କ ସମ୍ପତ୍ତି ସମ୍ବନ୍ଧୀୟ ହୋଇପାରେ, ଆପଣଙ୍କଦ୍ୱାରା ଆଜି ଏ ସବୁର ସମାଧାନହେବାର ସମ୍ଭାବନାଅଛି । ଆପଣଙ୍କଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମୀକରଣ ଆଜି ବହୁତ ଭଲରହିବ । ଦିନର ଦ୍ୱିତୀୟାର୍ଦ୍ଧରେ ଆପଣ ଚିଡିଚିଡା ଏବଂ ଉତ୍ତେଜିତ ହୋଇପାରନ୍ତି ।
ଧନୁ-ଆପଣଙ୍କରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୁରେଇରଖିପାରେ । ଧାର୍ମିକ ଗତି ବିଧିରେ ସଂପୃକ୍ତହୋଇ ଏବଂ ଧ୍ୟାନକରି ନିଜକୁ ଶାନ୍ତ କରିବାକୁ ପଡିବ । ତଥାପି ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଧ୍ୟାନ ଏବଂ ଏକାଗ୍ରତା ରଖିବାପାଇଁ ଅଧିକ ଚେଷ୍ଟା କରିବାକୁପଡିବ । ସନ୍ଧ୍ୟାସୁଧା ଆପଣ ଆପଣଙ୍କ ଚିନ୍ତାପାଇଁ ବିଭିନ୍ନ ରାସ୍ତା ପାଇଯିବେ । ଯାହା ହୁଏତ ଆପଣଙ୍କର ମନକୁ ଶାନ୍ତି ଦବ ।
ମକର-ପ୍ରତୀକ୍ଷାରେ ଥିବା ପରିଯୋଜନା ଗୁଡିକର ପ୍ରାରମ୍ଭକରିବାର ଏକ ଉପଯୁକ୍ତ ଦିନଅଟେ । ଏହାଦ୍ୱାରା ଆପଣ କାର୍ଯ୍ୟକ୍ଷେତ୍ରରେ ଏକ ଭଲଛବି ପ୍ରସ୍ତୁତ କରିପାରିବେ । ତଥାପି କିନ୍ତୁ ଘରେ ଜିନିଷଗୁଡିକ ଅଳ୍ପ ଚିନ୍ତାଜନକ ଏବଂ ଚାପଯୁକ୍ତ ହେବ । ଧ୍ୟାନକରନ୍ତୁ, ହୁଏତ ଏହା ଆପଣଙ୍କ ଅଶାନ୍ତମନକୁ କିଛିଟା ବିରାମ ଦେଇପାରିବ । ବିଳମ୍ବରେ କେତେକ ନକାରାତ୍ମକବିଚାର ଆପଣଙ୍କ ବିପଦରେ ପକାଇପାରେ ।
କୁମ୍ଭ-ଆଜି ଆପଣ ଧାର୍ମିକ ଅବତାରର ମୁଖିଆ ହେବେ । ଫଳସ୍ଵରୁପ ଆପଣ ନିଜକୁ ଧାର୍ମିକ ଗତିବିଧିରେ ବ୍ୟସ୍ତରଖିବେ । ଆହୁରି ମଧ୍ୟ ଆପଣ ଏକ ବଡପରିମାଣର ଅର୍ଥ ଧାର୍ମିକଭ୍ରମଣରେ ଖର୍ଚ୍ଚକରିପାରନ୍ତି । ଶେଷରେ ଆଜି ସମସ୍ତ କାନୁନଘଟଣାର ସମାଧାନ ହେବାର ସମ୍ଭାବନାଅଛି । ପରିବାରସହ ସମୟକାଟନ୍ତୁ । ଖୁସିରେ ରହିବେ
ମୀନ-ସେୟାର ବଜାରରେ ଆପଣଙ୍କଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଆର୍ଥିକ ଲାଭଦେବାର ସମ୍ଭାବନା ଅଛି ।କାର୍ଯ୍ୟର ବୃଦ୍ଧି ଏବଂ ଲାଭ ଆପଣଙ୍କ ପାଇଁ ଭଣ୍ଡାରରେ ଅଛି । ଘରଆଡୁ ମଧ୍ୟ ଶାନ୍ତ ଏବଂ ଉତ୍ସାହିତ ଅଛି । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହ ଦର୍ଶନୀୟ ସ୍ଥାନକୁ ଏକ ଭ୍ରମଣର ଆୟୋଜନ କରନ୍ତୁ ।
ନିତୀବାଣୀ-ହରେଇ ସାରିଲା ପରେ ହିଁ ଏହି ଭାବନା ଆସେ,କେତେ ମୂଲ୍ୟବାନ ଥିଲା ସମୟ,ବ୍ୟକ୍ତି ଆଉ ସମ୍ପର୍କ।
ବାସ୍ତୁଟିପ୍ପଣୀ-ସ୍ନାନକରିବା ସମୟରେ ଭୁଲରେ କରନ୍ତୁନାହିଁ ଏଭଳି ଭୁଲ, ନଚେତ ଦେଖାଦେବ ଦରିଦ୍ରତା।
ହିନ୍ଦୁଧର୍ମ ଅନୁସାରେ ଏଭଳି କୁହାଯାଇଛିକି ଯେଉଁଲୋକ ସ୍ନାନକରିବାରେ ଉଚିତଢଙ୍ଗ ଜାଣିନାହିଁ ବା କେବେକେବେ କିଛି ଲୋକେ ଏଭଳି କଥାରୁ ଅଜଣାଥାନ୍ତି ଏବଂ ସ୍ନାନ କରିବାପରେ ତାଙ୍କୁ ଜଣାପଡିଥାଏ, ତାପରେ ଅନୁତାପ କରନ୍ତି। ଆସନ୍ତୁ ଜାଣିବା ଏଭଳି କଣକଣ ନିୟମରହିଛି ଯାହାକୁ ଆମକୁ ଆପଣେଇବା ପାଇଁପଡ଼ିବ।
ସ୍ନାନକରିବାର ଉତ୍ତମକୌଶଳ –ବିଷ୍ଣୁପୁରାଣରେ କୁହାଯାଇଛିକି ଯେବେ ଜଣେ ସ୍ତ୍ରୀ ସମ୍ପୂର୍ଣ୍ଣ ନଗ୍ନହୋଇ ସ୍ନାନକରେ, ଯାହା ଭୁଲ ବୋଲି ମାନାଯାଇଥାଏ। ଏଭଳି କୁହାଯାଏକି ସ୍ତ୍ରୀର କପଡାରୁ ଝରୁଥିବାଜଳ ତାର ପିତୃ ଗ୍ରହଣକରିଥାନ୍ତି। ଏଥିରେ ପିତୃ ତୃପ୍ତହୋଇଥାନ୍ତି। ଏଥିପାଇଁ ସ୍ନାନକରିବା ସମୟରେ କେବେବସ୍ତ୍ର ସମ୍ପୂର୍ଣ୍ଣ ବାହାର କରନ୍ତୁନାହିଁ। ଏଭଳି କରନ୍ତୁନାହିଁ, ପିତୃପୁରୁଷ କ୍ରୋଧିତ ହୋଇଯାଆନ୍ତି। ଯାହାଫଳରେ ଲୋକଙ୍କୁ ପିତୃଦୋଷ ଲାଗିଯାଏ।
ସ୍ନାନପରେ କଣ ସେହି ଜରୁରୀକଥା –ଅନେକଲୋକଙ୍କ ସ୍ନାନ କରିବାର ପ୍ରକିୟା ଅଲଗା ପ୍ରକାରର ହୋଇଥାଏ। କେବେ କେବେ ଲୋକେ ଦିନରେ ତିନିଚାରିଥର ଗାଧୋଇଥାନ୍ତି। ସ୍ନାନକରିବା ଉଚିତ, କିନ୍ତୁ ସ୍ନାନକରିବାର ଏକ ସମୟରହିଛି। ଏଭଳି ବହୁତ ଭୁଲରହିଛି , ଯାହାକୁ ଆମେ ଅଣଦେଖା କରିଥାଉ। ଗାଧୋଇବାପରେ ଲୋକେ ପ୍ରତ୍ୟହ ଓଦା ଟାୱେଲକୁ ଘୋଡେଇ ହୋଇଯାଆନ୍ତି, ଯାହାକି ଏଭଳିକରିବା ଉଚିତନୁହେଁ। ଏଭଳି କରିବାଦ୍ଵାରା ଆମ ଚୁଟି ଦୁର୍ବଳ ହୋଇଯାଇଥାଏ ଏବଂ ଝଡିବାକୁ ଲାଗେ।
ସ୍ନାନ କରିସାରିବା ପରେ ଲୋକେ ସର୍ବଦା ଗାଧୋଇବାବେଳେ ଦେହ ଘଷିବାପାଇଁ ଯେଉଁ ବସ୍ତୁ , ତାକୁ ଖୋଲା ଛାଡି ଦେଇଥାନ୍ତି। ଏହାଦ୍ବାରା ବ୍ୟାକ୍ଟେରିଆ ଇଁଫେକ୍ସନ ହେବାର ସମ୍ଭାବନା ଅଧିକରହିଥାଏ। ତାହା ଓଦାରହିଲେ ସୁବିଧାରେ ବ୍ୟାକ୍ଟେରିଆ ସୃଷ୍ଟିହୋଇଥାନ୍ତି। ସନ୍ଧ୍ୟାସମୟରେ କେବେ ସ୍ନାନକରିବା ଉଚିତନୁହେଁ। ଏଥିରେ ସ୍ତ୍ରୀମାନଙ୍କର ପତିବ୍ରତା ଦୋଷ ଲାଗିଯାଏ।
ସ୍ନାନକରିବାର ଉଚିତସମୟ –ସ୍ନାନ ସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ କରିବାଉଚିତ। ଯଦି ତାପୂର୍ବରୁ ତେଲରେ ନିଜଶରୀର ମାଲିଶକରିବେ ତାହେଲେ ଉତ୍ତମରହିବ। ମାଲିଶକରିବାର ଅଧଘଣ୍ଟାପରେ ସ୍ନାନକରନ୍ତୁ।ସ୍ନାନକରିବା ସମୟରେ ସ୍ତୋତ୍ର ପାଠ ବା କୀର୍ତ୍ତନ ବା ଭଗବାନଙ୍କନାମ ଜପକରିବା ଉଚିତ। ସ୍ନାନକରିବା ସମୟରେ ମୁଣ୍ଡଉପରେ ପାଣିଢ଼ାଳନ୍ତୁ। ଶରୀରର ଉପରଭାଗରୁ ପାଣି ପାଦପର୍ଯ୍ୟନ୍ତ ବାହାରିଯିବ। ସର୍ବଦା ଅଳ୍ପଗରମ ଥିବାପାଣିରେ ସ୍ନାନ କରିବାଦ୍ୱାରା ଶକ୍ତିବଢ଼ିଥାଏ। କିନ୍ତୁ ମୁଣ୍ଡଉପରେ ଗରମପାଣି ଢ଼ାଳି ସ୍ନାନ କରିବାଦ୍ୱାରା ନେତ୍ରଶକ୍ତିରେ ହାନୀ ପହଞ୍ଚିଥାଏ।!!ଜୟଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!