ଆଜିର ରାଶିଫଳ

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୨୯ ତାରିଖ (ଶନିବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ଚର୍ତୁଥୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୦୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୧/୦୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ବେଲ ଭକ୍ଷଣ ନିଷେଧ ।
ମେଷ-ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।
ବୃଷ-କୌଣସି ଆତ୍ମୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆଜି ନିଜ ତରଫରୁ ନିଜ ସମ୍ପର୍କକୁ ସୁଧାରିବାକୁ ଚ଼େଷ୍ଟା କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖି ଏହାର ଆରମ୍ଭ କରନ୍ତୁ । ସଠିକ୍ ସମୀକ୍ଷା ଦ୍ୱାରା ଆପଣଙ୍କୁ ସହାଯ୍ୟ ମିଳିବ ।
ମିଥୁନ-ଆପଣ ଆଜି ଆଇନା ସାମନାରେ ବହୁ ସମୟ ବସିବେ କାରଣ ଏକ ସାମାଜିକ ସମାରୋହରେ ଆପଣ ବହୁତ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି ।
କର୍କଟ-ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।
ସିଂହ-ଆଜିର ଦିନଟି ଖୁବ୍ ଖୁସିର ଦିନ ଏବଂ ଏହାର ପୁରାପୂରୀ ଲାଭ ଉଠାନ୍ତୁ । ଆଜି ଆପଣଙ୍କୁ ନିଜ କର୍ମମୟ କିଛି ସମୟ ଜୀବନରୁ ଛୁଟି ନିଅନ୍ତୁ । ଆପଣ ନିଜ ଆତ୍ମୀୟଙ୍କ ସହ କୌଣସି ସ୍ଥାନକୁ ବୁଲିଯାଇପାରନ୍ତି ।
କନ୍ୟା-ଆଜି ଆପଣ କୌଣସି ଏକ ସାମାଜିକ ସମାରୋହର ଭାଗ ନେବେ । ଏହି ସମାରୋହର ଆପଣଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇପାରେ । ଏହି ସମାରୋହରେ ଯିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ ।
ତୁଳା-ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ ।
ବିଛା-ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି କିଛି ଭଲ କାର‌୍ୟ୍ୟ କରନ୍ତୁ । ଆଜି ଆପଣ ନିଜର ସମସ୍ତକାର୍ଯ୍ୟକୁ ଗୋଟିଏ ପାଖରୁ ରଖି କେବଳ ମନୋରଞ୍ଜନ କରନ୍ତୁ କାରଣ ଜୀବନରେ ଏହା ମଧ୍ୟ ଜରୁରୀ ।
ଧନୁ-ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ ।
ମକର-ଆଜି ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯିବା ପାଇଁ ଚ଼ାହିଁବେ । ଭଲଭାବେ ପ୍ରସ୍ତୁତ ହୋଇ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯାଆନ୍ତୁ ଏବଂ ଖୁବ୍ ମଜ୍ଜା କରନ୍ତୁ ।
କୁମ୍ଭ-ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ ।
ମୀନ-ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ନିତୀବାଣୀ-ସେଇଲୋକମାନେ କେବେ କାହାରି ହୋଇପାରନ୍ତିନାହିଁ ଯେଉଁମାନେ ସାଙ୍ଗ ଓ ସମ୍ପର୍କୀୟମାନଙ୍କୁ ବସ୍ତ୍ର ଭଳି ବଦଳାଇଥାନ୍ତି।
ବାସ୍ତୁଟିପ୍ପଣୀ-ଯଦି ଆପଣଙ୍କୁ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ମିଳିଥାଏ ତେବେ ରଖନ୍ତୁ ଏହିସ୍ଥାନରେ, କେବେ ମଧ୍ୟ ଟଙ୍କାର ଅଭାବ ହେବନାହିଁ ।
ସମସ୍ତଲୋକମାନେ ନିଜର ଶ୍ରଦ୍ଧାଭାବରେ ଭଗବାନଙ୍କୁ ପୂଜାଅର୍ଚ୍ଚନା କରିଥାନ୍ତି ଏବଂ ଭଗବାନଙ୍କୁ ପ୍ରସନ୍ନ କରିବାପାଇଁ ପ୍ରସାଦ କିମ୍ବା ଦାନଭାବରେ କିଛି ନା କିଛି ଜିନିଷ ଅବଶ୍ୟ ଦେଇଥାନ୍ତି । ବହୁତଲୋକ ଏପରିଅଛନ୍ତି ଯେଉଁମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ମନ୍ଦିରକୁ ଯାଇଥାନ୍ତି ଏବଂ ସେଠାରେ ଭଗବାନଙ୍କୁ ଫୁଲ, ପ୍ରସାଦ ଇତ୍ୟାଦି ଜିନିଷ ଅର୍ପଣ କରିଥାନ୍ତି । ଭଗବାନଙ୍କୁ ପ୍ରସାଦ ଅର୍ପଣ କରିସାରିବାପରେ ସେହିଲୋକମାନେ ସ୍ଵୟଂ ନିଜେ ମଧ୍ୟ ପ୍ରସାଦ ଗ୍ରହଣ କରିଥାନ୍ତି କିନ୍ତୁ ଯେଉଁ ଜିନିଷ ଆମ୍ଭମାନଙ୍କ ଦ୍ୱାରା ଭଗବାନଙ୍କୁ ଅର୍ପଣ କରାଯାଇଥାଏ ଏହି ଜିନିଷ ଆମ୍ଭମାନଙ୍କ ଭାଗ୍ୟକୁ ପରିବର୍ତ୍ତନ କରିବାର ଶକ୍ତି ରଖିଥାଏ । ଏହି ଜିନିଷଗୁଡିକ ମଧ୍ୟରୁ ସମସ୍ତ ଲୋକମାନେ ଭଗବାନଙ୍କୁ ଫୁଲ ଅବଶ୍ୟ ଅର୍ପଣ କରିଥାନ୍ତି । ଯେତେବେଳେ ଭଗବାନଙ୍କୁ ଫୁଲ ଅର୍ପଣ କରାଯାଏ, ତେବେ ଏହି ଫୁଲଗୁଡ଼ିକ ଭଗବାନଙ୍କ ଆଶୀର୍ବାଦ ହୋଇଯାଏ ।
ଭଗବାନଙ୍କୁ ପୂଜାଅର୍ଚ୍ଚନା କରିବାପରେ ଯେବେ ଆପଣ ଫୁଲଅର୍ପଣ କରିଥାନ୍ତି ତେବେ ଆପଣଙ୍କୁ ପ୍ରସାଦସହିତ ଭଗବାନଙ୍କଫୁଲ ମଧ୍ୟ ମିଳିଥାଏ କିନ୍ତୁ ଅଧିକାଂଶଲୋକ ଏପରି ହୋଇଥାନ୍ତି ଏହାର ମହତ୍ଵ ବୁଝନ୍ତିନାହିଁ କିନ୍ତୁ ଯେଉଁଫୁଲ ଆପଣଙ୍କୁ ମିଳିଥାଏ ଏହା ଭଗବାନଙ୍କ ଆଶୀର୍ବାଦ ହୋଇଥାଏ । ଯଦି ଆପଣ ଏହି ଫୁଲଗୁଡ଼ିକ ସଠିକସ୍ଥାନରେ ରଖନ୍ତି ତେବେ ଏହାଦ୍ୱାରା ଆପଣଙ୍କଜୀବନରେ ସମସ୍ତ ଦୁଃଖକଷ୍ଟ , ଅସୁବିଧା ଦୁରହୋଇପାରେ ଏବଂ ଆପଣଙ୍କ ଜୀବନରେ ଅନେକପ୍ରକାର ସୁଖସମୃଦ୍ଧି ଆସିଥାଏ । ଆଜି ଆମେକହିବୁ ଯେଉଁଫୁଲ ଭଗବାନଙ୍କୁ ପ୍ରଦାନ କରାଯାଇଥିବା ଫୁଲଗୁଡିକ ଯଦି ଆପଣଙ୍କୁ ମିଳିଥାଏ , ତେବେ ଆପଣ ସେଗୁଡିକୁ କେଉଁଠାରେ ରଖିବେ ଯାହାଦ୍ୱାରା ଆପଣ ଭଲ ଫଳ ପାଇପାରିବେ ? ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ ।
ଯଦି ଆପଣ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ମିଳିଥାଏ, ତେବେ ଏହି ସ୍ଥାନରେ ରଖନ୍ତୁ ।
ଯଦି ଆପଣ ଭଗବାନଙ୍କୁ ଦର୍ଶନ କରିବାପରେ ଭଗବାନଙ୍କୁ ଅର୍ପଣ କରାଯାଇଥିବାଫୁଲ ମିଳିଥାଏ ତେବେ ଆପଣ ଏହି ଫୁଲଗୁଡ଼ିକୁ ନିଜଘରର ଫୁଲକୁଣ୍ଡ କିମ୍ବା ଗଛଉଦ୍ଭିଦର ମୂଳରେ ଅର୍ପଣ କରିଦିଅନ୍ତୁ, ଯଦି ଆପଣ ଏପରିକରନ୍ତି ତେବେ ଏହି ଫୁଲଗୁଡ଼ିକର ସମ୍ମାନ ରହିଥାଏ ।
ଅନେକଥର ଏପରି ହୋଇଥାଏ କୌଣସି ମନ୍ଦିର ଦର୍ଶନ କରିବାପରେ ସେଠାରୁ ମିଳୁଥିବାଫୁଲ ଘରକୁ ଆଣିବା ସମ୍ଭବ ହୋଇନଥାଏ , ଯଦି ଆପଣ କୌଣସି ତୀର୍ଥଯାତ୍ରାରେ ଯାଇଥାନ୍ତି ଏବଂ ସେଠାରୁ ଆପଣଙ୍କୁ ଫୁଲଗୁଡ଼ିକ ମିଳିଥାଏ ତେବେ ଆପଣ ସେହିଫୁଲଗୁଡ଼ିକୁ ଭଲଭାବରେ ଶୁଙ୍ଘିନିଅନ୍ତୁ ଏବଂ ଶୁଙ୍ଘିସାରିବା ପରେ କୌଣସି ଗଛମୂଳରେ ଅର୍ପଣ କରିଦିଅନ୍ତୁ । ଯଦି ଆପଣ ଏପରିକରନ୍ତି ତେବେ ଏହିଫୁଲଗୁଡ଼ିକରେ ଭଗବାନଙ୍କଠାରୁ ମିଳୁଥିବା ସମସ୍ତ ସକରାତ୍ମକ ଶକ୍ତି ଆପଣଙ୍କ ଭିତରକୁ ଆସିଯାଇଥାଏ । ଏହାପରେ ଏହି ଫୁଲଗୁଡ଼ିକ ସାଧାରଣ ହୋଇଯାଇଥାଏ । ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ଏହିଫୁଲଗୁଡ଼ିକୁ ଏକନଦୀରେ ପ୍ରବାହିତ କରିପାରିବେ ।
ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲଗୁଡ଼ିକ ଯଦି ଆପଣଙ୍କୁମିଳେ ତେବେ ଆପଣ ଏହି ଫୁଲଗୁଡିକୁ ନିଜର ଘରର ଆଲମାରୀରେ ମଧ୍ୟ ରଖିପାରିବେ । ଆପଣଙ୍କୁ ଏହିକଥାର ଧ୍ୟାନ ରଖିବାକୁହେବ ଆପଣ ସବୁବେଳେ ଏହି ଫୁଲଗୁଡ଼ିକୁ ଏପରିସ୍ଥାନରେ ରଖିବେ ଯେଉଁଠାରେ ଆପଣ ନିଜଅଳଙ୍କାର କିମ୍ବା ଟଙ୍କା ରଖୁଛନ୍ତି ।
ଯଦି ଆପଣଙ୍କୁ ଭଗବାନଙ୍କ ପାଦଉପରେ ଲଗାଯାଇଥିବା ଫୁଲଗୁଡ଼ିକ ମିଳିଥାଏ ତେବେ ଏହି ପରିସ୍ଥିତିରେ ଆପଣ ଏହି ଫୁଲଗୁଡ଼ିକୁ ସବୁବେଳେ ଏକ ଲାଲକପଡ଼ାରେ ଗୁଡ଼ାଇ ରଖିଦିଅନ୍ତୁ । ଆପଣ ଲାଲକପଡ଼ାରେ ଏହିଫୁଲଗୁଡ଼ିକ ଗୁଡ଼ାଇ ରଖିବାପରେ ଏପରିସ୍ଥାନରେ ରଖନ୍ତୁ ଯେଉଁଠାରେ ଆପଣ ଖର୍ଚ୍ଚପାଇଁ ଟଙ୍କା ରଖୁଛନ୍ତି କିମ୍ବା ଆପଣ ନିଜର ଆଲମାରୀରେ ମଧ୍ୟ ରଖିପାରିବେ । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣ ଆପଣଙ୍କଜୀବନରେ କେବେ ମଧ୍ୟ ଅର୍ଥର ଅଭାବ ହେବନାହିଁ ଏବଂ ଆପଣଙ୍କ ଆମଦାନୀ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧିପାଇବ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment