ଆଜିର ରାଶିଫଳ

ଅମାବାସ୍ୟା ଓ ଦୀପାବଳି,୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖ (ମଙ୍ଗଳବାର)କାର୍ତିକ ମାସ -କୃଷ୍ଣପକ୍ଷତିଥି-ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୪୭ ,ସୂର୍ଯ୍ୟ ପରାଗ– ପରାଗ ସ୍ପର୍ଶ-ଅପରାହ୍ନ ୦୪ଘଣ୍ଟ୫୪ମିନିଟ୫୫ ସେକେଣ୍ଡ, ପରାଗସର୍ବମୋକ୍ଷ- ସଂଧ୍ୟା୦୬ ଘଣ୍ଟ୨୬ ମିନିଟ୩୦ସେକେଣ୍ଡ, ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ, ୨୪/୧୦ /୨୦୨୨ତାରିଖ ସୋମବାର କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ ରାତ୍ରି୦୪ଘଣ୍ଟ ୫୪ ମିନିଟ ୫୫ସେକେଣ୍ଡ ଠାରୁ ୨୬/୧୦/୨୦୨୨ତାରିଖ ବୁଧବାର କାର୍ତ୍ତିକଶୁକ୍ଳପ୍ରତିପଦ ପ୍ରାତଃ୦୫ଘଣ୍ଟ୪୯ ମିନିଟ ୨୪ ସେକେଣ୍ଡ ଯାଏଁ ।
ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇ ଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନଦାୟିତ୍ୱ ହାତକୁ ନେଇପାରନ୍ତି ।
ବୃଷ-ଅଫିସ୍ କାମରେ ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିବ । କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ ।
ମିଥୁନ-ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ କିଛିଟା ଲାଘବ ହେବାର ସୂଚନା ରହିଛି । ପରିସ୍ଥିତିକୁ ଆଖିଆଗରେ ରଖି ଇଚ୍ଛା ନ ଥିଲେ ସୁଧା ହଠାତ୍ ଦୁରକୁ ଯିବାକୁ ପଡିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି ।
କର୍କଟ-ସ୍ୱାର୍ଥସାଧନାର ଲାଳସା ରଖି ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । କେତେକ ଅପ୍ରୀତିକର ପରିସ୍ଥିତି ସାମନା କରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗ ଭଳି ରହିବ ନାହିଁ ।
ସିଂହ-ଜମିଜମା ରେଜିଷ୍ଟ୍ରେଶନ୍ କିମ୍ବା ନୂତନ ଚୁକ୍ତିପତ୍ର ସ୍ୱାକ୍ଷର ଅଥବା ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି । ଆଗାମୀ ସମୟରେ ପରିସ୍ଥିତି ବିଷୟକୁ ନେଇ ଖସଡା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନ ପରେ ଖୋଜୁଥିବା ଜିନିଷ ସନ୍ଧାନ ଡେରିରେ ମିଳିବ ।
କନ୍ୟା-ଯୋଗାଣ କାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବିଭିନ୍ନ ପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ ।
ତୁଳା-କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ବିଚାରବୁଦ୍ଧି ହରାଇ ବନ୍ଧୁଙ୍କ କୁ ମନ୍ତ୍ରଣାରେ ପଡିପାରନ୍ତି । ବିଭିନ୍ନ ପ୍ରକାରର ଅସୁବିଧା ବିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ ।
ବିଛା-ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । କ୍ରନିକ ରୋଗଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି । ପାରିବାରିକ କ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ । ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ ।
ଧନୁ-ଆଜି ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ଆଶଙ୍କା ରହିଛି । ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ ।
ମକର-ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍ ହେବନି । ଜଣେ ବନ୍ଧୁଙ୍କ ସାହାଯ୍ୟ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି ।
କୁମ୍ଭ-ବହୁତ ଦୂରରୁ ଆସୁଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ । ପାରିବାରିକ ଜୀବନ ସୁଖ, ସନ୍ତୋଷରେ ଅତିବାହିତ ହେବ । ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ମୀନ-ଘର ପାଇଁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ପୁନଶ୍ଚ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ 

ନିତୀବାଣୀ-ଜୀବନ ଏକ ଜଳବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ।ଏହି ଅହଙ୍କାରୀ ରୂପୀ ସମୁଦ୍ରଠାରୁ ଦୂରେଇରୁହନ୍ତୁ,ତାହେଲେ ଯାଇ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ।
ବାସ୍ତୁ ଟିପ୍ପଣୀ-ଶାସ୍ତ୍ରନୁସାରେ ଦେଖାଗଲେ ତ୍ରିଶୁଳ ଓଁ ଓ ସ୍ୱସ୍ତିକ ହିନ୍ଦୁସଂସ୍କୃତି ଏହା ତିନିଶୁଭ ପ୍ରେରଣାଦାୟୀ ପ୍ରତିକ ଅଛି ,ଯାହା ଆତ୍ମବିଶ୍ୱାସ ଓ ଏକାଗ୍ରତା ବଢିବାରେ କାମକରିଥାଏ , ଉର୍ଜାରଗୋଳାର ମଧ୍ୟଭାଗରେ ଏହି ପ୍ରତିକ ରଖାଯାଏ , ଶିବ ଓ ଶକ୍ତିଉର୍ଜାର ସ୍ରୋତ ସେଥିରେ ଦର୍ଶନହୋଇଥାଏ , ଶ୍ରଦ୍ଧା ଓ ବିଶ୍ୱାସରସହ ଦର୍ଶନ କରିଲେ ବ୍ୟକ୍ତିର ପ୍ରଗତି ହୋଇଥାଏ , ନିବାରଣରେ ଏହି ଉପଯୋଗ କରିଲେ ଆସୁରି ଶକ୍ତି ଦୁରହୋଇଥାଏ ।
ସ୍ୱସ୍ତିକଚିହ୍ନ ବାସ୍ତୁରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ପୁଜାରପୂର୍ବରୁ ଏହାର ନିର୍ମାଣ କରାଯାଈଛି, ସ୍ୱତ୍ତିକଚିହ୍ନ ଘରର ସୁଖସମୃଦ୍ଧି ଏବଂ ଧନବୃଦ୍ଧି କରିଥାଏ, ଆପଣ ଦେଖିଥିବେ କି ଲୋକଙ୍କ ପୁଜାସ୍ଥାନରେ କେଉଁ ଶୁଭ ଅବସରରେ ସ୍ୱସ୍ତିକ ଚିହ୍ନ ବନାଇଥାନ୍ତି , ଏହାପଛରେ ମାନ୍ୟତାଅଛିକି ସ୍ୱସ୍ତିକଚିହ୍ନ ଓ ଶୁଭଲାଭ ବୃଦ୍ଧିକରିଥାଏ, ବାସ୍ତୁଶାସ୍ତ୍ରର ଅନୁସାରେ ସ୍ୱସ୍ତିକ ସଂବନ୍ଦ ଅସଲରେ ବାସ୍ତୁରୁ ଅଟେ ,ଏହାର ନିର୍ମାଣ ଏପରି ହୋଇଥାଏ ଏହାସବୁ ଦିଗରେ ଗୋଟେ ପରି ହୋଇଥାଏ , ନିଜ ଗଢଣ ଏହି ଖୁବି କାରଣରୁ ଏହା ଘରେ ଥିବା ସବୁ ବାସ୍ତୁ ଦୋଷ କମ୍ କରିବାରେ ସହାୟକ ହୋଇଥାଏ ।
ଶାସ୍ତ୍ରରେ ଏହା କୁହାଯାଇଛି କି ସ୍ୱସ୍ତିକଚିହ୍ନ ଘରକୁ ଆସୁଥିବା ସବୁ ନକରାତ୍ମକଉର୍ଜା ରୋକିଥାଏ, ସେଠାରେ ଓଁ ଚିହ୍ନ କାଳୀ ଶକ୍ତିଗୁଡିକ ଖରାପଉର୍ଜା ଏହାପର୍ଯ୍ୟନ୍ତ ମୃତ୍ୟୁରୁ ବିଜପ୍ରାପ୍ତ କରିଥାଏ , ସେମିତି ତ୍ରିଶୁଳ ଭଗବାନ ଶିବଙ୍କର ଅସ୍ତ୍ର ଅଟେ , ଯେଉଁଠାରେ ତ୍ରିଶୂଲ ହୋଇଥାଏ , ସେଠାରେ ବ୍ୟକ୍ତିର କର୍ମବିଚାର ଓ ସ୍ୱଭାବ ତିନିଟିଯାକ ସକରାତ୍ମକ ହୋଇଯାଏ ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment