ଆଜିର ରାଶିଫଳ

ଭେଣ୍ଡି ଅପେକ୍ଷା ଏହାର ପାଣିରେ ରହିଛି ଅନେକ ଔଷଧୀୟ ଗୁଣ.....
ଆଜିର ରାଶିଫଳ

ଫେବୃଆରୀମାସ ୧୧ତାରିଖ ୨୦୨୫ମସିହା (ମଙ୍ଗଳବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀରାତ୍ର ଘ ୭/୦୮ ଗତେ ପୂର୍ଣ୍ଣିମା ,ନକ୍ଷତ୍ର- ପୂଷ୍ୟା ରାତ୍ର ଘ୭/୨୫ ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୫୮ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୮ ଗତେ ବାୟବ୍ୟେ ,ଚତୁର୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୩ ମଧ୍ୟେ ,ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୦୯ ଗତେ ଘ୧୧/୦୮ ମଧ୍ୟେ ଓ ଘ୦୩/୫୫ଗତେ ଘ୦୫/୩୯ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ବିରିଭକ୍ଷଣ ନିଷେଧା
ମେଷ-ଆଜି କିଛି ପୁରୁଣା ବକେୟାଅର୍ଥ ପାଇବେ । ଧର୍ମକାର୍ଯ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିବେ । କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀକାର୍ଯ୍ୟ ପାଇଁ ଦୂରଯାତ୍ରାକରିବାକୁ ପଡିପାରେ ।ବ୍ୟାପାରରେ ନୂତନଯୋଜନା ଲାଭଦାୟୀ ରହିବ ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆକାର୍ଯ୍ୟ କରିବେ । ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ । କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ । ବ୍ୟାପାର ଲାଭଦାୟକ ରହିବ । ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ-ଆଜି ଅଯଥା ଚିନ୍ତାବୃଦ୍ଧି ଯୋଗୁଁ ମାନସିକଅବସାଦ ଦେଇ ଗତିକରିବେ । ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବାଯୋଗୁଁ ପରିସ୍ଥିତି ବିଗଡିଯାଇପାରେ । ବ୍ୟାପାର ମଧ୍ୟମ ରହିବ । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜିଦିନ ଶୁଭରହିବାରୁ ମନ ପ୍ରସନ୍ନରହିବ । ଆର୍ଥିକଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ । ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ ।ାବ୍ୟାପାରରେ ନୂତନ ନିବେଶ ଶୁଭରହିବ ।
ସିଂହ-ଆଜି ବ୍ୟୟବୃଦ୍ଧିହେବ । ଚକ୍ଷୁ ପୀଡା ଦେଖାଦେବ । ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ । କାର‌୍ୟ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ । ବ୍ୟାପାରରେ କ୍ଷତି ସହିପାରନ୍ତି । ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ ।
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ । ଶୁଭ ସମାଚାର ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ବ୍ୟାପାର ଲାଭଦାୟୀ ରହିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ ।
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ ।କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି । ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ ।ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ । କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ । କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି । ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ ଜ୍ଝ ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ଖର୍ଚ୍ଚ ବଢ଼ିଯିବ । କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ । ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ । କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ । ବ୍ୟାପାରରେ ଦିନଟି ଅଶୁଭ ରହିପାରେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ । ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ । କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ । ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

ଭେଣ୍ଡି ଅପେକ୍ଷା ଏହାର ପାଣିରେ ରହିଛି ଅନେକ ଔଷଧୀୟ ଗୁଣ…..
କୁହାଯାଏ ଭେଣ୍ଡି ଏକ ନିରୋଗୀପରିବା । ଏହା ଖାଇବାକୁ ସ୍ୱାଦକର ହେବାସହ ଦେହପାଇଁ ମଧ୍ୟ ହିତକାରୀ ।ହେଲେ ଏହାଠାରୁ ଅଧିକ ନିରାମୟ ହେଉଛି ଏହାର ପାଣି ।ଭେଣ୍ଡିପାଣିରେ ରହିଛି ପ୍ରଚୂର ମାତ୍ରାରେ ଔଷଧୀୟ ଗୁଣ । ପ୍ରତିଦିନ ଖାଲି ପେଟରେ ଭେଣ୍ଡିରପାଣିକୁ ପିଇବା ଶରୀରକୁ ପତଳାହେବାରେ ସାହାଯ୍ୟକରେ ।ଏହା ଆପଣଙ୍କ ମେଟାବୋଲିଜିମକୁ ବଢାଇଥାଏ ।ଫଳରେ ଶରୀରର ଓଜନ ଦ୍ରୁତଗତିରେ ହ୍ରାସପାଇଥାଏ ।ଆଖିପାଇଁ ଭେଣ୍ଡିପାଣି ବେଶ ଉପକାରୀ । ନିୟମିତ ଏହାକୁ ସେବନ କରିବାଦ୍ୱାରା ଦୃଷ୍ଟିଶକ୍ତି ଭଲରହିଥାଏ ।ଏହାସହ ଆଖିର ଥକାପଣ ମଧ୍ୟ ଦୂରେଇଯାଏ ।
ପ୍ରତିଦିନ ଭେଣ୍ଡିପାଣି ସେବନଦ୍ୱାରା ଡାଇରିଆ ତଥା ଡିହାଇଡ୍ରେସନ୍ ସମସ୍ୟାରୁ ଅତିଶିଘ୍ର ମୁକ୍ତିଦିଏ ।ମଧୁମେହ ରୋଗ ନିୟନ୍ତ୍ରଣ କରିବାରେ ଭେଣ୍ଡିର ପାଣିକୁ ସେବନକରିବା  ବେଶଫଳପ୍ରଦ ।ସବୁଠୁ ବଡକଥା ହେଉଛି ଭେଣ୍ଡିପାଣି କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ ।ପ୍ରତ୍ୟେକଦିନ ଭେଣ୍ଡିପାଣି ପିଇଲେ ଖରାପ କୋଲେଷ୍ଟ୍ରଲସ୍ତର କମ୍ ରହେ । ଆନେମିଆ ବା ରକ୍ତହୀନତା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଭେଣ୍ଡିପାଣି ।ଏହାଦ୍ୱାରା ଶରୀରରେ ଆଇରନର ଅଭାବ ମଧ୍ୟ ପୂରଣ ହୋଇପାରେ ।
ଏହାକୁ ପ୍ରସ୍ତୁତ କରିବେ କିପରି?
ରାତିରେ ୨ରୁ ୩ଟିଭେଣ୍ଡିକୁ କାଟି ୧ଗ୍ଲାସପାଣିରେ ଭିଜାଇରଖନ୍ତୁ ।ସକାଳ ହେବାବେଳକୁ ଏହାର ଲାଳଅଂଶ ପାଣିରେ ମିଶିଯାଇଥାଏ ।ସକାଳୁ ଏହିପାଣିକୁ ଖାଲି ପେଟରେ ପିଅନ୍ତୁ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment