ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୧୭ ତାରିଖ ୨୦୨୧ ମସିହା(ରବିବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ,ନକ୍ଷତ୍ର- ଶତଭିଶା,ଗର୍ଭଣା ସଂକ୍ରାନ୍ତି,ଦ୍ୱାଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର ଓ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର ରାତ୍ରି ଘ ୦୪-୩୪ମିଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ଧନୁ ରାଶିର ଘାତ ଚନ୍ଦ୍ର,ତିଥି- ଦ୍ବାଦଶୀ ସଂନ୍ଧ୍ୟା ଘ୦୫-୪୨ମି ଗତେ ତ୍ରୟୋଦଶୀ,ନିଷିଦ୍ଧ ଖାଦ୍ୟ- ପୋଇଶାଗ ସଂନ୍ଧ୍ୟା ଘ୦୫-୪୯ମି ଗତେ ବାଇଗଣ ଭକ୍ଷଣ ନିଷେଧ |👉🏿ମେଷ: ପ୍ରସନ୍ନଭାବ👉🏿ବୃଷ: ସେବାପୂଜା👉🏿ମିଥୁନ: ସତ୍ ଭାବନା👉🏿 କର୍କଟ: ମନସ୍ତାପ👉🏿 ସିଂହ: ଆଦରସମ୍ମାନ👉🏿 କନ୍ୟା: ଆତ୍ମବଡିମା👉🏿 ତୁଳା: ପବନ ଲିଖନ👉🏿ବିଛା:ବାଦବିବାଦ 👉🏿ଧନୁ: କାର୍ଯ୍ୟ ସଫଳ🤙🏿ମକର: ଘୃଣା ଭାବ👉🏿 କୁମ୍ଭ : ଉତ୍ସାହିତ👉🏿 ମୀନ: ପଥରୋଧ ।
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।
କର୍କଟ –ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
ସିଂହ –ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
କନ୍ୟା –ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
ଧନୁ –ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।
ପଛରେ ବଦନାମ କରି… ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକଠାରୁ ଦୂରେଇ ରହିବା ଉଚିତ…. ” କାହିଁକି “ଏମାନେ ଶତ୍ରୁ ଠାରୁ ବି ଅତ୍ୟନ୍ତ ଭୟଙ୍କର…. ଦିନରେ ଥରେ ନିଜ ସହ କଥା ହୁଅନ୍ତୁ, ନଚେତ୍ ତୁମେ ଏହି ଦୁନିଆରେ ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କୁ ଭେଟିବାକୁ ମିସ୍ କରିପାର🙏ଜୟ ଶ୍ରୀରାମ🙏