ଆଜିର ରାଶିଫଳ

ଆଣ୍ଠୁ ଗଣ୍ଠି ବିନ୍ଧାର ଅବ୍ୟର୍ଥ ଔଷଧ......

ମାର୍ଚ୍ଚମାସ ୧୮ତାରିଖ ୨୦୨୫ମସିହା(ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ୧୦/୧୫ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୮ ,ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୫ଗତେ ଦକ୍ଷିଣେ ,ମକରରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୦୬/୩୮ଗତେ ଦ୍ଵୀପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୫ଗତେ ଘ୦୨/୫୭ମଧ୍ୟେ ,ବାରବେଳା – ଦିବା ଘ୦୭/୨୪ ଗତେ ଘ୦୮/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୬ଗତେ ଘ୧୦/୪୩ ମଧ୍ୟେ ଓ ଘ୦୩/୩୦ ଗତେ ଘ୦୫/୦୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ମୂଳା ଭକ୍ଷଣ ନିଷେଧ
ମେଷ;-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ
ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ।ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନରଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ।ବିବାହପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସରଆସିବ।ଆୟରେ ବୃଦ୍ଧିହେବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ଆଣ୍ଠୁ ଗଣ୍ଠି ବିନ୍ଧାର ଅବ୍ୟର୍ଥ ଔଷଧ……
ଭାରତରେ ଦିନକୁଦିନ ଲୋକଙ୍କମଧ୍ୟରେ ଆଣ୍ଠୁଗଣ୍ଠି ବିନ୍ଧାରସମସ୍ୟା ବଢିବାରେଲାଗିଛି ।ଏହିରୋଗ ମୁଖ୍ୟତଃ ବୟସବଢିଲେ ଶରୀରରେ ଦେଖାଥାଏ ।ବର୍ତ୍ତମାନ କିନ୍ତୁ କମ୍ ବୟସର ଲୋକଙ୍କପାଖରେ ଏହିସମସ୍ୟା ଦେଖାଦେଉଛି ।ଏହାର ସମାଧନପାଇଁ ବିଶେଷଜ୍ଞମାନେ ଖାଦ୍ୟପାନୀୟପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଛନ୍ତି, ଯାହାଦ୍ବାରା ଏହିରୋଗରୁ ରକ୍ଷା ମିଳିପାରିବ।
ସେଓ ଖାଇବା ଜରୁରୀ – ଆଣ୍ଠୁ ଗଣ୍ଠିବିନ୍ଧାରୁ ରକ୍ଷାପାଇବା ପାଇଁ ସେଓଖାଇବା ଜରୁରୀ।ସେଓରେ ଟେନିନ୍‌ ନାମକ ଏକ ଫେନୋଲିକ୍ ଯୌଗିକଥାଏ ଯାହା ଆଣ୍ଠୁଗଣ୍ଠି ବିନ୍ଧାରୁ ରକ୍ଷାକରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍‌ ‘ସି’ ଥିବାଫଳ ଏହି ରୋଗପାଇଁ ରାମବାଣ ସଦୃଶ୍ୟ-ଭିଟାମିନ୍‌ ‘ସି’ ଥିବାଫଳ ଖାଇବାଦ୍ବାରା ଏହି ସମସ୍ୟାଥିବା ଲୋକଙ୍କୁ ବହୁତଲାଭ ହୋଇଥାଏ ।ବିଶେଷକରି କମଳା, ‌ଲେମ୍ବୁ, ଜାମୁକୋଳି ଆଦି ଫଳ ଖାଇବା ଆବଶ୍ୟକ ।ଜାଣିରଖନ୍ତୁ ଏହି ଫଳଗୁଡିକୁ ଠିକ୍ ସମୟରେ ଖାଇବାଆବଶ୍ୟକ, ନହେଲେ ଅସୁବିଧାରେ ପଡିପାରନ୍ତି ।ଭୁଲରେବି ଏହିସବୁ ଫଳକୁ ସକାଳେ କିମ୍ବା ସନ୍ଧ୍ୟାବେଳେ ଖାଇବେନାହିଁ, କେବଳ ଦିନରେ ହିଁ ଖାଇବେ ।ନହେଲେ ଆଣ୍ଠୁ ବିନ୍ଧା ଭଲ ହେବା ବଦଳରେ ଅଧିକ ହେବାର ସମ୍ଭାବନା ରହିଛି ।
ଏହି ରୋଗୀଙ୍କପାଇଁ କିଛି ପନିପରିବା ଖାଇବା ମଧ୍ୟ ଲାଭଦାୟକ ଅଟେ । ଯେପରିକି ରସୁଣ, ଅଦା, ବ୍ରୋକୋଲି, ପାଳଙ୍ଗ, ଟମାଟୋ ଏବଂ କଖାରୁ ଆଦି ପରିବା ଏହି ରୋଗକୁ ଉପସମ କରିପାରିବ।
ଥଣ୍ଡା ଖାଦ୍ୟ ଓ ପାନୀୟ – ଅତ୍ୟଧିକ ଥଣ୍ଡାଖାଦ୍ୟ କିମ୍ବା ଥଣ୍ଡାପାଣି ଖାଇବାଠାରୁ ଦୂରେଇ ରହିବା ଦରକାର।
ମଇଦାରେ ତିଆରି ଖାଦ୍ୟ –ମଇଦାରେ ତିଆରିଖାଦ୍ୟ ଯେପରିକି ବିସ୍କୁଟ, ସ୍ନାକ୍ସ ଏବଂ ଚିପ୍ସ ଇତ୍ୟାଦି ଏହି ରୋଗୀଙ୍କପାଇଁ କ୍ଷତିକାରକ ହୋଇପାରେ ,ମଇଦାତିଆରି ଖାଦ୍ୟ ଖାଇବାଦ୍ବାରା ମୋଟାପଣ ବଢିଥାଏ ଏବଂ ଗ୍ୟାସସମସ୍ୟା ସୃଷ୍ଟି କରିଥାଏ, ଯାହାକି ଆଣ୍ଠୁଗଣ୍ଠି ବିନ୍ଧିବାର ମୁଖ୍ୟକାରଣ ହୋଇପଡ଼େ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment