ଆଜିର ରାଶିଫଳ

ଉଷୁମପାଣିରେ ସୁଣ୍ଠି ମିଶାଇ ପିଅନ୍ତୁ
ଆଜିର ରାଶିଫଳ

ମାର୍ଚ୍ଚମାସ ୧୩ତାରିଖ ୨୦୨୫ ମସିହା (ଗୁରୁବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୯/୨୦ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୦୮,
ଯୋଗିନୀ ପଶ୍ଚିମେ ଦିବା ଘ୧୦/୪୨ ଗତେ ବାୟବ୍ୟେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶି ର ଘାତବାର,ପୂର୍ଣ୍ଣିମାର ପାର୍ବଣ ଶ୍ରାଦ୍ଧ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୨/୪୫ ଗତେ ଘ୦୫/୪୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୫ଗତେ ଘ୦୩/୨୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୩୩ମଧ୍ୟେ ଓ ଘ୧୦/୪୪ ଗତେ ଘ୦୧/୦୮ମଧ୍ୟେ,ଅଦ୍ୟ ବିରି ଦିବା ଘ ୧୦/୪୨ ଗତେ ଆମିଷ ଭକ୍ଷଣ ନିଷେଧ।
ମେଷ:- ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ।ବାଣୀ ଉପରେ ନିୟନ୍ତ୍ରଣ ରଖିବେ,ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ :-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ।ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ :-ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:-ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ :-ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମ ବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :- ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା :-ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା :-ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟ ଗୁଡ଼ିକ ଭୁଲିକରି ଆମୋଦ- ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ :- ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ।ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର :-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ।ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷ ର ସାମନା କରିବାକୁ ପଡ଼ିପାରେ।
କୁମ୍ଭ:- ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥି ମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳା ମାନଙ୍କର ସୌନ୍ଦର୍ଯ୍ୟପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ:-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତାକାରଣରୁ କାର୍ଯ୍ୟ ସଫଳତା ରେ ସରଳତା ହେବ।

ଉଷୁମପାଣିରେ ସୁଣ୍ଠି ମିଶାଇ ପିଅନ୍ତୁ
ଦୂରହେବ ଏହି ସମସ୍ୟା…
ଆପଣଙ୍କର ଛାତିରେ କଫ ଜମୁଛି କି ? ଆଜମା, କାଶ କାରଣରୁ ଅସୁବିଧା ଭୋଗୁଛନ୍ତି କି ? ଯଦି ଏଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଉଷୁମପାଣିରେ ସୁଣ୍ଠିଗୁଣ୍ଡ ମିଶାଇ ପିଅନ୍ତୁ ।ସକାଳୁ ଖାଲି ପେଟରେ ଉଷୁମପାଣି ସହିତ ଶୁଣ୍ଠିଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ ।
ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ ।ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ ତରଳି ବାହାରି ଯାଇଥାଏ ।ଫଳରେ କାଶରୁ ମୁକ୍ତି ମିଳେ ।ଆଜ୍‌ମାରୋଗୀ ସକାଳୁ ଏପରି ନିୟମିତକଲେ ଏଥିରୁ ମୁକ୍ତି ମିଳେ ।ଉଷୁମପାଣି ସକାଳୁ ପିଇଲେ ରକ୍ତସଞ୍ଚାଳନ ଭଲଭାବେ ହୋଇଥାଏ ।ଏହାଦ୍ୱାରା ହାର୍ଟ ଆଟାକ୍‌ର ଆଶଙ୍କା ଦୂରହୁଏ ।ଶୁଣ୍ଠି ବଦହଜମୀ,ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ ।ସେହିପରି କିଡ୍‌ନୀସମସ୍ୟାରୁ ଏହା ଦୂରେଇରଖିଥାଏ ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment