ଆଜିର ରାଶିଫଳ

ଆଜିର ରାଶିଫଳ

ମାର୍ଚ୍ଚମାସ ୦୯ତାରିଖ ୨୦୨୫ମସିହା (ରବିବାର)ଫାଲଗୁନ ମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବା ଘ୦୮/୦୩ ଗତେ ଏକାଦଶୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୫୧ଗତେ ପୂଷ୍ୟା ,ଚନ୍ଦ୍ର – ମିଥୁନ ରାତ୍ରି ଘ୦୬/୪୨ ଗତେ କର୍କଟ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୩୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୮ ,ଯୋଗିନୀ ଉତ୍ତରେ ଦିବା ଘ୦୮/୦୩ ଗତେ ଅଗ୍ନିକୋଣେ
ମେଷରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଦ୍ଵୀପାଦ ଓ ରାତ୍ରି ଘ୧୨/୫୧ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୧୦/୨୬ ଗତେ ଘ୦୧/୨୭ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୧୦/୦୨ ମଧ୍ୟେ ଓ ରାତ୍ରି ଘ୦୭/୨୮ ଗତେ ଘ୦୯/୦୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୪୯ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୦୨ ମଧ୍ୟେ ,ଅଦ୍ୟ କଳମଶାଗ ଦିବା ଘ ୦୮/୦୩ ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:- ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା:-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
କୁମ୍ଭ:-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପହୋଇଯାଇଛି ।ଏହିସମୟ ଆପଣ ନିଜକ୍ରୋଧକୁ ଆୟତ୍ତରେ ରଖିବାର ସମୟଅଟେ ।ଆପଣ ଏହିସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱଦେବା ଉଚ଼ିତ୍ ହେବ ।

ଶରୀରରେ ଅଚାନକ ଝିଟିପିଟି ପଡିଯିବାର ଅର୍ଥ କଣ?
ପ୍ରାୟତଃ ସମସ୍ତଙ୍କ ଘରମାନଙ୍କରେ ଝିଟିପିଟିକୁ ଆମେ ଦେଖିଥାଉ। ଯଦି କେତେବେଳେ କାହାର ଶରୀର ଉପରେ ଝିଟିପିଟି ଖସିପଡିଥାଏ । ତାହାର ଅର୍ଥ କଣ ହୋଇଥାଏ ଆଜି ଜାଣିବା ।
ଝିଟିପିଟି ଶରୀରର କେଉଁ ସ୍ଥାନରେ ଓ କେତେବେଳେ ପଡିଥାଏ,ତାହାକୁ ଆଧାର କରି ସେହି ବ୍ୟକ୍ତିର ଆଗାମୀ ସମୟରେ କଣ ଘଟିବାକୁ ଯାଉଛି ତାହାର ଅନୁମାନ କରାଯାଇପାରେ
୧.ଯଦି କୌଣସି ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ଝିଟିପିଟିର ସେହି ପୁରୁଷ ଉପରେ ଏଭଳିଭାବେ ପଡିବାକୁ ବହୁତ ଶୁଭ କୁହାଯାଇଥାଏ । ଏଥିରେ ସେହି ପୁରୁଷ ପାଖକୁ ଧନ ଆଗମନର ସଂକେତ ମିଳିଥାଏ । ହେଲେ ପୁରୁଷଙ୍କର ବାମହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନାଯାଇଥାଏ ।
୨.ମହିଳାମାନଙ୍କର ବାମହାତରେ ଝିଟିପିଟି ପଡିବାକୁ ଶୁଭ ମାନାଯାଉ ଥିବା ବେଳେ ଡାହାଣହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି ମାନା ଯାଇଥାଏ । କାରଣ ଏହା ଦ୍ଵାରା ସେହି ମହିଳାର ବହୁତ୍ବ ଶୀଘ୍ର ଧନହାନୀ ହେବାକୁ ଯାଉଛି ବୋଲି ସୂଚନା ଏଥିଦ୍ବାରା ମିଳିଯାଇଥାଏ ।
୩.ଯେତେବେଳେ ଘରେ ଗୋଟିଏ ଝିଟିପିଟି ଉପରେ ଅନ୍ୟ ଏକ ଝିଟିପିଟି ପଡିରହିଥାଏ । ତେବେ ଏହାରମାନେ ହେଉଛି କି ! ଆପଣ ବହୁତ ଶୀଘ୍ର ଆପଣଙ୍କର କୌଣସି ଅତି ପ୍ରିୟବନ୍ଧୁଙ୍କ ସହ ସାକ୍ଷାତ ଆଗାମୀ ସମୟରେ ହେବାକୁ ଯାଉଛନ୍ତି ।
୪.ଭୋଜନ କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି । ଏହାକୁ ଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ତେଣୁ ଯଦି ଭୋଜନ ସମୟରେ ଝିଟିପିଟି ଉପରେ ନଜର ପଡିଯାଇଥାଏ । ତେବେ ଏହା ଆପଣଙ୍କୁ ଭଲ ସୂଚନା ଦେଇଥାଏ ।
୫.ମହିଳାଙ୍କର ନାଭୀ ଉପରେ ଝିଟିପିଟି ପଡିଲେ,ସେହି ମହିଳାର ପୁତ୍ର ପ୍ରାପ୍ତି କରିବାର ସମ୍ଭାବନା ରହିଥାଏ ।
୬.ଯେତେବେଳେ ଘରେ କୌଣସି ସମୟରେ ଝିଟିପିଟି ଝଗଡା କରିବାର ଦେଖିବାକୁ ପାଆନ୍ତି । ତେବେ ସେହିଦିନ ଆପଣଙ୍କୁ ଅଧିକ ସାବଧାନ ହୋଇ ଚଳିବା ଉଚିତ । ନଚେତ ଆପଣଙ୍କର କାହାସହ ଝଗଡା ହେବାର ସମ୍ଭାବନା ଆଗାମୀ ସମୟରେ ରହିଥାଏ ।
୭.ପୁରୁଷର ଯିବାଆସିବା ସମୟରେ ଯଦି ଝିଟିପିଟି ତାହାର ମୁଣ୍ଡରେ କି ଡାହାଣ ହାତରେ ପଡିଥାଏ । ତେବେ ସେହି ପୁରୁଷକୁ ସମାଜରେ ମାନ ସମ୍ମାନ ମିଳିବାକୁ ଯାଉଛି ବୋଲି ଏହାର ଅର୍ଥ ହୋଇଥାଏ ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

 

Comments (0)
Add Comment