ଆଜିର ରାଶିଫଳ

ସ୍ବାସ୍ଥ୍ୟ ପାଇଁ ରାମବାଣ ଅଁଳା

ଡିସେମ୍ବରମାସ ୨୬ତାରିଖ ୨୦୨୪ମସିହା (ଗୁରୁବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ଏକାଦଶୀ ରାତ୍ରିଘ୧୨/୩୪ଗତେ ଦ୍ଵାଦଶୀ ,ନକ୍ଷତ୍ର- ସ୍ଵାତୀ ଦିବା ଘ୦୬/୪୪ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୨୦ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୩୫ ଗତେ ନୈରୁତେ ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୩୦ ଗତେ ଘ୦୫/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୧ମଧ୍ୟେ ଓ ରାତ୍ରି ଘ୦୬/୦୦ଗତେ ଘ୦୯/୧୩ ମଧ୍ୟେ ଓ ରାତ୍ରି ଘ୧୧/୩୨ ଗତେ ଘ୦୨/୫୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
ମେଷ-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣକରିବେ ।ଯିବାଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇରହିବା ଭଲ ।ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ
ବୃଷ-ଆଜି ଲୋକମାନଙ୍କସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପହେବାର ଆଶଂକା ଅଛି।
ମିଥୁନ-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ।ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ପାଟିକୁ ଖଟା ଲାଗିଲେ ବି ସ୍ବାସ୍ଥ୍ୟ ପାଇଁ ରାମବାଣ ଅଁଳା….
ଅଁଳା ଫଳଟି ପାଟିକୁ ଖଟା ଓ କଷା ଲାଗେ । ମାତ୍ର ଏହା ଶରୀର ପାଇଁ ଉପକାରୀ । ଅଁଳାର ପତ୍ରଠୁ ନେଇ ଫଳ ଯାଏ ସବୁଥିରେ ଔଷଧୀୟ ଗୁଣ ରହିଛି । ସ୍ବାସ୍ଥ୍ୟ ପାଇଁ ମହୌଷଧି ପରି କାମ କରିଥାଏ ଅଁଳା । ତେବେ ଅଁଳାର କଣ ରହିଛି ଉପକାରିତା । ଶରୀର କେଉଁ ସମସ୍ୟା ଥିଲେ ଅଁଳା ଲାଭଦାୟକ ହେବ । ଆସନ୍ତୁ ଜାଣିବା…
କେଶ ଓ ସ୍କିନ୍ ସମସ୍ୟା ଦୂର କରେ- ବର୍ତ୍ତମାନ ଚୁଟି ଝଡିବା ଶୀଘ୍ର ପାଚିଯିବା ଏକ ବଡ ସମସ୍ୟା ହୋଇଛି । ଅଁଳା ଏହି ସମସ୍ୟାକୁ ସମାଧାନ କରିଥାଏ । ଅଁଳା, ରାଶିକୁ ମହୁରେ ମିଶାଇ କେଶରେ ଲାଗାଇବା ଲାଭ ମିଳିଥାଏ । କେଶ ପୃଷ୍ଟି ହୋଇ ବୃଦ୍ଧି ହୋଇଥାଏ । ଏହାସହିତ ଅଁଳା ଓ ଗୁଡ ମିଶାଇ ପିଇଲେ କେଶ ଉପୁଡିବା ଓ ପାଚିବା ସମସ୍ୟା ଦୂର ହୁଏ । ଅଁଳା ସହ କଳାରାଶି ଓ ଭୃଙ୍ଗରାଜ ପତ୍ର ବାଟି ପାନ କଲେ କେଶ ପାଚିବା ସମସ୍ୟା କମିଥାଏ । ଅଁଳାରେ ଭିଟାମିନ ସି ଥାଏ ଯାହା ସ୍କିନ ଓ କେଶ ପାଇଁ ଲାଭଦାୟକ ହୋଇଥାଏ ।
ହଜମଶକ୍ତି ବଢାଏ- ଅନେକ ସମୟରେ ଦେଖିବାକୁ ମିଳେ କିଛି ଲୋକଙ୍କର ହଜମ ଶକ୍ତି ନଥାଏ । କିଛି ଏପଟ ସେପଟ ଖାଇଲେ ପେଟ ସମସ୍ୟା ଦେଖାଦିଏ । ଅଁଳା ଖାଇଲେ ହଜମ ଶକ୍ତି ବଢିଥାଏ । ଏଥିରେ ଥିବା ଫାଇବର ହଜମ ଶକ୍ତି ବଢାଇବାରେ ସହାୟକ ହୁଏ ।
ହୃଦରୋଗ- ହାର୍ଟ ଆଟାକ ବା ହୃଦରୋଗ ପାଇଁ ଅଁଳା ମହୌଷଧି ପରି କାମ ଦିଏ । ଅଳ୍ପ କିଛି ଅଁଳା ଗୁଣ୍ଡକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମହୁ ସହିତ ମିଶାଇ ପିଇଲେ ଏହା ହୃଦରୋଗ ପାଇଁ ରାମବାଣ ପରି କାମ କରେ ।
ରୋଗପ୍ରତିରୋଧକ ଶକ୍ତି ବଢାଏ- ସାଧାରଣତଃ ଦେଖିବାକୁ ମିଳେ ପାଗରେ ପରବର୍ତ୍ତନ ହେଲେ ଥଣ୍ଡା ହୁଏ । ସଂକ୍ରମଣ ଶୀଘ୍ର ହୋଇଥାଏ । ଏହାର କାରଣ ରୋଗ ପ୍ରତିରୋଧ ଶକ୍ତିର ଅଭାବ । ଅଁଳା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ମଧୁମେହ ପାଇଁ ଉପକାରୀ- ବର୍ତ୍ତମାନ ଘରେ ଘରେ ଡାଇବେଟିସ୍ ରୋଗୀ ରହିଛନ୍ତି । ସେମାନଙ୍କୁ ବିଭିନ୍ନ ଜିନିଷ ଖାଇବାକୁ ବାରଣ ହୋଇଥାଏ । ଅଁଳା ଖାଇବା ଦ୍ବାରା ଡାଇବେଟିସ୍ ନିୟନ୍ତ୍ରଣକୁ ଆସିଥାଏ । ବ୍ଲଡ ସୁଗାର ଲେବଲକୁ ବାଲାନ୍ସ କଲେ ଅଁଳା ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment