ଆଜିର ଅନୁଚିନ୍ତା

ତାରିଖ - ୧୪:୧୧:୨୦୨୧(ରବିବାର)

🦋”ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ ।
🦋ପ୍ରକୃତରେ ମଣିଷ ଯେତେ ନୀଚକୁଳରେ ଜନ୍ମହେଲେ ମଧ୍ୟ ସ୍ନେହ,ଶ୍ରଦ୍ଧା ଓ ପ୍ରେମଯୁକ୍ତ ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ଧାରଣ ଦ୍ଵାରା ହିଁ ମହାନ୍ ହୋଇଥାଏ ।
🦋କାହା ଉପରେ ଅତ୍ୟାଧିକ ଭରଷା କରିବା ମୂର୍ଖାମି, କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ । ଯଦି ସ୍ୱପ୍ନ ପୁରା ହେଉନାହିଁ ତେବେ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ କାରଣ ଗଛ ସର୍ବଦା ପତ୍ର ବଦଳେଇଥାଏ ମୂଳ ନୁହେଁ ।
🦋ଯେତେବେଳେ ଜୀବନ ନାମକ Screen Low Battery ହେଇଯାଏ, ଆଉ Relative ନାମକ Charger ମିଳେ ନାହିଁ , ସେତେବେଳେ ଯେଉଁ Power Bank କାମରେ ଆସେ ତାହା ହେଉଛି “FRIENDS” ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ 🙏🏻 ଜୟ ଜଗନ୍ନାଥ🙏🏻

 

Comments (0)
Add Comment