ବାରଙ୍ଗ,୬।୧(ଏସଏସନିଉଜ) ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଳିବ ୬୫ ତମ ଜନ୍ମଦିବସ। ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆ କରି ତିଆରି ହୋଇଥିବା ପ୍ରାଣୀ ଉଦ୍ୟାନ ସୁରକ୍ଷା କର୍ମୀ ଆବାସିକ କମ୍ପ୍ଲେକ୍ସ ,ପ୍ରାଣୀ ଉଦ୍ୟାନ ଜୁ ଲାଇବେରି ଏବଂ ଡିଜିଟାଲ୍ ହବ୍ ,ଭାଲୁ ଏନକ୍ଲୋଜର , ସଂରକ୍ଷଣ ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର , ପକ୍ଷୀ କ୍ୱାରାଣ୍ଟିନ୍ ର ସୁବିଧା , କାନଜିଆ ଆର୍ଦ୍ରଭୂମି ଆବିଷ୍କାର ଟ୍ରେଲ୍ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରାଯିବ । ତସହିତ ବର୍ଷତମାମ ପଶୁପକ୍ଷୀମାନଙ୍କ ସେବା ସହ ସଠିକ୍ ଭାବେ କାମକରୁଥିବା କିଛି କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉଟ୍, ଜଟଣୀ ବିଧାୟକ ବିଭୂତି ଭୂଷଣ ବାଲାବାନ୍ତରାୟ, ଜଙ୍ଗଲ ଓ ପରିବେଶ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ ଦେବିଦତ୍ତ ବିଶ୍ବାଳ,ଏବଂ ଶ୍ରୀ ପ୍ରେମ କୁମାର ଝା ଯୋଗଦାନ କରିବେ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଯେ , ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଥିବା ବେଳେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନ ପାଇଁ ସାରା ରାଜ୍ୟ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବା ବେଳେ ଏହି ସମୟରେ କୌଣସି ସରକାରୀ ଉତ୍ସବ ଆୟୋଜନ କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା । ଯାହାଫଳରେ ନନ୍ଦନକାନନ ର ପ୍ରତିଷ୍ଠା ଦିବସ ସ୍ଥଗିତ କରାଯାଇଥିଲା ।
ହେଟାବାଘ ,ଗାଡଭାଲୁ ,ଇଗୁଆନା ଓ ବେଲେରାମୂଷା ଅସୁସ୍ଥ
ମଙ୍ଗଳବାରଦିନ ନନ୍ଦନକାନନ ତାର ୬୫ ତମ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ସଜବାଜ ହେଉଥିବା ବେଳେ ପ୍ରାଣୀ ଉଦ୍ୟାନରେ ରହିଥିବା ଗୋଟିଏ ଅଣ୍ଡିରା ହେଟା ବାଘ , ଅଣ୍ଡିରା ଗାଡଭାଲୁ ,ଗୋଟିଏ ଇଗୁଆନା (ଏଣ୍ଡୁଅ) ଓ ବେଲରା ମୂଷା ହଠାତ୍ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ୪ ପ୍ରଜାତିର ଜୀବଜନ୍ତୁଙ୍କୁ ପ୍ରାଣୀ ଉଦ୍ୟାନର ଚିକିତ୍ସକ ଚିକିତ୍ସା ଜାରି ରଖିଥିବା ଜଣାପଡିଛି ।(ଜିତ୍ ରାଉତଙ୍କ ରିପୋର୍ଟ)