ଡିସେମ୍ବରମାସ ୩୦ତାରିଖ ୨୦୨୪ମସିହା(ସୋମବାର)ପୌଷମାସ- କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୦୪/୧୨ଗତେ ପ୍ରତିପଦ,ନକ୍ଷତ୍ର- ମୂଳା ରାତ୍ରି ଘ୧୨/୫୦ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୨୧,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୪୭,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୪/୧୨ ଗତେ ପୂର୍ବେ,ଅମାବାସ୍ୟାରଶାମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୫ ଗତେ ଘ୦୮/୦୭ ମଧ୍ୟେ,ବାରବେଳା – ଦିବା ଘ୦୨/୩୪ ଗତେ ଘ୦୩/୫୬ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୪ ମଧ୍ୟେ ଓ ଘ୦୮/୦୭ ଗତେ ଘ୧୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୧୦/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଆମିଷ ଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟାଅର୍ଥ ଲାଭ, ଶାରୀରିକ ସୁସ୍ଥତା,ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ👉ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା👉ଆଜି ଅର୍ଥ,ସମ୍ମାନ ଓ ବିଳାସବ୍ୟସନ ଦିଗପାଇଁ ବହୁତଭଲ ହେବ।ବହୁଦିନରୁ ଟଙ୍କା ବାକିରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ୟ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ👉 ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
ଖାଆନ୍ତୁ ମଖାନା ବା ଫାକ୍ସ ନଟ୍ସ, ମିଳିବ ଏହି ସବୁ ଫାଇଦା…
ମଖାନା, ଯାହାକୁ ଫାକ୍ସ ନଟ୍ସ ବା ପଦ୍ମ ମଞ୍ଜି ମଧ୍ୟ କୁହାଯାଏ । ଏହା ଶରୀର ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର ।ଏହା ଅନେକ ପୌଷ୍ଟିକ ଗୁଣରେ ଭରପୂର, ଯେଉଁଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ ।ଏହା ଓଜନ କମାଇବାରେ ସାହାଯ୍ୟ କରେ । ବ୍ଲଡପ୍ରେସର ଓ ବ୍ଲଡସୁଗାର ନିୟନ୍ତ୍ରଣ କରିଥାଏ ।ଜାଣିବା ମଖାନା ଖାଇବାଦ୍ବାରା ଶରୀରକୁ କଣସବୁ ଫାଇଦା ମିଳିଥାଏ ।
ଓଜନ ନିୟନ୍ତ୍ରଣ:-ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ହେଲ୍ଦି ସ୍ନାକ୍ସ ମଖାନା । ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଯଦି ଆପଣ ଭୋକିଲା ଅନୁଭବ କରୁଛନ୍ତି, ମଖାନା ଖାଇଲେ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୁଏ । ଯାହା ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ବ୍ଲଡସୁଗାର ନିୟନ୍ତ୍ରଣ:-ମଧୁମେହ ରୋଗୀଙ୍କ ପାଇଁ ମଖାନା ଅତ୍ୟନ୍ତ ଲାଭଦାୟକ । ଏହାକୁ ସେମାନେ ଜଳଖିଆ ଭାବେ ଖାଇପାରିବେ । ମଖାନାର ଗ୍ଲାଇସେମିକ ଇଣ୍ଡେକ୍ସ ଖୁବ୍ କମ୍, ଯାହା ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ ।
ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର:-ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା କ୍ଷତିକାରକ ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ । ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରି ସେଲ୍ ଡ୍ୟାମେଜ ରୋକିଥାଏ ଏବଂ କ୍ରନିକ ରୋଗ ଆଶଙ୍କା କମାଇଥାଏ ।
ବ୍ଲଡପ୍ରେସର କଣ୍ଟ୍ରୋଲ:-ମଖାନା ପୋଟାସିୟମ ଓ ମ୍ୟାଗ୍ନେସିୟମରେ ଭରପୁର ହୋଇଥିବାରୁ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଏଥିରେ ସୋଡିୟମ ମାତ୍ରା କମ୍ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଦୁର୍ବଳତା ଦୂରକରେ:-ମଖାନାରେ ଭରପୂର ମାତ୍ରାରେ ଆଇରନ ଥାଏ । ଯେଉଁମାନଙ୍କ ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ଏବଂ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି ସେମାନେ ନିୟମିତ ମଖାନା ଖାଇଲେ ଫାଇଦା ମିଳିଥାଏ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!