ଆଜିର ରାଶିଫଳ

ଷୋଳଶାସନ ଅବୃତମଣେହି ଭୋଗ ,୨୦୨୨ ମସିହା ଅକ୍ଟୋବର ମାସ ୩୧ ତାରିଖ (ସୋମବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୧/୦୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୦/୦୦ ,ମିଥୁନ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ ।
ମେଷ-ପରିଶ୍ରମର ଫଳପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଅତ୍ୟଧିକ କାର୍ଯ୍ୟ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗକୁ ବଢ଼ିବେ।
ବୃଷ-ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇବ। ଯାନ୍ତ୍ରିକ କାର୍ଯ୍ୟରେ ତ୍ରୁଟି ଦେଖାଦେବ। ପରିବର୍ତ୍ତନକୁ ଆପଣାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ । ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।
ମିଥୁନ-ପିତାମାତାଙ୍କୁ କଷ୍ଟ ଦେଲା ପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ ହେବ।
କର୍କଟ-ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହଯ୍ୟର ହାତ ବଢ଼ାଇବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ ଜୀବନରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ପାଇବେ।
ସିଂହ-ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିବେ। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରର ଧ୍ୟାନ ରଖନ୍ତୁ।
କନ୍ୟା-ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତିର ନୂତନ ପଥ ଉନ୍ମୋଚନ ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଗୁଡ଼ିକ ସୁଚାରୁରୂପରେ ସମାପନ କରିେବ।
ତୁଳା-ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ବିକାଶ କରିବେ। ପରିବାର ସହ ତୀର୍ଥସ୍ଥଳୀକୁ ଯାତ୍ରା କରିପାରନ୍ତି। ସାଙ୍ଗସାଥୀଙ୍କ ସହ ମଉଜମସ୍ତିରେ ଦିନ କଟିବ।
ବିଛା-ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ପାରିବାରିକ କାର୍ଯ୍ୟଭାର ବୃଦ୍ଧି ପାଇବାକୁ ଲାଗିବ। ଜୀବନରେ ନୂତନ ମୋଡ଼ ଦେଖାଦେବ।
ଧନୁ-ଉନ୍ନତିର ବିଭିନ୍ନ ମାର୍ଗ ଉନ୍ମୋଚନ ହେବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ପ୍ରିୟଜନଙ୍କ ପାଇଁ ବ୍ୟସ୍ତବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ନୂଆକାର୍ଯ୍ୟ ଶିଖିବାର ମଉକା ପାଇବେ।
ମକର-ଅନେକ ଦିନର ଆଶା ପୂରଣ ହେବ। ଅର୍ଥ ସମ୍ବନ୍ଧୀୟକାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କରେ ଉତ୍ତମ ବୁଝାମଣା ଦେଖାଦେବ। ମହିଳାମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
କୁମ୍ଭ-ଅକସ୍ମାତ୍ ବନ୍ଧୁ ଆଗମନ ହୋଇପାରେ। ବିଦେଶରେ ବେପାର କରିବାର ସୁଯୋଗ ମିଳିପାରେ। ମନରେ ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ। ଆଶାନୁସାରେ କାର୍ଯ୍ୟରେ ସଫଳତା ପାଇବେ ।
ମୀନ-ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭ୍ରମଣଯୋଗ ରହିଛି। କର୍ମକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ସାମାଜିକକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଜୀବନରେ ଆଗକୁ ବଢ଼ିବାର ଅବସର ପ୍ରାପ୍ତି ହେବ।

ନିତୀବାଣୀ-ଦୁଃଖ କହିବା ଆଉ ଶୁଣିବା ଭିତରେ ଅନେକ ଫରକ୍ ଥାଏ,କାହିଁକି ନା ଶୁଣୁ ଥିବା ଲୋକଟି କେବଳ ଅନୁଭବ କରିଥାଏ,କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗ ଲିଭାଇ ଥାଏ।
ବାସ୍ତୁଟିପ୍ପଣୀ-ଯେଉଁ ଦମ୍ପତିଙ୍କ ଶୋଇବାଘରେ ଏହି ୫ଟିଜିନିଷ ଥିବ, ସେମାନଙ୍କର ବୈବାହିକଜୀବନ ଖରାପ ହୋଇଯିବ ।
ବିବାହପରେ ସ୍ୱାମୀସ୍ତ୍ରୀ ଅଧିକାଂଶସମୟ ନିଜ ଶୋଇବାଘରେ ବିତାଇଥାନ୍ତି। ଏମିତିରେ ଏହି ଶୟନକକ୍ଷରେ ସକରାତ୍ମକଶକ୍ତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକଥର ଆମେ ଆମଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଆମେ ଅଜ୍ଞାତରେ ଏପରି କିଛି ଭୁଲ୍ କରି ବସିଥାଉ ଯାହା ଶୋଇବାଘରର ପରିବେଶକୁ ନକାରାତ୍ମକ କରି ଦେଇଥାଏ ଏବଂ ତାପରେ ଏହି ନକାରାତ୍ମକଶକ୍ତିଗୁଡ଼ିକ ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟିକରିବା ଆରମ୍ଭ କରି ଦେଇଥାଏ । ଶୋଇବାଘରର ଶକ୍ତି ସକାରାତ୍ମକ କରିବାରେ ବାସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥାଏ । ଯେଉଁ ଘରେ ଶୋଇବାଘରର ବାସ୍ତୁ ଖରାପହୋଇଥାଏ, ସେଠାରେ କିଛି ନାଁ କିଛି ସମସ୍ୟା ଆସିଥାଏ। ଏପରି ପରିସ୍ଥିତିରେ, ଆଜି ଜାଣିବା କେଉଁ ଜିନିଷକୁ ଶୋଇବାଘର ଭିତରେ କେବେବି ରଖିବା ଉଚିତ୍ ନୁହେଁ । ଯଦି ଆପଣ ଏହି ଜିନିଷଗୁଡ଼ିକୁ ଶୋଇବାଘର ଭିତରେ ଦୀର୍ଘସମୟ ଧରି ରଖନ୍ତି,ତାହେଲେ ଆପଣଙ୍କ ସମ୍ପର୍କରେ ଫାଟକ ସୃଷ୍ଟି ହେବା ଏବଂ ଝଗଡାଝାଟି ହେବା ନିଶ୍ଚିତ।
ଶୋଇବାଘରେ ଏହି ୫ଟିଜିନିଷ କେବେବି ରଖନ୍ତୁ ନାହିଁ।
ଭଙ୍ଗାଦର୍ପଣ:-ଭଙ୍ଗାଦର୍ପଣକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଘରଭିତରେ ରଖିବା ଦୁର୍ଭାଗ୍ୟକୁ ବାଡେଇଥାଏ । ଯେଉଁଲୋକମାନେ ନିଜଘର କିମ୍ବା ଶୟନକକ୍ଷରେ ଭଙ୍ଗାଦର୍ପଣ ରଖନ୍ତି, ସେମାନଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇ ଝଗଡାକରିବା ସାଧାରଣକଥା । ଭଙ୍ଗାଦର୍ପଣରୁ ନକାରାତ୍ମକଶକ୍ତି କ୍ରମାଗତଭାବରେ ବାହାରିଥାଏ। ସେଥିପାଇଁ ଏହାକୁ ଯଥାଶୀଘ୍ର ଘରୁ ବାହାରକୁ ଫୋପାଡ଼ି ଦିଆଯିବାଉଚିତ୍।
ଭଙ୍ଗା ପଲଙ୍କ-ଶୋଇବାଘରେ କେବେବି ଭଙ୍ଗାପଲଙ୍କ ରଖନ୍ତୁନାହିଁ। ଯଦି ଦମ୍ପତି ଏହି ଭଙ୍ଗାପଲଙ୍କରେ ଶୋଇଥାନ୍ତି, ତାହେଲେ ନକାରାତ୍ମକଶକ୍ତି ସେମାନଙ୍କ ଭିତରକୁ ପ୍ରବେଶକରିବା ଆରମ୍ଭକରେ ଏବଂ ସେମାନେ କ୍ରୋଧିତ ଏବଂ ଝଗଡାକରିବା ପ୍ରକୃତିର ହୋଇଯାନ୍ତି । ଏହିକାରଣରୁ ପରସ୍ପରମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହେବାକୁଲାଗେ। ସେଥିପାଇଁ ଭଙ୍ଗାଶଯ୍ୟା କିମ୍ବା ଅନ୍ୟକୌଣସି ଭଙ୍ଗାଆସବାବପତ୍ରକୁ ଘରେ ରଖନ୍ତୁନାହିଁ।
ବିନା ସ୍ୱସ୍ତିକଆଲମାରୀ:-ପ୍ରତ୍ୟେକ ଶୟନକକ୍ଷରେ ଏକ ଆଲମାରୀ ନିଶ୍ଚିତଥିବ। ଯଦି ଆପଣ ସିନ୍ଦୁରସହିତ ଆପଣଙ୍କର ଆଲମାରିରେ ସ୍ୱାସ୍ତିକାଚିହ୍ନ ରଖିନାହାନ୍ତି, ତାହେଲେ ଆପଣଙ୍କ ଦାମ୍ପତ୍ୟଜୀବନରେ ଝଗଡା ହେବାର କାରଣ ହୋଇପାରେ। ଏଥିରୁ ବଞ୍ଚିବାପାଇଁ, ଆଜିହିଁ ଆପଣଙ୍କ ଶୋଇବାଘର ଆଲମାରୀ କିମ୍ବା ତେଜରିରେ ସ୍ୱାସ୍ତିକ ଚିହ୍ନ ବନାନ୍ତୁ।
ଜୋତା ଚପଲ:-ଅନେକଲୋକଙ୍କର ଶୋଇବାଘରକୁ ଜୋତା ଏବଂ ଚପଲପିନ୍ଧି ଚାଲିଯିବାର ଅଭ୍ୟାସଅଛି। ଜୋତାକୁ ସବୁବେଳେ ଶୋଇବାଘର ବାହାରେ ରଖିବାଉଚିତ୍। ସେମାନେ କୋଠରୀରେ ସବୁଠାରୁ ଅଧିକ ନକାରାତ୍ମକଶକ୍ତି ସୃଷ୍ଟିକରନ୍ତି ।ଏହାକୁ ଶୟନକକ୍ଷରେ ରଖିବାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥାଏ। ଯଦି ଆପଣ ଶୋଇବାଘରେ ସ୍ଲିପର ବ୍ୟବହାରକରନ୍ତି,ତାହେଲେ ଶୋଇବାପୂର୍ବରୁ ଏହାକୁ ଶୋଇବା ଘର ବାହାରେରଖନ୍ତୁ।
କଳାରଙ୍ଗର ଚାଦର:-ଶୋଇବାଘରେ ବିଛଣାଶଯ୍ୟାରେ କଳାରଙ୍ଗର ବେଡ଼ସିଟପକାଇ ଶୋଇବା ଉଚିତ୍ ନୁହେଁ ବା ଶୋଇବେ ନାହିଁ। ଏହା କରିବାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମ କମିଯାଏ। ଯଥାସମ୍ଭବ ପଲଙ୍କଉପରେ ଏହି ରଙ୍ଗର ବେଡ଼ସିଟ୍ ପକାଇ ଶୋଇବାଠାରୁ ଦୂରେଇରୁହନ୍ତୁ। ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Comments (0)
Add Comment