ଅଧାରାସ୍ତାରେ ଜଳିଗଲା କାର

ଭୁବନେଶ୍ବର,୧୫/୧୦(ଏସଏସନିଉଜ) ଅଧାରାସ୍ତାରେ ଚଳନ୍ତା କାରର ବ୍ରେକଫେଲ ହୋଇ ରାସ୍ତା ଉପରେ ଜଳି ଯାଇଥିଲା କାର । ଭୁବନେଶ୍ବର ନୟାପଲ୍ଲୀ ଏନଏଚ ପାଖରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ପୂଜାଛୁଟିରେ ବୁଲିବାକୁ ଆସିଥିବା ବେଳେ ମଙ୍ଗଳବାର ଖଣ୍ଡଗିରି ଉଦୟଗିରି ବୁଲି ରସୁଲଗଡ ଅଭିମୁଖେ ଯିବାବେଳେ ପ୍ରଥମେ ଧୁଆଁ ଉଠି କାରର ବନେଟ ଜଳିବା ଆରମ୍ଭ କରିଥିଲା‌। ଗାଡିରେ ଥିବା ଦୁଇଭାଇ, ଜଣେ ମହିଳା ଓ ଛୋଟ ପିଲା, ଜଣେ ବୃଦ୍ଧାଙ୍କୁ ମିଶାଇ ୫ଜଣନିଆଁ ଦେଖି ସେମାନେ ଗାଡିରୁ ଓହ୍ଲାଇ ପଡିଥିଲେ। କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡିଟି ପୋଡି ପାଉଁଶ ହୋଇଯାଇଛି।ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Comments (0)
Add Comment