ଆଜିର ରାଶିଫଳ

ଘରର ଏହିଦିଗରେ ବିବାହିତାମହିଳା ସୋଇଲେ ହେବ ମହାସଂଗ୍ରାମ!

ମଇମାସ ୨୭ତାରିଖ ୨୦୨୪ମସିହା (ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଅପରାହ୍ନ ଘ୦୪/୫୪ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଷାଢ଼ା ଦିବା ଘ୧୦/୫୧ ଗତେ ଉତ୍ତରା ଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୧,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୧୬/ ୫୭,ଯୋଗିନୀ ନୈରୁତେ ଅପରାହ୍ନ ଘ୦୪/୫୪ ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୧୦/୫୦ ଗତେ ଏକପାଦପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୭ ମଧ୍ୟେ,ବାରବେଳା – ଦିବା ଘ୦୩/୦୦ ଗତେ ଘ୦୪/ ୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୨୮ ଗତେ ଘ୦୯/ ୫୮ମଧ୍ୟେ ଓ ରାତ୍ରି ଘ୦୯/୨୮ ଗତେ ଘ୧୨/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/ ୪୦ ଗତେ ଘ୦୫/୧୦ ମଧ୍ୟେ, ମୂଳା ଅପରାହ୍ନ ଘ୦୪/୫୪ ଗତେ ବେଲ ଭକ୍ଷଣ ନିଷେଧ।
ମେଷ👉ଆଜି ସକାଳୁସକାଳୁ ଦେବଦର୍ଶନର ସୁଯୋଗମିଳିବ ଦାମ୍ପତ୍ୟଜୀବନ ପୂର୍ବଅପେକ୍ଷା ଅଧିକ ଭଲ ହେବ, ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ।ବିରୋଧୀ ଆପଣଙ୍କର କ୍ଷତି କରିବାଲାଗି ଅସଫଳ ପ୍ରୟାସ କରିବେ।
ବୃଷ👉ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ।ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ👉ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ👉ଭାଗ୍ୟ ବଦଳାଇବାପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତରହିବେ।ଚାକିରି ତଲାସ ରେଥିବା ବ୍ୟକ୍ତିଙ୍କୁ ଭଲଖବରମିଳିବ।ଯୌଥ ବ୍ୟବସାୟରୁ ଭଲଲାଭ ହେବ।ପ୍ରେମରେ ସଫଳତା ମିଳିବ।
ସି˚ହ👉ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା👉ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା👉ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ
ବିଛା👉ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ👉ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର👉ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାର ଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ👉ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟ ରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ👉ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

👉  ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଦିଗକୁ ବିବେଚିତ କରା ଯାଇଥାଏ । ଉତ୍ତରପଶ୍ଚିମ ଦିଗକୁ ବାୟୁ କୋଣ କୁହାଯାଏ ।ସେହିପରି ଏହି ଉତ୍ତର ପଶ୍ଚିମଦିଗ ଆମକୁ ଦିର୍ଘାୟୁ ଏବଂ ଶକ୍ତି ପ୍ରଦାନକରେ ।ଏହିଦିଗ ଆଚରଣରେ ପରିବର୍ତନକରେ । ଯଦି ଉତ୍ତରପଶ୍ଚିମ ଦିଗ ଖରାପ ରହିଥାଏ ।ତେବେ ସବୁସମୟରେ ମିତ୍ର ବି ଶତୃ ପାଲଟିଯାଇଥାନ୍ତି ।ଏଥିସହିତ ଶକ୍ତି ନଷ୍ଟହେବା ସହିତ ଆୟୁ କମିଯାଏ ।ବ୍ୟକ୍ତିର ଆଚରଣ ବଦଳିଯାଏ ଏବଂ ଗର୍ବର ପରିମାଣ ବଢିଯାଏ ।ଆଜି ଉତ୍ତରପଶ୍ଚିମଦିଗ ବିଷୟରେ କିଛି ରୋଚକକଥା ଜାଣିବା ।
👉 ଯଦି ଘରେ ଚାକରରହିଛନ୍ତି ତେବେ ସେମାନଙ୍କକୋଠରୀ ଉତ୍ତରପଶ୍ଚିମ ଦିଗରେ ରହିବା ଉଚିତ୍ । ଘରର ମହିଳାମାନେ କେବେ ବି ଉତ୍ତର ପଶ୍ଚିମର କୋଣରେ ହିଁ ଶୋଇବା ଉଚିତ୍ ନୁହେଁ । ଏହି ଦିଗରେ ସେମାନେ ଶୋଇଲେ ସେମାନେ ପରିବାରଠାରୁ ଅଲଗାହେବା କଥା ଚିନ୍ତା କରନ୍ତି । ସବୁ ସମୟରେ ଉତ୍ତରପଶ୍ଚିମ ଦିଗରେ କୁଆଁରୀ ଝିଅମାନେ ଶୋଇବା କଥା ।କାରଣ ଏହି କାରଣରୁ ବିବାହର ଯୋଗ ସୃଷ୍ଟି ହୋଇ ଥାଏ । ସେହିପରି ଶୈଚାଳୟ ସବୁ ସମୟରେ ବାୟୁକୋଣ ମାନେ ଦକ୍ଷିଣଦିଗ ରହିବା ଉଚିତ୍ ।ସେହିପରି ପିଲାମାନଙ୍କ ଅଧ୍ୟୟନ ଟେବୁଲକୁ ସବୁ ସମୟରେ ଉତ୍ତରକୋଣରେ ରହିବା କଥା !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment