ଆଜିର ରାଶିଫଳ

ଜୁଲାଇମାସ ୦୭ ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ ୦୪/୫୦ ଗତେ ତୃତୀୟା,ନକ୍ଷତ୍ର- ପୁନର୍ବସୁ ପ୍ରାତଃ ଘ ୦୫/୨୫ ଗତେ ପୁଷ୍ୟା,ଅଦ୍ୟ ଶ୍ରୀ ଗୁଣ୍ଡିଚା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫,ଯୋଗିନୀ ଉତ୍ତରେ ରାତ୍ରି ଘ ୦୪/୫୦ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୨ ଗତେଘ୦୧/୨୮ମଧ୍ୟେ
ଅଦ୍ୟ ମୃତେ ପ୍ରାତଃ ଘ ୦୫/୨୫ ଗତେ ଦ୍ଵିପାଦ ଓ ରାତ୍ରି ଘ ୦୪/୫୦ ଗତେ ଏକପାଦ ପୁଷ୍କରଦୋଷ,
ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୪ ଗତେ ଘ୦୯/୦୮ମଧ୍ୟେ ଓ ଘ୦୧/୨୯ ଗତେ ଘ୦୨/୦୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୨ଗତେ ଘ୦୪/୩୦ ମଧ୍ୟେ,ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ:- ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ।କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନପାଇବେ।ବ୍ୟବସାୟ ରୁ ସହକର୍ମୀଙ୍କ ମାଧ୍ୟମରେ ଲାଭପାଇବେ।ମହିଳା ମାନେ ଜରୁରୀଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:- ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେକଲେ କ୍ଷତିରେ ପଡିପାରନ୍ତି।ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।ବନ୍ଧୁଙ୍କସହିତ ଭ୍ରମଣରେ ଯିବାପାଇଁ ଯୋଜନା କରିବେ।

କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ।ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ।ମିତ୍ରଙ୍କର ପୂରାସହଯୋଗ ପାଇବେ।ହଠାତ୍ ଧନପ୍ରାପ୍ତି ଯୋଗରହିଛି।ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:- କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କ ର ନାମ ଚର୍ଚ୍ଚାରେ ରହିବ।ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗକରିବେ ଯାହାଦ୍ବାରା ଭବିଷ୍ୟତରେ ଲାଭ ମିଳିବ।ପରିବାରଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:- ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ।ସ୍ଥଗିତଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କଦ୍ବାରା ପୂରାହେବ।ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟକଚେରି ମାମଲା ରେ ଚିନ୍ତା ବଢ଼ିପାରେ।!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment