ଭୁବନେଶ୍ୱର,୨୬।୧(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ ତମ ଗଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯ ଅତିଥି ପ୍ରଫେସର ମହେଶ୍ବର ମହାନ୍ତି ଓ ବିଦ୍ୟାଳୟର ମାର୍ଗଦର୍ଶକ ଅଲେଖ ନାୟକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଙ୍ଗୀତ ଗାନପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି ହାଉସ (ବିଭାଗ)ର ଛାତ୍ରଛାତ୍ରୀମାନେ ପ୍ୟାରେଡ୍ ରେ ସାଲ୍ୟୁଟ( ଅଭିବାଦନ ) ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ଯ ଗଣତନ୍ତ୍ର ଦିବସର ଶୁଭେଚ୍ଛା ତାଙ୍କର ଅଭିଭାଷଣରେ ପ୍ରଦାନ କରିଥିଲେ।ଗଣତନ୍ତ୍ର ହାସଲ କରିବାର ଗୌରବମୟ ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ଯ ଅତିଥି ମହାନ୍ତି ଉକ୍ତ ଜାତୀୟ ପର୍ବ ପାଳନର ଉଦ୍ଦେଶ୍ୟ, ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ସ୍ମୃତି ଚାରଣ କରିବା ଓ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଉତ୍ତମ ନାଗରିକ ହେବାପାଇଁ, ଗୁରୁଭକ୍ତି ମନରେ ଧାରଣ କରିବା ପାଇଁ ପ୍ରେରଣା ଦେଇଥିଲେ। ମାର୍ଗଦର୍ଶକ ନାୟକ ନିଜ ପିଲାଦିନର ଅନୁଭୂତି ମାଧ୍ୟମରେ ଦେଶର ଉନ୍ନତି ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ସଂପୂର୍ଣ୍ଣ ଦିବସର ମହତ୍ବକୁ ନିଜର ବକ୍ତୃତାର ଉପସ୍ଥାପନ କରିଥିଲେ। ଶେଷରେ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ମନପାଲି ବାଣି ଉପସ୍ଥିତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
୭୬ ତମ ସାଧାରଣତନ୍ତ୍ର ଦିବସ
