ମେଣ୍ଢାଶାଳ,୧୪/୧୧(ଏସଏସ ନିଉଜ)ରାଜ୍ୟସମବାୟ ବ୍ୟାଙ୍କମାନଙ୍କ ତରଫରୁ ସୋମବାରଠାରୁ ପାଳିତ ହେଉଥିବା ସମବାୟସପ୍ତାହ ଉପଲକ୍ଷେ ମେଣ୍ଢାଶାଳ ସେବା ସମବାୟସମିତି ଏହାକୁ ପାଳନ କରିଛି ।ଏହି ଉପଲକ୍ଷେ ସକାଳେ ସେବାସମବାୟ ସମିତି ଓ କେନ୍ଦ୍ରସମବାୟବ୍ୟାଙ୍କ ଶାଖା ପରିସରରେ ସମବାୟ ପତାକା ଉତୋଳନ କରାଯାଇଥିଲା ।ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସମବାୟବ୍ୟାଙ୍କ ଶାଖାପରିଚାଳକ ସସ୍ମିତାନାୟକ,ସନ୍ତୋଷ କୁମାର ମଙ୍ଗରାଜ, ମୁରଲିଧର ମହାନ୍ତି,ରାଜଖାନଙ୍କ ସମେତ ସମିତିର ବହୁସଦସ୍ୟ ମାନେ ଉପସ୍ଥିତ ଥିଲେ ।ସୁସ୍ଥସମବାୟସମିତି ରହିଲେ ଗ୍ରାମାଂଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ ହୋଇଥିଲା ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)
୬୯ତମ ସମବାୟସପ୍ତାହ ପାଳିତ
