କଟକ,୨୦।୬(ଏସଏସନିଉଜ) ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଦିନିକିଆ ମ୍ୟାଚ୍ର ଆୟୋଜନ କରିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ହେବେ। ୨୦୨୫ ଫେବୃଆରୀ ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚ୍ ଅହମ୍ମଦାବାଦରେ ହେବ। ତେବେ ପ୍ରାୟ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବା ନେଇ ଜଣାପଡ଼ିବ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୫ ହଜାର। ଏଠାରେ ଏପର୍ଯ୍ୟନ୍ତ୨୭ଟି ଦିନିକିଆ ମ୍ୟାଚ ଖେଳାଯାଇଛି।