ଆଜିର ରାଶିଫଳ

ରାଶିଅନୁଯାୟୀ ଖାଆନ୍ତୁଖାଦ୍ୟ ମିଳିବ ସଫଳତା

୨୦୨୪ମସିହା ମଇମାସ ୩୧ତାରିଖ ଶୁକ୍ରବାର।
ତମାଖୁବର୍ଜ୍ଜନ ଦିବସ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୫/୧୦/୪୮,ସୂର୍ଯ୍ୟାସ୍ତ- ଘ୬/୧୭/୨୪,ଜ୍ୟେଷ୍ଠ ମାସ,
କୃଷ୍ଣପକ୍ଷ,ଭୃଗୁବାସ,ତିଥି- ଅଷ୍ଟମୀ ଦିବା ଘ୯/୫୯ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୯/ ୫୯ମି ପରେ ପୂର୍ବଦିଗରେ।ଅଗନ୍ତବ୍ୟ ପରେ ରିକ୍ତାତିଥି, ଶନିଯୁକ୍ତ ପରେ ମଙ୍ଗଳଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଏବଂ ରାତ୍ରି ଘ୧୨/୫ମିପରେ ଧନୁ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ନଡ଼ିଆ ଏବଂ ଦିବା ଘ୯/୫୯ମି ପରେ ଲାଉଭକ୍ଷଣ ନିଷେଧ।ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୮/୨୬ମି ରୁ ଘ୧୧/୪୫ମି ପର୍ଯ୍ୟନ୍ତ।(କାଳରାତ୍ରି)ରାତ୍ରି ଘ୯/୨ମି ରୁ ଘ୧୦/୨୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୧୧/୩୫ମି ରୁ ଘ୧/୫୯ମି ମଧ୍ୟେ, ଅସ୍ତରୁ ରାତ୍ରିଘ୮/୪୩ମି ମଧ୍ୟେ, ଘ୧/୩୨ମି ରୁ ଘ୩/୫୬ମି ମଧ୍ୟେ,ଘ୪/୪୫ମି ରୁ ଘ୫/୧୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ପ୍ରାତଃ ରୁ ଘ୫/୫୯ମି ରୁ ଘ୬/୫୭ମି ମଧ୍ୟେ, ଘ୯/୧୧ ମି ରୁ ଘ୯/୫୯ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଦିବା ଘ୭/୯ମି ପରେ ୧ପାଦ ନକ୍ଷତ୍ର ପୁଷ୍କର ଦୋଷ।ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୭/୯ମିପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା।ତିଳ ସୁବର୍ଣ୍ଣ, ପୀତବସ୍ତ୍ର ତଣ୍ଡୁଳଦାନ କରଣୀୟ। ରଜଶ୍ଚକ୍ରେ ସର୍ବସମ୍ପନ୍ନା।
🐏ମେଷ👉ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇ ପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ ।
🐮ବୃଷ👉ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କ ଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩‍❤️‍👨ମିଥୁନ👉କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ👉ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି ।ଆର୍ଥିକଲାଭ ହୋଇପାରେ ।ବ୍ୟବସାୟୀ ବ୍ୟକ୍ତିମାନଙ୍କପାଇଁ ଆଜିଦିନଟି ପ୍ରତିଜ୍ଞାର ଦିବସ ହେବ ।ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ ।ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କମନରେ ବହୁତଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ👉ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍‌ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବା କଠିନ ହେବ
🙎‍♀️କନ୍ୟା👉ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକ ମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହି ବାକୁପରାମର୍ଶ ଦିଆଯାଇଛି ।
⚖️ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ
🦂ବିଛା👉ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ।
🏹ଧନୁ👉ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ ।ଛୋଟିଆଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ।
🐊ମକର👉ଦିନଟି ଆଶ୍ଚର୍ଯ୍ୟମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
🏺କୁମ୍ଭ👉ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସପ୍ରତି ସାବଧାନହୁଅ।ଆଜି ନିଜ ପ୍ରିୟଜନ ତୁମକୁ ବିରୋଧକରିବେ।ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶକୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲଥାଇପାରନ୍ତି,ବଦଳି ଯାଆନ୍ତୁ।
🐟ମୀନ👉ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମାଯୋଗମାୟା!!

ରାଶିଅନୁଯାୟୀ ଖାଆନ୍ତୁଖାଦ୍ୟ ମିଳିବ ସଫଳତା
କାର୍ୟ୍ୟରଆରମ୍ଭ କେଉଁବାରରେ ଓ କିପରିଭାବେ ଆରମ୍ଭକରିବେ ସେଥିପ୍ରତି କିଛିକଥା ପ୍ରତି ଧ୍ୟାନଦେବା ଉଚିତ। ଏପରି କରିବାଦ୍ୱାରା କାର୍ୟ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହଜରେ କାମ ହୋଇଯାଏ। ନୂଆକାର୍ୟ୍ୟ ସହ ଜଡ଼ିତକିଛି ମହତ୍ତ୍ୱପୂର୍ଣ୍ଣକଥା ରହିଛି। ଜାଣନ୍ତୁ ରାଶିଅନୁଯାୟୀ କେଉଁବାରରେ କେଉଁଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ
👉ମେଷ –ଗୁରୁବାର, ସୋରିଷପଡ଼ିଥିବା ଖାଦ୍ୟ ଖାଆନ୍ତୁ।
👉ବୃଷ –ଶନିବାର , ଘିଅ ଖାଆନ୍ତୁ।
👉ମିଥୁନ –ଶୁକ୍ରବାର , ଦହି ଖାଆନ୍ତୁ।
👉କର୍କଟ –ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
👉ସିଂହ –ରବିବାର, ପାନ ଖାଆନ୍ତୁ।
👉କନ୍ୟା –ବୁଧବାର, ଧନିଆ ଖାଆନ୍ତୁ।
👉ତୁଳା –ଶୁକ୍ରବାର , ଦହି ଖାଆନ୍ତୁ।
👉ବିଛା –ରବିବାର, ପାନ ଖାଆନ୍ତୁ।
👉ଧନୁ –ଗୁରୁବାର, ହଳଦିଆରଙ୍ଗର ମିଠା ଖାଆନ୍ତୁ।
👉ମକର –ସୋମବାର, ଦହି ଓ ଚିନି ଖାଆନ୍ତୁ।
👉କୁମ୍ଭ –ଶନିବାର, ଘିଅ ଖାଆନ୍ତୁ।
👉ମୀନ –ବୁଧବାର, ଧନିଆ ଖାଆନ୍ତୁ।

 

Comments (0)
Add Comment