ବାରଙ୍ଗ,୩୧/୧୨(ଏସଏସନିୟୁଜ) ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଦୈନିକ ରାତ୍ରୀରେ ବେଆଇନଭାବେ ମୋରମ,ମାଙ୍କଡା ପଥିର,ଚୋରା ଚାଳଣ ହେଉଥିବାର ଖବରପାଇ ଶୁକ୍ରବାର ସକାଳୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ଅଚାନକ ଚଢାଉ କରି ଦୁଇଟି ମୋରମ ବୋଝେଇ ହାଇୱା ଓ ଗୋଟିଏ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି ।ଜବତ ଗାଡିଗୁଡିକ ବିଷୟରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକଙ୍କୁ ସୁଚନା ଦେଇଛନ୍ତି ।ଗତକାଲି ମଧ୍ୟ ଏକ ଚୋରାମାଟି ଚାଲଣକାରୀ ଟ୍ରକକୁ ପୋଲିସ ଜବତ କରିଥିବାବେଳେ ତାଠାରୁ ରାଜସ୍ୱବିଭାଗ ୬୦ହଜାରେ ଟଙ୍କାର ଜୋରିମନା କାଟିବାପରେ ଛାଡିଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)
୨ମୋରମ,୧ପଥର ଗାଡି ଜବତ
