୨୩ରୁ ୨୫ବର୍ଷା-IMDଡିଜି

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ସୂଚନା ଦେଇଛନ୍ତି।ସେ କହିଛନ୍ତି୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ,ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ।୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ।ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ।୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀଜୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କୁହାଯାଇଛି।୨୩ରୁ ୨୫ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ।ଲଘୁଚାପ ସୃଷ୍ଟି ପରେ କେଉଁ ଜିଲ୍ଲାରେ କିପରି ପ୍ରଭାବ ରହିବ ଜଣାପଡ଼ିବ।ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ପ୍ରଭାବ ରହିବ ବୋଲି କୁହାଯାଇଛି।

Comments (0)
Add Comment