Browsing yearly archive

2025

ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୮।୧(ଏସଏସନିଉଜ)ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମାଗଣା ଚିକିତ୍ସା ନେଇ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ହୋଇଥିବା ନୂଆସ୍ମିମ୍ ଅନୁଯାୟୀ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ଓ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

ଇସ୍ରୋର ନୂଆଅଧ୍ୟକ୍ଷ ହେଲେ ଭି. ନାରାୟଣନ

ଭୁବନେଶ୍ୱର,୮।୧(ଏସଏସନିଉଜ)ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆସନ୍ତା ଜାନୁଆରୀ ୧୪ରେ ଦାୟିତ୍ବ ନେବେ ନାରାୟଣନ।ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବ।କେନ୍ଦ୍ରସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟିରେ ନିଷ୍ପତ୍ତି ହୋଇଛି।୨ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ରହିବେ ଭି ନାରାୟଣନ।

ସତର୍କ ସୂଚନା

ଭୁବନେଶ୍ୱର,୮।୧(ଏସଏସନିଉଜ)ପୁଣି ଭାରତକୁ ମାଡ଼ି ଆସିଲାଣି ଚାଇନା ଭାଇରସ। କର୍ଣ୍ଣାଟକ ରାଜ୍ୟରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ଏହାର ଲକ୍ଷଣ ମଧ୍ୟ କରୋନା ଭଳି ରହିଛି।ଆଜିଠୁ ସାମାଜିକ ଦୂରତ୍ୱ ଉପରେ ନିର୍ଦେଶ ଜାରି ହୋଇଛି।

ଦୋଷମୁକ୍ତ ହେଲେ ପ୍ରଦୀପ

ଭୁବନେଶ୍ୱର,୮।୧(ଏସଏସନିଉଜ)ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି।ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ। କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ।

ମୋଦି ଆସିବେ ଆଜି

ଭୁବନେଶ୍ୱର,୮।୧(ଏସଏସନିଉଜ)ଭୁବନେଶ୍ବର ଜନତା ମଇଦାନରେ ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନୀ।ଯୁବ ସମାବେଶରୁ ଆରମ୍ଭ ହେବାକୁ ଥିବା ସମ୍ମେଳନୀ ୩ ଦିନ ଧରି ଚାଲିବ। ସମ୍ମେଳନୀ ପାଇଁ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଓ ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ।ଆଜି ରାତିରେ ଭୁବନେଶ୍ବର ରାଜଭବନରେ ରହିବେ।ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ରାଜଧାନୀରେ ମର୍ଡର

ଭୁବନେଶ୍ୱର,୮।୧(ଏସଏସନିଉଜ) ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଚ୍‌ରାସ୍ତାରେ ଦୁର୍ବୃତ୍ତମାନେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକଙ୍କୁ ଖଣ୍ଡାରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଛନ୍ତି ।ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଆଜି ସକାଳ ପ୍ରାୟ ୮ଟା ବେଳେ ସହଦେବ ଏକ ନାଲିରଙ୍ଗର ସ୍କୁଟି ଯୋଗେ ଭିଏସଏସ ନଗର ପଟୁ ରସୁଲଗଡ ଆଡକୁ ଆସୁଥିଲେ ।ଏହି ସମୟରେ ୪ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ […]

ନନ୍ଦନକାନନ ପାଳିଲା ୬୫ ତମ ପ୍ରତିଷ୍ଠା ଦିବସ

ବାରଙ୍ଗ, ୭।୧(ଏସଏସନିଉଜ)ନନ୍ଦନକାନନକୁ ବିଶ୍ୱଦରବାରରେ ଅଧିକରୁଅଧିକ ଭାବେ କିଭଳି ପରିଚିତ କରାଯାଇପାରିବ ସେଥିପାଇଁ ସବୁପ୍ରକାରର ଉଦ୍ୟମ କରାଯାଉଛି ।ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବାର ଯେଉଁ ଯୋଜନା ମଧ୍ୟ ରହିଛି। ତାହା ଓଡିଶା ପାଇଁ ଗର୍ବ ଓ ଗୈାରବର ବିଷୟ ହେବାକୁ ଯାଉଛି ।ଯାହାକୁ କରିବାପାଇଁ ସରକାର ସକଳ୍ପ ନେଇଛନ୍ତି ।ଏଥିନିମନ୍ତେ ବୈଜ୍ଞାନିକ ,ପରିବେଶବିତ ସହ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଯୋଡାଯାଉଛି ଓ ଏହାସହ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ […]

ଉଦ୍‌ଘାଟନ ହେଲା ବାଫଲ୍ ଫାୟାରିଂ ରେଞ୍ଜ

ବାରଙ୍ଗ, ୭।୧(ଏସଏସନିଉଜ) ମୁଣ୍ଡଳୀସ୍ଥିତ ସିଆରପିଏଫ ଆଞ୍ଚଳିକ ତାଲିମ କେନ୍ଦ୍ରରେ ବାଫଲ୍ ଫାୟାରିଂ ରେଞ୍ଜକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଛି ।ଗୁରୁବାର ଦିନ ଭାରତ ସରକାରଙ୍କ ଗୃହ ବିଭାଗର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଆନୁଷ୍ଟାନିକଭାବେ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧାସ୍ଥିତ ୪୧ତମ ବାଟାଲିୟନ ପରିସରରେ ଆୟୋଜିତ ଆଇଟିବିପି ରାଇଜିଂ ଡେ ସମାରୋହରେ ଏହି ଫାଇରିଙ୍ଗକୁ ଉଦ୍ଘାଟନ କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ନିର୍ମିତ ଏହି ଅତ୍ୟାଧୁନିକ ସୁବିଧା ନିରାପଦ ତଥା ପ୍ରଭାବଶାଳୀ ଅସ୍ତ୍ରଶସ୍ତ୍ର […]

ଆଜିର ରାଶିଫଳ

ଜାନୁଆରୀମାସ ୦୮ତାରିଖ ୨୦୨୫ମସିହା (ବୁଧବାର)ପୌଷମାସ- ଶୁକ୍ଳପକ୍ଷ ,ତିଥି- ନବମୀ ଦିବା ଘ ୦୨/୨୪ ଗତେ ଦଶମୀ ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୫/୦୩ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୦୭ ,ଯୋଗିନୀ ପୂର୍ବେ ଦିବା ଘ୦୨/୨୪ ଗତେ ଉତ୍ତରେ , ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦଶମୀର ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୦ମଧ୍ୟେ ,ବାରବେଳା – ଦିବା ଘ୧୧/୫୦ଗତେ ଘ୧୨/୧୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୬ […]

ପ୍ରବାସୀଦିବସ ପାଳନ

କଟକ,୭ା୧(ଏସଏସନିଉଜ)ପ୍ରବାସୀ ଭାରତୀୟଦିବସ ପାଳନଉପଲକ୍ଷେ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ରେଭେନ୍ସା ବାଳିକା ଉଚ୍ଚବିଦୟାଳୟରେ ଜିଲ୍ଲାସ୍ତରୀୟ ପ୍ରବାସୀଭାରତୀୟଦିବସ ପାଳନସ୍ଵରୂପ ସେମାନଙ୍କ ଉଦ୍ଧେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇକ୍ଲିଙ୍ଗ ସହ ବିଭିନ୍ନ ପ୍ରତିଯୋଗୀତା ମାନ ଅୟୋଜନ କରାଯାଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗରନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ କଟକରେ ନୂତନବାତାବରଣ ସୃଷ୍ଟିସମ୍ବନ୍ଧରେ ଆଲୋଚନାକରି କହିଲେଯେ ପ୍ରବାସୀ ଭାରତୀୟଙ୍କ ଆଗମନ […]