Browsing daily archive

December 26, 2024

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର […]

ଆଜିର ରାଶିଫଳ

ଡିସେମ୍ବରମାସ ୨୭ତାରିଖ ୨୦୨୪ମସିହା (ଶୁକ୍ରବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୨/୨୪ ଗତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୦୦ ,ଯୋଗିନୀ ନୈରୁତେ ରାତ୍ରି ଘ୦୨/୨୫ ଗତେ ଦକ୍ଷିଣେ ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୦୭ ଗତେ ଘ୧୧/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ମଧ୍ୟେ ଓ ଘ୦୮/୦୧ ଗତେ ଘ୦୯/୦୭ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର […]

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ବ୍ଲକିଂବେଳେ ଧରାପଡିଲା

ବାରଙ୍ଗ,୨୫/୧୨(ଏସଏସନିଉଜ)ମଙ୍ଗଳବାର ରାତିରେ ଚନ୍ଦକା ପୋଲିସ ବ୍ଲକିଂ କରିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ରୋକିବା ପରେ ସେଥିରେ ଥିବା ୫ଜଣଙ୍କୁ ଗିରଫ କରିଛନ୍ତି ।ସେମାନଙ୍କଠାରୁ ପୋଲିସ ଏକ କାର ,ତିନୋଟି ମାଉଜର, ଦୁଇଟି ରିଭଲଭର,୧୫ଟି ଜୀବନ୍ତ ଗୁଳି,୭ଟି ମୋବାଇଲ୍ ଫୋନ୍ ଓ ନଗଦ୮୪ହଜାରେ ଟଙ୍କା ଜବତ କରିଛି।ତଦନ୍ତ ବେଳେ ଏହି ୫ଜଣ ଯୁବକ ଖଣିଜଦ୍ରବ୍ୟ ଚୋରା ଚାଲଣ ସହ ଗୋରୁଚାଲଣ କାରବାର କରୁଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନଥାନାରେ ୧୬ଟି […]

ପାହାଡ଼ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରହ୍ମପୁର,୨୬/୧୨(ଏସଏସନିଉଜ)ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।ମୃତ ପ୍ରେମୀଯୁଗଳ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ । ଉଭୟଙ୍କ ୩ଟି ଛୁଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଥିଲା ।ଉଭୟ ଗତ ଡିସେମ୍ବର ୧୯ତାରିଖରୁ ନିଖୋଜ […]

ବଡ଼ଦିନକୁ ବିଗାଡିଦେଲା ବର୍ଷା 

ବାରଙ୍ଗ ୨୫/୧୨ (ଏସଏସନିଉଜ)ଆରମ୍ଭ ହୋଇଛି ପର୍ଯ୍ୟଟନ ରୁତୁ ।ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଲାଗିରହିଥିବା ବେଳେ ବଡ ଦିନରେ ଅଧିକ ପର୍ଯ୍ୟଟକ ଆସିବାର ଆକଲନ କରାଯାଇଥିଲା।କିନ୍ତୁଲଘୁଚାପଜନିତ ବର୍ଷା ଯୋଗୁ ବଡ଼ ଦିନ ଫିକା ପଡ଼ିଯାଇଛି।ସବୁ ବିଗାଡି ଦେଇଥିଲା ବର୍ଷା। ଚନ୍ଦକା ଅଭୟାରଣ୍ୟର ଡେରାସ , ଗୋଡିବାରିର ପକୃତିକ ଶୋଭାରାଜି ମନଭରି ଉପଭୋଗ କରିବା ଓ ବଣଭୋଜି କରି ମଜା ଉଠାଇବା ପାଇଁ ଏଠାରେ ବଡଦିନରେ ପ୍ରବଳ ଭିଡ଼ ହୋଇଥାଏ।କିନ୍ତୁ ବୁଧବାର ଦିନ ତମାମ ଝିପିଝିପି ବର୍ଷା […]

ବାଜପାୟୀଙ୍କ ଜନ୍ମଜୟନ୍ତୀ ପାଳନ

ବାରଙ୍ଗ,୨୫-/୧୨(ଏସଏସନିଉଜ) ବୁଧବାର ବାରଙ୍ଗମଣ୍ଡଳ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ତ୍ରିଶୁଳିଆଛକ ନିକଟରେ ଭାରତରତ୍ନ ଯଶସ୍ବୀ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପାୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଙ୍କୀନିର୍ବାଚନ ମଣ୍ଡଳୀର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, କଟକଜିଲ୍ଲା ସମ୍ପାଦକ ପ୍ରଭାସ ରାଉତ, ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ ,ମଣ୍ଡଳସଭାପତି ବୁଲୁ ସ୍ୱାଇଁ,ପ୍ରଭାତ ମହାପାତ୍ର, ନାରାୟଣ ସ୍ୱାଇଁ,ଧର୍ମବୀର ରାଉତ,ବାବୁଲି ବିଶୋଇ , ନିରଞ୍ଜନ ବେହେରା,ବିଭୁତି ସାହୁ, […]