Browsing daily archive

November 9, 2024

ଆଜିର ରାଶିଫଳ

ଆଜିର ରାଶିଫଳ

ନଭେମ୍ବରମାସ ୧୦ତାରିଖ ୨୦୨୪ ମସିହା(ରବିବାର) କାର୍ତ୍ତିକମାସ-ଶୁକ୍ଳପକ୍ଷ,ତିଥି-ନବମୀ ରାତ୍ରି ଘ ୦୯/୦୯ ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୧୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୬/୦୬,ଯୋଗିନୀପୂର୍ବେ ରାତ୍ରି ଘ୦୯/୧୦ଗତେ ଉତ୍ତରେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ଗତେ ଘ୧୨/୦୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୬/୪୬ ଗତେ ଘ୦୯/୧୧ ମଧ୍ୟେ ଓ ଘ୧୨/୨୨ଗତେ ଘ୦୩/୩୫ ମଧ୍ୟେ ଓ ରାତ୍ରି ଘ୦୭/୨୮ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୨୭ଗତେ ଘ୦୫/୦୬ ମଧ୍ୟେ, ଲାଉ ଭକ୍ଷଣ ନିଷେଧ। ମେଷ :-ଆଜି ଆପଣଙ୍କ ଆର୍ଥିକ […]

ବାଘ ପାଇଁ ଦର୍ଶନ କଟକଣା

ବାଘ ପାଇଁ ଦର୍ଶନ କଟକଣା

ଗଞ୍ଜାମ,୯/୧୧(ଏସଏସନିଉଜ)ବାଘଭୟରେ ଗଞ୍ଜାମ ବାଳକୁମାରୀ ପୀଠରେ ଦର୍ଶନକୁ କଟକଣା କରାଯାଇଛି।ଅପରାହ୍‌ଣ ୪ଟାପରେ ମାଆଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି।ଅନିର୍ଦ୍ଦିଷ୍ଟ କାଳଯାଏ ଲାଗୁ ରହିବ କଟକଣା ବୋଲି ଜଣାପଡିଛି। ମନ୍ଦିରକମିଟି ବାଳକୁମାରୀ ନିକଟ ରାମପୁର ଜଙ୍ଗଲରେ ବାଘ ବୁଲୁଛି ଓ ବାଳକୁମାରୀ ନିକଟରେ ମହାବଳର ପାଦଚିହ୍ନ ମିଳିବା ପରେ ଏହି କଟକଣା କରାଯାଇଛି।

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ

ବାରଙ୍ଗ, ୮/୧୧(ଏସଏସନିଉଜ) ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ନୟାପାଟଣା ଗ୍ରାମର ଜଣେ ବୃଦ୍ଧ ଗୁରୁବାରଠାରୁ ନିଖୋଜ ଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବୃଦ୍ଧ ଜଣକ ହେଲେ ସୁରେନ୍ଦ୍ର ଭଟ୍ଟ(୬୮)। ବୃଦ୍ଧଙ୍କ ର ମାନସିକ ସ୍ଥିତି ସ୍ଥିର ନଥିବା ବେଳେ ଗୁରୁବାର ସକାଳ ୯ଟାରୁ ଘରୁ କେଉଁଆଡେ ଚାଲିଯାଇଛନ୍ତି। ସାଙ୍ଗରେ ସେ ଏକ ସାଇକେଲ ଧରି ଯାଇଥିବାବେଳେ ଘରୁ ଗଲା ବେଳକୁ ସେ ଏକ ଲୁଙ୍ଗି ଓ ଗାମୁଛା ପିନ୍ଧିଥିବାର ପରିବାର ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗରେ […]

ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ […]

ଟ୍ରକ ପଛରୁ ପିଟିଲା କାର

ବାରଙ୍ଗ,୮|୧୧ (ଏସଏସନିଉଜ) ବାରଙ୍ଗଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର ସମ୍ମୁଖରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକା ଦେଇଥିବା ବେଳେ ଅନ୍ୟ ଏକ ଘଟଣାରେ ଯାନ୍ତ୍ରିକତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଛି। ପ୍ରକାଶଯେ,ଶୁକ୍ରବାର ରାତିରେ ବଙ୍ଗାଳୀସାହି ନିକଟରେ କେଏ୦୧ଏମଜେ୮୦୯୭ ନମ୍ୱର ଟ୍ରକ୍ ଯାନ୍ତ୍ରିକ ତ୍ରୁଟିଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ନନ୍ଦନକାନନ ପଟୁ ବାରଙ୍ଗ ଅଭିମୁଖେ […]