Browsing daily archive

October 17, 2024

୧୫ରୁ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ

ବାରଙ୍ଗ,୧୬/୧୦ (ଏସଏସନିଉଜ)ବାରଙ୍ଗ ଗଦେଇକୁଦ ନିକଟସ୍ଥ ଚୁଡଙ୍ଗଗଡର ଅଧିଷ୍ଠାତ୍ରୀ ଦେବୀ ସାରଙ୍ଗେଇ ମନ୍ଦିର ପ୍ରାଙ୍ଗଣରେ ବୁଧବାର ପୂର୍ବାହ୍ନରେ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବରଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ସଭାପତି ତୃଷାରକାନ୍ତ ଚକ୍ରବର୍ତୀ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୪ ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ସପ୍ତମ ବାର୍ଷିକ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି […]

ଶାଗୁଣା ଅସୁସ୍ଥ ,ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ୧୬|୧୦(ଏସଏସନିଉଜ) ବୁଧବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୮୦ ନମ୍ୱର ଖୁଆଡ ରେ ରହୁଥିବା ଏକ ଭାରତୀୟ ଶାଗୁଣା ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଛି । ଠିକ୍ ସେ ଖିଆ ପିଆ କରୁନଥିବା ବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା । ଖୁଆଡରେ କାମ କରୁଥିବା କର୍ମଚାରୀ ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ଆଜି କର୍ତ୍ତୁପକ୍ଷ ଚିକିତ୍ସା ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନକୁ ଆଣିଛନ୍ତି। ସେଠାରେ ଚିକିତ୍ସକମାନେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି। […]

ପୁଣି ଟୁଙ୍ଗୁରୁଭୋଳ ଗିରଫ

ଭୁବନେଶ୍ବର,୧୬/୧୦(ଏସଏସନିଉଜ)ପୁଣି ଟୁଙ୍ଗୁରୁ ଭୋଳକୁ ଗିରଫ କଲା ଭରତପୁର ପୁଲିସ। ଏକ ୱେଲ୍ଡିଂ ଗ୍ୟାରେଜ୍‌ରୁ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି।ଅଭିଯୋଗ ଓ ସିସିଟିଭି ଫୁଟେଜ୍‌ ଆଧରରେ ଗିରଫ କରାଯାଇଛି।ପଚରାଉଚରା ବେଳେ ଟୁଙ୍ଗୁରୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଚିହ୍ନଟ ହୋଇଛି।ଟୁଙ୍ଗୁରୁ ନାଁରେ ଭରତପୁର , ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ରୁଜୁ ହୋଇଛି।

ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର। ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି । ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ […]

ଗ୍ଲାମର ଦୁନିଆର ଭିତିରି କଥା

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ଠକେଇର ଶିକାର ହେବା ପରେ ଚନ୍ଦକା ଥାନାକୁ ଆସିଲେ ଅଭିନେତ୍ରୀ।ଚନ୍ଦକା ଥାନାରେ ଅଭିନେତ୍ରୀ ଓ ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ବିଭିନ୍ନ ଆଳ ଦେଖାଇ ଜଣେ ଅଭିନେତ୍ରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ହୋଇଛି ଓ ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡଖବର

ପୁରୀ,୧୬/୧୦(ଏସଏସନିଉଜ)ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ । ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ବୋଲି ଜଣାପଡିଛି।

କାନୁନ୍‌ ଆଉ ଅନ୍ଧ ନୁହେଁ

  ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା […]